Get Updates
Get notified of breaking news, exclusive insights, and must-see stories!

CWG 2022 : ଗୋଟିଏ ଦିନରେ 3 ଟି ସ୍ୱର୍ଣ୍ଣ ଆଣିଲେ ଭାରତୀୟ କୁସ୍ତିଯୋଦ୍ଧା, ରୌପ୍ୟ ଏବଂ ବ୍ରୋଞ୍ଜ ମଧ୍ୟ ପଦକ ତାଲିକାରେ ସାମିଲ

ଭାରତ ପାଇଁ ବଜରଙ୍ଗ ପୁନିୟା, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଅନୁସୁ ମଲିକ ରୌପ୍ୟ ଏବଂ ଦିବ୍ୟ କାକରନ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ବର୍ମିଂହାମ୍ : କମନୱେଲଥ ଗେମ୍ସ 2022 ରେ ଭାରତୀୟ କୁସ୍ତିଯୋଦ୍ଧା ମାନେ ଦେଶର ଗୌରବ ବଢାଇଛନ୍ତି । ବର୍ମିଂହାମରେ ଶୁକ୍ରବାର ସଂପୂର୍ଣ୍ଣ ଭାବେ ଭାରତୀୟ କୁସ୍ତି ନାମରେ ନାମିତ ହୋଇଥିଲା । ଭାରତୀୟ କୁସ୍ତିଯୋଦ୍ଧାମାନେ ତିନୋଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଭାରତ ପାଇଁ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଅନୁସୁ ମଲିକ ରୌପ୍ୟ ଏବଂ ଦିବ୍ୟ କାକରନ ବ୍ରୋଞ୍ଜ ପଦକ ଜିତିଛନ୍ତି ।

westlers

କମନୱେଲଥ ଗେମ୍ସର ଅଷ୍ଟମ ଦିନରେ ଆୟୋଜିତ ହୋଇଥିଲା କୁସ୍ତି । ଭାରତୀୟ କୁସ୍ତିଯୋଦ୍ଧାମାନେ ବର୍ମିଂହାମରେ ସମଗ୍ର ବିଶ୍ୱ ସାମ୍ନାରେ ଭାରତର ସ୍ଥାନ ଉଚ୍ଚରେ ରଖିଥିଲେ । ସର୍ବପ୍ରଥମେ, 65 କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗ ଫାଇନାଲ ମ୍ୟାଚରେ ବଜରଙ୍ଗ ପୁନିଆ କାନାଡାର ଲାଚଲାନ ମ୍ୟାକନେଲଙ୍କୁ 9-2 ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେମିଫାଇନାଲ ମ୍ୟାଚରେ ବଜରଙ୍ଗ ଇଂଲଣ୍ଡର ଜର୍ଜ ରାମଙ୍କୁ 10-0 ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

sakshi Malik

ବଜରଙ୍ଗ ପୁନିଆ ପରେ ସାକ୍ଷୀ ମଲିକ ଭାରତକୁ ଦେଇଥିଲେ ଅଷ୍ଟମ ସ୍ୱର୍ଣ୍ଣ ପଦକ । ସାକ୍ଷୀ ମଲିକ 62 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗର ଫାଇନାଲରେ କାନାଡାର ଗୋଡିନେଜ୍ ଗୋଞ୍ଜାଲେଜଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆପଣଙ୍କୁ କହି ରଖୁଛୁ କମନୱେଲଥ ଗେମ୍ସରେ ସାକ୍ଷୀ ମଲିକ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ଏହାପୂର୍ବରୁ ସେ 2014 ରେ ରୌପ୍ୟ ଏବଂ 2018 ରେ ବ୍ରୋଞ୍ଜ ଜିତିଥିଲେ ।

deepak punia

କୁସ୍ତିରେ ସବୁଠାରୁ ଆକର୍ଷଣୀୟ ମ୍ୟାଚ ଦୀପକ ପୁନିଆ ଏବଂ ପାକିସ୍ତାନୀ ଖେଳାଳି ମହମ୍ମଦ ଇମାନଙ୍କ ମଧ୍ୟରେ ହୋଇଥିଲା । ବଜରଙ୍ଗ ଏବଂ ସାକ୍ଷୀ ମଲିକଙ୍କ ପରେ ଦୀପକ ପୁନିଆ ମଧ୍ୟ 86 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ସେ ମହମ୍ମଦ ଇନାମଙ୍କୁ 3-0ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଦୀପକ ପୁନିଆ ଭାରତ ପାଇଁ ଆଣିଥିଲେ ନବମ ସ୍ୱର୍ଣ୍ଣ ପଦକ । କ୍ୱାର୍ଟର ଫାଇନାଲରେ ଦୀପକ ପୁନିଆ ଶେକୁ କାସେଗବାମାଙ୍କୁ 10-0 ରେ ପରାସ୍ତ କରିଛନ୍ତି ।

ansumalik

ସ୍ୱର୍ଣ୍ଣ ପଦକ ବ୍ୟତୀତ ଭାରତୀୟ କୁସ୍ତିଯୋଦ୍ଧାମାନେ ମଧ୍ୟ କୁସ୍ତିରେ ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ରଥମେ ଅଂଶୁ ମଲିକ ମହିଳା 57 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଅଂଶୁ ସ୍ୱର୍ଣ୍ଣ ପାଇଁ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଉଥିଲେ, କିନ୍ତୁ ଫାଇନାଲରେ ସେ ନାଇଜେରିଆର ଓଡୁନାୟୋ ଆଡେକୁରୋଏଙ୍କ ଦ୍ୱାରା 7-3 ରେ ପରାସ୍ତ ହୋଇଥିଲେ । କମନୱେଲଥରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଓଡୁନାୟୋ । ଏହା ବ୍ୟତୀତ ଦିବ୍ୟା କାକରାନ୍ ଫ୍ରିଷ୍ଟାଇଲ୍ 68 କିଲୋଗ୍ରାମ ବର୍ଗରେ ଟୋଙ୍ଗାର ଲିଲି କକର୍ଙ୍କୁ 2-0ରେ ପରାସ୍ତ କରି ବ୍ରୋଞ୍ଜ ଜିତିଥିବାବେଳେ ମୋହିତ ଗ୍ରୁଏଲ୍ ମଧ୍ୟ 125 କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ଜିତିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+