For Quick Alerts
Turn On Notification  
For Daily Alerts
Oneindia App Download

ବୁଡ଼ାଇ ଦେଲା ଖରାପ ପ୍ରଦର୍ଶନ ! 6 ବର୍ଷ ପରେ ଆଇସିସି ଟପ୍ 10 ଟେଷ୍ଟ୍ ତାଲିକାରୁ ବାଦ୍ ପଡ଼ିଲେ କୋହଲି

6 ବର୍ଷ ପରେ ବିରାଟ ଟପ୍ 10 ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ତାଲିକାରୁ ବାଦ ପଡିଛନ୍ତି । ଏହାର କାରଣ କେବଳ ତାଲିକାରେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉନ୍ନତି ନୁହଁ, ବରଂ ବିରାଟ କୋହଲିଙ୍କ ପ୍ରଦର୍ଶନ ମଧ୍ୟ ଏହାର ସବୁଠାରୁ ବଡ କାରଣ ।

|

ନୂଆଦିଲ୍ଲୀ : ଏଜବେଷ୍ଟନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ପରାଜୟ ସହିତ ପାଞ୍ଚ ଟେଷ୍ଟ ସିରିଜ୍ 2-2 ରେ ଡ୍ର ରହିଛି । ଏହି ସିରିଜ ଶେଷ ହେବା ପରେ ଆଇସିସି ସର୍ବଶେଷ ଟେଷ୍ଟ ତାଲିକା ପ୍ରକାଶ କରିଛି । ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ତାଲିକାରେ ଶ୍ରେଷ୍ଠ 10 ରୁ ବାଦ୍ ପଡ଼ିଛନ୍ତି । ଏକଦା ବିରାଟ କୋହଲି ଟେଷ୍ଟ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଥିଲେ କିନ୍ତୁ ଆଜି ସେ ଶ୍ରେଷ୍ଠ 10 ବ୍ୟାଟ୍ସମ୍ୟାନ୍ ତାଲିକାରୁ ବାଦ ପଡିଛନ୍ତି । ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଦଶମ ସ୍ଥାନରେ ରହିଥିଲେ, ଋଷଭ ପନ୍ତ ପଞ୍ଚମ ସ୍ଥାନରେ ରହିବା ପରେ ବିରାଟ 13 ତମ ସ୍ଥାନକୁ ଖସି ଆସିଛନ୍ତି ।

virat kohli

ଆପଣଙ୍କୁ କହି ରଖୁଛୁ 6 ବର୍ଷ ପରେ ବିରାଟ ଟପ୍ 10 ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ତାଲିକାରୁ ବାଦ ପଡିଛନ୍ତି । ଏହାର କାରଣ କେବଳ ତାଲିକାରେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉନ୍ନତି ନୁହଁ, ବରଂ ବିରାଟ କୋହଲିଙ୍କ ପ୍ରଦର୍ଶନ ମଧ୍ୟ ଏହାର ସବୁଠାରୁ ବଡ କାରଣ । ବିରାଟ କୋହଲି ଦୀର୍ଘ ଦିନ ଧରି ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ରେ ରହିଛନ୍ତି । ବିଗତ ତିନି ବର୍ଷ ଧରି ଟେଷ୍ଟ କ୍ରିକେଟରେ ବିରାଟ କୋହଲି ଗୋଟିଏ ବି ଶତକ ହାସଲ କରିନାହାଁନ୍ତି । ଏହି କାରଣରୁ ନମ୍ବର ୱାନ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଥିବା କୋହଲି ବର୍ତ୍ତମାନ ଟପ୍ 10 ତାଲିକାରୁ ବାଦ୍ ପଡ଼ିଛନ୍ତି ।

ଏଜବାଷ୍ଟନ୍ ଟେଷ୍ଟରେ ବିରାଟ କୋହଲିଙ୍କ ବ୍ୟାଟ୍ ମଧ୍ୟ ଚାଲିନଥିଲା । ସେ ପ୍ରଥମ ଇନିଂସରେ ମାତ୍ର 11 ରନ୍ ଏବଂ ଦ୍ୱିତୀୟ ଇନିଂସରେ 20 ରନ୍ ସଂଗ୍ରହ କରିଥିଲେ । କୋହଲିଙ୍କ ଏହି ଖରାପ ପ୍ରଦର୍ଶନ ଆଇପିଏଲରୁ ଜାରି ରହିଛି । ସମଗ୍ର ଆଇପିଏଲରେ କୋହଲି ଭଲ ଫର୍ମରେ ନଥିବା ଦେଖିବାକୁ ମିଳିଥିଲା । ଆଇପିଏଲ୍ ଶେଷ ହେବା ପରେ କୋହଲିଙ୍କୁ ଏକ ବିଶ୍ରାମ ଦିଆଯାଇଥିଲା ଯାହା ଦ୍ୱାରା ସେ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିପାରନ୍ତି, କିନ୍ତୁ କୋହଲି ଫର୍ମ ଫେରି ନଥିଲା । 21 ଅଗଷ୍ଟ 2018 ସୁଦ୍ଧା ବିରାଟ କୋହଲି ଆଇସିସିର ଏକ ନମ୍ବର ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଥିଲେ । 2018-19 ପରଠାରୁ କୋହଲିଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ହ୍ରାସ ପାଇଛି ।

ଯଦି ଆମେ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆଲୋଚନା କରିବା, ତେବେ ଋଷଭ ପନ୍ତଙ୍କ ଭଲ ଉନ୍ନତି ହୋଇଛି । 801 ପଏଣ୍ଟ ସହ ଟେଷ୍ଟ ମାନ୍ୟତାରେ ଋଷଭ ପନ୍ତ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଏଜବେଷ୍ଟନ୍ ଟେଷ୍ଟରେ ଋଷଭ ପନ୍ତ ଚମତ୍କାର ବ୍ୟାଟ୍ସମ୍ୟାନ୍ କରିଥିଲେ ଏବଂ ପ୍ରଥମ ଇନିଂସରେ ଶତକ ଏବଂ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । ପନ୍ତଙ୍କ ବ୍ୟତୀତ ରୋହିତ ଶର୍ମା ମଧ୍ୟ ଆଇସିସି ଟପ୍ 10 ଟେଷ୍ଟ ତାଲିକାରେ ଅଛନ୍ତି । ରୋହିତ 746 ପଏଣ୍ଟ ସହ 9 ମ ସ୍ଥାନରେ ଅଛନ୍ତି ।

ଏହି ତାଲିକାରେ ଜୋ ରୁଟ୍ ପ୍ରଥମ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର ଲାବୁଶାନେ ଦ୍ୱିତୀୟ ସ୍ଥାନରେ, ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ଅଛନ୍ତି ପାକିସ୍ତାନର ବାବର ଆଜମ । ପନ୍ତ ପଞ୍ଚମ ସ୍ଥାନରେ ଏବଂ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ ଷଷ୍ଠ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର ଉସମାନ ଖାୱାଜା ସପ୍ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କାର କରୁଣାରତ୍ନେ ଅଷ୍ଟମ, ରୋହିତ ଶର୍ମା ନବମ ଏବଂ ଇଂଲଣ୍ଡର ଜନି ବେୟାରଷ୍ଟୋ ଦଶମ ସ୍ଥାନରେ ଅଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ICC test Ranking : Virat Kohli Out Of Top 10 Batsman After 6 years
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X