Fact Check : ମିଲଖା ସିଂହଙ୍କର କଣ ପରଲୋକ ହୋଇଛି ? ଜାଣନ୍ତୁ ଏହି ଦିବଙ୍ଗତଙ୍କ ବିଷୟରେ ସତ

ଫ୍ଲାଇଂ ଶିଖ୍‌ ଶ୍ରୀ ମିଲଖା ସିଂହ ଜୀବିତ ଅଛନ୍ତି । ମିଲଖାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ସୁସ୍ଥ ହେଉଛନ୍ତି । ତାଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରସାର ହୋଇଥିବା ଖବର ମିଥ୍ୟା ଓ ଭିତ୍ତିହୀନ ।

ନୂଆଦିଲ୍ଲୀ : ଫ୍ଲାଇଂ ଶିଖ୍‌ ଶ୍ରୀ ମିଲଖା ସିଂହ ଜୀବିତ ଅଛନ୍ତି । ମିଲଖାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ସୁସ୍ଥ ହେଉଛନ୍ତି । ତାଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରସାର ହୋଇଥିବା ଖବର ମିଥ୍ୟା ଓ ଭିତ୍ତିହୀନ ।

Milkha-Singh

ମିଲଖା ସିଂହଙ୍କ ମୃତ୍ୟୁ ଖବରକୁ ମିଥ୍ୟା ଦର୍ଶାଇ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଶନିବାର କିମ୍ବଦନ୍ତୀ ଭାରତୀୟ ଧାବକ ପଦ୍ମଶ୍ରୀ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସେ ସ୍ପଷ୍ଟ କରିଛନ୍ତି । ମିଲଖାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ସୁସ୍ଥ ହେଉଛନ୍ତି ବୋଲି ରିଜିଜୁ କହିଛନ୍ତି । ଏଥିସହ ସେ ଭାରତର ଗୌରବ ତାଙ୍କ ନାମରେ ମିଛ ଗୁଜବ ପ୍ରଚାର ନକରି ଆଶୁ ଆରୋଗ୍ୟ କାମନା କରିବାକୁ ଅନୁରୋଧ କରିଛନ୍ତି ରିଜିଜୁ ।

ଶନିବାର ମିଲଖା ସିଂହ ଚିକିତ୍ସିତ ହେଉଥିବା ହସ୍ପିଟାଲ ପକ୍ଷରୁ ଔପଚାରିକ ସୂଚନା ଆସିଛି ଯାହାକି ଆଶ୍ବସ୍ଥିକର ରହିଛି । ମିଲଖାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଥିବା ଚିକିତ୍ସା କରୁଥିବା ଡାକ୍ତରୀଟିମ ଜଣାଇଛନ୍ତି । ମିଲଖା ସିଂହ ଚିକିତ୍ସିତ ହେଉଥିବା ଚଣ୍ଡିଗଡର PGIMER ହସ୍ପିଟାଲର ମୁଖପାତ୍ର ଅଶୋକ କୁମାର ସ୍ପଷ୍ଟ କରିଛନ୍ତି । ଗତକାଲି ଠାରୁ ଆଜି ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ମଧ୍ୟ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ପୂର୍ବତନ ଭାରତୀୟ ଧାବକ ଦୁଇ ସପ୍ତାହ ତଳେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ ଓ ପରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିଲେ । ମାତ୍ର ଶରୀରରେ ଅକ୍ସିଜେନ ମାତ୍ରା କମ୍‌ ହେବାପରେ ତାଙ୍କୁ ଗୁରୁବାର ପୁନଃ ଚଣ୍ଡିଗଡର PGIMER ହସ୍ପିଟାଲର ଆଇସିୟୁରେ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+