'ମହମ୍ମଦ ଶାମିଙ୍କୁ ଗିରଫ କର ନାହିଁ ...', ଏହାକୁ ନେଇ ଦିଲ୍ଲୀ-ମୁମ୍ବାଇ ପୋଲିସ୍ ମଧ୍ୟରେ ଟ୍ୱିଟର ଖେଳ
ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ସେମିଫାଇନାଲରେ ନିଜର ପ୍ରତିଶୋଧ ନେଇଛି ଭାରତ । ନ୍ୟୁଜିଲାଣ୍ଡକୁ 70 ରନରେ ପରାସ୍ତ କରି ଫାଇନାଲକୁ ଟିକେଟ୍ କାଟିଛି । ଗତକାଲିର ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ଥିବା ବେଳେ ଅନେକ ଐତିହାସିକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି । ଗୋଟିଏ ପଟେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିଥିବା ବେଳେ ଅନ୍ୟପଟେ ମହମ୍ମଦ ଶାମି 7 ୱିକେଟ୍ ନେଇ ସଫଳତା ପାଇଁ ଏକ ନୂଆ ଫର୍ଦ୍ଦ ଲେଖିଛନ୍ତି ।

ବିଶ୍ୱକପରେ 50 ୱିକେଟ୍ ନେଇଥିବା ମହମ୍ମଦ ଶାମି ମଧ୍ୟ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି । ମ୍ୟାଚ ଧୀରେ ଧିରେ ନ୍ୟୁଜିଲାଣ୍ଡ ହାତକୁ ଯାଉଥିବା ବେଳେ ସମ୍ପୂର୍ଣ୍ଣ ମ୍ୟାଚ୍ କୁ ପଲଟାଇଦେଇଥିଲେ ଭାରତୀୟ ବୋଲର ଶାମି । ଶାମିଙ୍କ ଆକ୍ରମଣାତ୍ମକ ବୋଲିଂ ବଳରେ ଜଣକ ପରେ ଜଣେ କ୍ରିଜ୍ ଛାଡିବାକୁ ବାଧ୍ୟ ହୋଇଥିଲେ ନ୍ୟୁଜିଲାଣ୍ଡର ଖେଳାଳି । ଏପରିକି ସେମି ଫାଇନାଲ ମ୍ୟାଚରେ ଏକାକୀ 7 ଟି ୱିକେଟ୍ ନେଇ ଶାମି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ ।
ଦିଲ୍ଲୀ-ମୁମ୍ବାଇ ପୋଲିସ୍ ଟ୍ୱିଟର ୱାର
ଏହା ପରେ ଏହାକୁ ନେଇ ମୁମ୍ବାଇ ଓ ଦିଲ୍ଲୀ ପୋଲିସ୍ ମଧ୍ୟରେ ଆରମ୍ଭ ହୋଇଥିଲା ଟ୍ୱିଟର ୱାର୍ । ଶାମିଙ୍କୁ ଗିରଫ ନ କରିବାକୁ ମୁମ୍ବାଇ ପୋଲିସ୍ କୁ ଟ୍ୟାଗ୍ କରି ଟ୍ୱିଟ୍ କରିଥିଲା ଦିଲ୍ଲୀ ପୋଲିସ୍ । ଏହା ପରେ ଏହାର ଜବାବରେ ମୁମ୍ବାଇ ପୋଲିସ୍ କିଛି ଧାରା ଲଗାଇବାକୁ ଛାଡ଼ିଯାଇଛ ବୋଲି ଦିଲ୍ଲୀ ପୋଲିସ୍ କୁ ମନେ ପରକାଇଦେଇଥିଲା । ଦୁଇ ପୋଲିସ୍ ମଧ୍ୟରେ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି ।
'ଶାମିଙ୍କୁ ଗିରଫ କରନ୍ତୁ ନାହିଁ'
ବାସ୍ତବରେ, ଗତକାଲିର ମ୍ୟାଚରେ ଶାମି 7 ୱିକେଟ୍ ନେବା ମାତ୍ରେ ଦିଲ୍ଲୀ ପୋଲିସ ମୁମ୍ବାଇ ପୋଲିସକୁ ଟ୍ୟାଗ୍ କରି ଲେଖିଥିଲା, 'ମୁମ୍ବାଇ ପୋଲିସ୍, ଆମେ ଆଶା କରୁଛୁ ଆଜି ହୋଇଥିବା ଆକ୍ରମଣ ପାଇଁ ଆପଣ ମହମ୍ମଦ ଶାମିଙ୍କୁ ଗିରଫ କରିବେ ନାହିଁ ।'
ଏମିତି ଜବାବ ରଖିଲା ମୁମ୍ବାଇ ପୋଲିସ୍
ଏହାର ଜବାବରେ ମୁମ୍ବାଇ ପୋଲିସ ଦିଲ୍ଲୀ ପୋଲିସକୁ ଉତ୍ତର ଦେଇଥିଲା ଯେ 'ଦିଲ୍ଲୀ ପୋଲିସ୍ ଆପଣ ଅଗଣିତ ଲୋକଙ୍କ ହୃଦୟ ଚୋରି କରିବା ପାଇଁ ଧାରା ଲଗାଇବାକୁ ଭୁଲି ଯାଇଛନ୍ତି ଏବଂ ଆପଣ ସହ-ଅଭିଯୁକ୍ତଙ୍କ ତାଲିକା ମଧ୍ୟ ଦେଇ ନାହାଁନ୍ତି' ।
You missed pressing charges of stealing innumerable hearts @DelhiPolice and listing a couple of co-accused too😂
P.S.: Dear citizens, both the departments know the IPC thoroughly and trust you for a great sense of humour 😊 https://t.co/TDnqHuvTZj
— मुंबई पोलीस - Mumbai Police (@MumbaiPolice) November 15, 2023
ଏଭଳି ଢଙ୍ଗରେ ଭାରତୀୟ କ୍ରିକେଟ୍ ଟିମ୍ କୁ ଶୁଭେଛା ଜଣାଇବା ଅନ୍ଦାଜକୁ କ୍ରିକେଟ୍ ପ୍ରେମୀ ବେଶ୍ ପସନ୍ଦ କରିଛନ୍ତି । ଏପରିକି କିଛି ଟ୍ୱିଟର ୟୁଜର୍ସ ଏହା ଉପରେ ବିଭିନ୍ନ ଢଙ୍ଗରେ ନିଜ ନିଜର କମେଣ୍ଟ ମଧ୍ୟ ଦେଇଛନ୍ତି ।
ଉଭୟ ପୋଲିସକୁ ପ୍ରଶଂସା କରି ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, 'ଶାମିଙ୍କ କାରଣରୁ ହିଁ ଆମେ ଆଜି ପ୍ରକୃତ ଦୀପାବଳି ପାଳନ କରିବାକୁ ସକ୍ଷମ ହୋଇଥିବାବେଳେ ଅନ୍ୟ ଜଣେ ଟୁଇଟ୍ କରି କହିଛନ୍ତି,' ଏହି ଦୁଇଟି ହ୍ୟାଣ୍ଡେଲ ଚଳାଉଥିବା ଲୋକଙ୍କୁ ମୁଁ ପ୍ରଶଂସା କରିବାକୁ ଚାହୁଁଛି ।'
ମୋଟ ଉପରେ, ଏହି ଟ୍ୱିଟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ବିଶ୍ୱକପ୍ରେ ମହମ୍ମଦ ଶାମି 6 ଟି ମ୍ୟାଚରେ 20 ଟି ୱିକେଟ୍ ନେଇଛନ୍ତି ଏବଂ ଏହି ବିଶ୍ୱକପ୍ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ।












Click it and Unblock the Notifications