ହକି ବିଶ୍ୱକପ୍ 2023 : ୱେଲ୍ସକୁ 4-2 ଗୋଲରେ ପରାସ୍ତ କଲା ଭାରତ
ଗୁରୁବାର ଭାରତ-ୱେଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଜି ମାରିଛି ଭାରତ । ଭ୍ରମଣକାରୀ ଦଳ ୱେଲ୍ସକୁ 4-2 ଗୋଲ୍ ରେ ପରାସ୍ତ କରିଛି ।

ଭୁବନେଶ୍ୱର : ହକି ବିଶ୍ୱକପ୍ 2023 ରେ ବିଜୟ ଧାରା ବଜାୟ ରଖିଲା ଭାରତ । ଗୁରୁବାର ଭାରତ-ୱେଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଜି ମାରିଛି ଭାରତ । ଭ୍ରମଣକାରୀ ଦଳ ୱେଲ୍ସକୁ 4-2 ଗୋଲ୍ ରେ ପରାସ୍ତ କରିଛି । ବର୍ତ୍ତମାନ ଭାରତ ପୁଲ୍ - ଡି ରେ କ୍ରସ୍ ଓଭର ଖେଳିବ ।
ଖେଳ ଆରମ୍ଭର ପ୍ରଥମ କ୍ୱାଟରରେ ଭାରତ ସେତେଟା ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ବିପକ୍ଷ ଦଳକୁ ଗୋଲ୍ ଦେବାରୁ ଅଟକାଇବାରେ ସଫଳ ହୋଇଥିଲେ । ଏହା ପରେ ଦ୍ୱିତୀୟ କ୍ୱାଟରରେ ଗୋଲ୍ ଅଭିଯାନ ଆରମ୍ଭ କରିଥିଲା ଭାରତ । 21 ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ରେ ପରିଣତ କରି ଆଗକୁ ବଢିଥିଲା ଦଳ । ଏହା ପରେ ଦ୍ୱିତୀୟ ଗୋଲ୍ ଦେଇଥିଲେ ଆକାଶଦୀପ ସିଂହ ।
ଦ୍ୱିତୀୟ କ୍ୱାଟର ସୁଦ୍ଧା ୱେଲ୍ସ ଭଲ ପ୍ରଦର୍ଶ କରି ନଥିଲା । ତୃତୀୟ କ୍ୱାଟରରେ ଦୁଇଟି ଗୋଲ୍ ଦେଇ ଦଳ ଭାରତ ସହ 2-2 ରେ ସମକକ୍ଷ ହୋଇଥିଲା । ଏହା ପରେ ଭାରତକୁ ଆଗକୁ ନେଇଥିଲେ ଆକାଶଦୀପ ସିଂହ । 45 ମିନିଟରେ ତୃତୀୟ ଗୋଲ୍ ଦେଇ 3-2 ରେ ଭାରତର ମନୋବଳ ବଢାଇଥିଲେ । ଖେଳ ଶେଷର ଏକ ମିନିଟ୍ ପୂର୍ବରୁ ଆଉ ଏକ ଗୋଲ୍ ଦେଇଥିଲେ ହରମନପ୍ରୀତ ସିଂହ ।
ଏହା ପୂର୍ବରୁ 13 ତାରିଖରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍କୁ ୨-୦ରେ ପରାସ୍ତ କରିଥିଲା । ଏହା ପରେ 15 ତାରିଖରେ ଇଂଲଣ୍ଡ ସହ ଖେଳିଥିବା ମ୍ୟାଚ୍ ଡ୍ର ହୋଇଥିଲା ।












Click it and Unblock the Notifications