ଋଷଭ ପନ୍ତଙ୍କ କାର ଦୁର୍ଘଟଣା, ଡିଭାଇଡର ସହ ଧକ୍କା ହୋଇ ଜଳିଗଲା ଗାଡ଼ି
ଭାରତୀୟ କ୍ରିକେଟର ଋଷଭ ପନ୍ତ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷଭ ପନ୍ତଙ୍କ କାର ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରୁ ଏକ ବଡ ଖବର ଆସୁଛି । ଭାରତୀୟ କ୍ରିକେଟର ଋଷଭ ପନ୍ତ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷଭ ପନ୍ତଙ୍କ କାର ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି ଦୁର୍ଘଟଣାରେ ପନ୍ତଙ୍କ ବିଏମଡବ୍ଲୁ କାର ପୋଡି ପାଉଁଶ ହୋଇଯାଇଥିବା ବେଳେ ପନ୍ତଙ୍କ ଗୋଡରେ ଓ ପିଠିରେ ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯାଇଛି ବୋଲି କୁହାଯାଉଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖାନପୁର ବିଧାୟକ ଉମେଶ କୁମାର ପନ୍ତଙ୍କ ଅବସ୍ଥା ବିଷୟରେ ଡାକ୍ତରଖାନାରେ ପହଞ୍ଚିଥିଲେ ।

ସାମ୍ନାକୁ ଆସିଥିବା କାର ଦୁର୍ଘଟଣାର ଚିତ୍ର ଅତ୍ୟନ୍ତ ଭୟଙ୍କର ରହିଛି । କୁହାଯାଉଛି ଯେ 25 ବର୍ଷୀୟ କ୍ରିକେଟରଙ୍କ ପ୍ଲାଷ୍ଟିକ୍ ସର୍ଜରୀ ହେବ, କିନ୍ତୁ ଏ ସମ୍ପର୍କରେ କୌଣସି ଅଧିକାରିକ ବିବୃତ୍ତି ପ୍ରକାଶ ପାଇନାହିଁ । ଭାଇରାଲ ହେଉଥିବା ଫଟୋରେ ପନ୍ତଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଦେଖାଯାଉଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଋଷଭ ପନ୍ତଙ୍କ କାର୍ ରାସ୍ତାର ଡିଭାଇଡରରେ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା । ବହୁ କଷ୍ଟରେ ନିଆଁ ଲିଭାଗଲା । ଦୁର୍ଘଟଣାରେ ସାଂଘାତିକ ଆହତ ହୋଇଥିବା ପନ୍ତଙ୍କୁ ମଧ୍ୟ ଦିଲ୍ଲୀ ରୋଡ୍ସ୍ଥିତ 'ସକ୍ଷମ ହସ୍ପିଟାଲ୍'କୁ ନିଆଯାଇଥିଲା ।
ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର ସ୍ପଷ୍ଟ କରିଛନ୍ତି ଯେ, ଦୁର୍ଘଟଣା ସମୟରେ ପନ୍ତ କାର୍ରେ ଏକାକୀ ଥିଲେ । କାର୍ରେ ନିଆଁ ଲାଗିଯିବାରୁ ସେ ସାମନା କାଚ ଭାଙ୍ଗି ବାହାରି ଆସିଥିଲେ । ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଆଣ୍ଠୁ ତଳକୁ ଆଘାତ ଲାଗିଛି । ତାଙ୍କ ଗୋଡ଼ ଭାଙ୍ଗି ଯାଇଥାଇ ପାରେ । ବର୍ତ୍ତମାନ ତାଙ୍କୁ ଡେରାଡୁନ୍ସ୍ଥିତ ମ୍ୟାକ୍ସ୍ ହସ୍ପିଟାଲ୍କୁ ନିଆଯାଉଛି ।












Click it and Unblock the Notifications