Cricket World Cup 2023: ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

Cricket World Cup 2023: ଦିନିକିଆ ବିଶ୍ୱକପ୍ ରେ ନ୍ୟୁଜିଲାଣ୍ଡ ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ବିଜୟୀ ହୋଇଛି । ହାଇଦ୍ରାବାଦରେ ଅନୁଷ୍ଠିତ ଏହି ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଛି । ପ୍ରଥମେ ଖେଳି କିୱି ଦଳ 7 ୱିକେଟ୍ ହରାଇ 322 ରନ୍ ସଂଗ୍ରହ କରିଥିଲା । ଏହା ପରେ ନେଦରଲ୍ୟାଣ୍ଡ 223 ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲେ ।

NZ Vs NED

ଟସ୍ ଜିତି ନେଦରଲ୍ୟାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିୱି ଦଳର ଓପନର୍ ୱିଲ୍ ୟଙ୍ଗ ଏବଂ ଡିଭନ୍ କନୱେ ଚମତ୍କାର ବ୍ୟାଟିଂ କରି 67 ର ସହଭାଗିତା କରିଥିଲେ । କନୱେ 32 ରେ ଆଉଟ୍ ହୋଇଥିଲେ । ତାଙ୍କ ପରେ ରାଚିନ୍ ରବିନ୍ଦ୍ର ବ୍ୟାଟିଂ କରିବାକୁ ଆସିଥିଲେ । ୟଙ୍ଗ 70 ରନ୍ ସଂଗ୍ରହ କରିଥିଲେ ଏବଂ ରାଚିନ୍ 51 ରନ୍ ସଂଗ୍ରହ କରିଥିଲେ।

ନେଦରଲ୍ୟାଣ୍ଡସ ପକ୍ଷରୁ ଆର୍ଯ୍ୟନ ଦତ୍ତ, ପଲ ଭାନ ମୀକେରେନ ଓ ରୋଲଫ ଭାନ ଡେର ମେରୱେ ଦୁଇଟି ଲେଖାଏ ସଫଳତା ପାଇଥିଲେ । ସେହିପରି ବାସ ଡେ ଲିଡେ ଗୋଟିଏ ୱିକେଟ ନେଇଥିଲେ ।

ଦ୍ୱିତୀୟ ଇନିଂସରେ 323 ରନର ପିଛା କରି ଡଚ୍‌ ଟିମ 21 ରନରେ ପ୍ରଥମ ୱିକେଟ ହରାଇଥିଲା । ବିକ୍ରମଜିତ ସିଂହ ମାତ୍ର 12 ରନ କରି ହେନରୀଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ମ୍ୟାକ୍ସ ଓ' ଡାଉଡ 16 ରନ କରି ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ୱିକେଟ ସାଣ୍ଟନରଙ୍କ ଖାତାକୁ ଯାଇଥିଲା । ଇନ ଫର୍ମ ଲିଡେ 18 ରନ କରି ଆଉଟ ହେବା ପରେ ଆଶା ମଉଳିଯାଇଥିଲା ।

ତେବେ କୋଲିନ ଆକେରମାନ ଓ ତେଜା ନିଦାମାନୁରୁ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ଦଳୀୟ ସ୍କୋରକୁ ଏହି ଦୁଇ ବ୍ୟାଟର 67 ରୁ ନେଇ 117 ରେ ପହଞ୍ଚାଇଥିଲେ । କିନ୍ତୁ ତେଜା 21 ରନ କରିଥିବା ବେଳେ ରନ ଆଉଟ ହୋଇ ଯାଇଥିଲେ । ତଥାପି ଆକେରମାନ କାଉଣ୍ଟର ଆଟାକ କରି ନିଜର ଅର୍ଦ୍ଧଶତକ ସଲ କରିଥିଲେ ।

କିନ୍ତୁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ । ଆକେରମାନ 69 ରନ କରିଥିବା ବେଳେ ତାଙ୍କୁ ସାଣ୍ଟନର ଆଉଟ କରି ନେଦରଲ୍ୟାଣ୍ଡ୍ସକୁ ବଡ଼ ଝଟକା ଦେଇଥିଲେ । ଅଧିନାୟକ ସ୍କଟ ଏଡୱାର୍ଡସ କିଛି ଶଟ ଖେଳିଥିଲେ ମଧ୍ୟ 27 ବଲରେ 30 ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ବି ସାଣ୍ଟନର ନେଇଥିଲେ ।

ଏଡୱାର୍ଡସ ଆଉଟ ହେବା ପରେ ଡଚ୍‌ ଟିମର ପରାଜୟ ଏକପ୍ରକାରର ସୁନିଶ୍ଚିତ ହୋଇଯାଇଥିଲା। କେବଳ ଔପଚାରିକତା ବାକି ରହିଥିଲା। ଅଭିଜ୍ଞ ରୋଲଫ ଭାନ ଡେର ମେରୱେ କେବଳ 1 ରନ କରିଥିଲେ ।

ନ୍ୟୁଜିଲ୍ୟାଣ୍ତ ପକ୍ଷରୁ ସାଣ୍ଟନର ସର୍ବାଧିକ 5 ଟି ୱିକେଟ ନେଇଥିବା ବେଳେ ହେନରୀଙ୍କୁ 3ଟି ଓ ରବୀନ୍ଦ୍ରଙ୍କୁ ଗୋଟିଏ ସଫଳତା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+