Cricket World Cup 2023: ଆଜି ଦୁଇଟି ମ୍ୟାଚ୍, ମୁହାଁମୁହିଁ ହେବେ ଏହି 4 ଦଳ
Cricket World Cup 2023: ଆଇସିସି କ୍ରିକେଟ୍ ବିଶ୍ୱକପ୍ ମହାସମର 13 ତମ ସିଜନ୍ ଉତ୍ସାହ ସହିତ ଚାଲିଛି । ଆଜି ଶନିବାର ଖେଳାଯିବ 2 ଟି ମ୍ୟାଚ୍ । ମୁହାଁମୁହିଁ ହେବେ 4 ଦଳ । ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍, ଧର୍ମଶାଲାରେ ଖେଳାଯିବ । ଭାରତୀୟ ସମୟ ସକାଳ 10:30 ରୁ ମ୍ୟାଚ୍ ାରମ୍ଭ ହେବ ।
ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଶ୍ରୀଲଙ୍କା । ଦୁଇଟିଯାକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖାଯାଉଛି ।

ବାଂଲାଦେଶ ଏବଂ ଆଫଗାନିସ୍ତାନ ଭଲ ଫର୍ମରେ ଅଛନ୍ତି । ପୂର୍ବରୁ ଏହି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଗୁଡ଼ିକ ଧମାକାଦାର ହୋଇଛି । ଉଭୟ ବିଜୟ ପାଇଁ କଡ଼ା ଟକ୍କର ଦେଇଥିବା ଦେଖିବାକୁ ମିଳିଥିଲା ।
ଉଭୟ ଦଳର ହେଡ-ଟୁ-ରେକର୍ଡ ବିଷୟରେ କହିବାକୁ ଗଲେ ବାଂଲାଦେଶ ODI ମ୍ୟାଚରେ ଆଫଗାନିସ୍ତାନ ସହ 15 ଥର ସଂଘର୍ଷ କରିଛି । ଏହି ସମୟ ମଧ୍ୟରେ ବାଂଲାଦେଶ ମୋଟ ନଅ ମ୍ୟାଚ୍ ଜିତିଥିବାବେଳେ ଆଫଗାନିସ୍ତାନ ମାତ୍ର 6 ଟି ମ୍ୟାଚ୍ ଜିତିବାର ସୁଯୋଗ ପାଇଛି ।
କିଛି ପ୍ରମୁଖ ଖେଳାଳିଙ୍କ ବିନା ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିଶ୍ୱକପ୍ରେ ଶନିବାର ଅଭିଯାନ ଆରମ୍ଭ କରିବେ । ଗତ କିଛି ଦିନ ଧରି ଦୁଇ ଦଳର ଖେଳାଳି ଆଘାତ ଜନିଜ ସମସ୍ୟା ଦେଇ ଗତି କରୁଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଅନରିକ୍ ନର୍ଖିୟା ଓ ସିସାନ୍ଦା ମଗଲା ଏହି ବିଶ୍ୱକପ୍ରେ ଖେଳୁନାହାଁନ୍ତି ।ଏମାନଙ୍କ ଅନୁପସ୍ଥିତିରେ କାଗି ସୋ ରବାଦା ଓ ଯୁବ ଖେଳାଳି ଗେରାଲ୍ଡ କୋଏତଜିଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରିବ । ସ୍ପିନର କେଶବ ମହାରାଜ ଓ ତାବ୍ରାଇଜ୍ ସାମ୍ସି ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ।
ଆଫଗାନିସ୍ତାନ ସ୍କ୍ୱାଡ୍:
ରହମାନୁଲ୍ଲା ଗୁରୁବାଜ (wk), ଇବ୍ରାହିମ ଜାନଦାର, ରହମତ୍ ଶାହା, ହାଶମତୁଲ୍ଲା ଶାହିଦି (ଅଧିନାୟକ), ନଜିବୁଲ୍ଲା ଜାନଦାର, ମହମ୍ମଦ ନବୀ, ରସିଦ ଖାନ, ନବୀନ-ଉଲ-ହକ, ମୁଜିବ ଉର ରେହମାନ, ଅଜମତୁଲ୍ଲା ଉମରଜାଇ, ଫଜଲହକ୍ ଫାରୁକ୍, ଅବଦୁଲ ଅହମ୍ମଦ ରହମାନ, ଇକ୍ରାମ ଅଲିଖିଲ ।
ବାଂଲାଦେଶ ସ୍କ୍ୱାଡ୍:
ତଂଜିଦ୍ ହାସନ୍, ଲିଟନ୍ ଦାସ, ନାଜମୁଲ ହୁସେନ୍ ଶାନ୍ତୋ, ଶାକିବ ଅଲ୍ ହାସନ୍ (ଅଧିନାୟକ), ମୁଶିଫକୁର ରହୀମ (ୱିକେଟ୍ କିପର), ମହମୁଦୁଲ୍ଲା, ତାହିଦ୍ ହୃଦୋୟ, ମେହେଡି ହସନ ମିରାଜ, ମହେଦି ହାସନ, ତସ୍କିନ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ, ନାସୁମ ଅହମ୍ମଦ, ହାସନ ମହମ୍ମଦ ତାନଜିମ୍ ହାସନ୍ ସାକିବ୍ ।












Click it and Unblock the Notifications