Get Updates
Get notified of breaking news, exclusive insights, and must-see stories!

ବିଶ୍ୱକପ୍ 2023 ରୁ ଏଥି ପାଇଁ ବାଦ୍ ପଡ଼ିଲା ବାରବାଟୀ ଷ୍ଟାଡିୟମ୍, ମିଳିଲାନି ଗୋଟିଏ ବି ମ୍ୟାଚ୍

Cuttack Barabati Stadium News: ଆଜି ଠାରୁ ଆରମ୍ଭ ହେଉଛି କ୍ରିକେଟ୍ ମହାସମର । ସାରା ବିଶ୍ୱର ନଜର ବିଶ୍ୱକପ୍ 2023 ଉପରେ ରହିଛି । ଏଥର ଭାରତ ଏହାର ଏକକ ଆୟୋଜକ ହୋଇଥିବା ବେଳେ ଦର୍ଶକଙ୍କ ମନରେ ରହିଛି ଉତ୍କଣ୍ଠା । ଷ୍ଟାଡ଼ିୟମରେ ଦେଖିବାକୁ ମିଳିବ ଖଚାଖଚ ଭିଡ଼୍ । କିନ୍ତୁ ନିରାଶ ହୋଇଛନ୍ତି ଓଡ଼ିଶାର କ୍ରିକେଟ୍ ପ୍ରେମୀ । ଷ୍ଟାଡିୟମରେ ବସି ନିକଟରୁ ନିଜ ପ୍ରିୟ ଖେଳାଳିଙ୍କୁ ଦେଖେବା ନେଇ ଥିବା ଆଶା ମଉଳିଯାଇଛି । ବାରବାଟୀ କୁ ମିଳିନି ଗୋଟିଏ ବି ମ୍ୟାଚ୍ ।

barabati

ସମସ୍ତ ମ୍ୟାଚ୍ ଭାରତରେ ହେବାକୁ ଥିବା ବେଳେ ବିଶ୍ୱକପ୍ 2023 ଭେନ୍ୟୁ ତାଲିକାରେ ନାହିଁ ବାରବାଟୀ ର ନାଁ । ବିଶ୍ୱସ୍ତରୀୟ ବ୍ୟବସ୍ଥା, ସବୁ ପ୍ରକାର ସୁବିଧା ଥାଇ ବି ମିଳିନି ଗୋଟିଏ ବି ମ୍ୟାଚ୍ । ତେବେ, କାହିଁକି ବାରବାଟୀ ବାଦ୍ ପଡ଼ିଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଆ
କଟକର ବାରବାଟୀ ଷ୍ଟାଡିୟମ ନଥିବାରୁ ନିରାଶ ହୋଇଛନ୍ତି କ୍ରୀଡ଼ାପ୍ରେମୀ । କ'ଣ ପାଇଁ ବାରବାଟୀ ସ୍ଥାନ ପାଇଲା ନାହିଁ, ସେନେଇ ବିଶେଷଜ୍ଞ ଅନେକ କାରଣ ଦର୍ଶାଇଥିବା ବେଳେ ଓସିଏର ଯୁକ୍ତି, ବିସିସିଆଇ ମେଟ୍ରୋ ସିଟିକୁ ଦେଇଛି ଗୁରୁତ୍ୱ । ବାରବାଟୀରେ ମ୍ୟାଚ୍ ନହେବା ନେଇ ଅନେକ କାରଣ ରହିଛି । କିଛି କାରଣ ଯାହା BCCIକୁ ଖପ୍ପା କରିଥାଇପାରେ ।

-ବାରବାଟୀ ଷ୍ଟାଡିୟମର ଗ୍ରାଉଣ୍ଡ ଅଲମ୍ପିକ୍ସ ଆସୋସିଏସଏନର, OCAର ନିଜସ୍ୱ ପଡ଼ିଆ ନାହିଁ
- ପଡ଼ିଆକୁ ନେଇ ରାଜ୍ୟ ସରକାରଙ୍କ ସହ ଅଲମ୍ପିକ୍ସ ଆସୋସିଏସଏନର 99 ବର୍ଷିଆ ଲିଜ୍ ଅବଧି ବି ସରି ଯାଇଛି
- ବାରବାଟୀରେ ବର୍ଷ ତମାମ୍ କ୍ରିକେଟ୍ ସହ ଅନ୍ୟ ଇଭେଣ୍ଟ ବି ହୁଏ । ତେଣୁ ଏସବୁକୁ ଦେଖି ବିସିସିଆଇ ବିଶ୍ୱକପ୍‌ରେ ବାରବାଟୀକୁ ବାଛିନଥିବା ବିଶେଷଜ୍ଞ କହିଛନ୍ତି ।

ତେବେ କାହିଁକି ବାଦ୍‌ ପଡ଼ିଲା ବାରବାଟୀ ? ଲକ୍ଷ୍ନୌ, ପୁଣେ ଭଳି ସହରକୁ ବଛା ଯାଇଥିବା ବେଳେ ଓଡ଼ିଶାରେ ମ୍ୟାଚ୍ କରାଇବାରେ ଅସୁବିଧା କ'ଣ ? ଗୌହାଟୀରେ ଅଭ୍ୟାସ୍ ମ୍ୟାଚ୍ ହୋଇଥିଲେ ବି କଟକରେ କାହିଁକି ନାହିଁ ? ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମୁହଁ ଖୋଲିଛନ୍ତି । ସେ କହିଛନ୍ତି, BCCIକୁ ଅନୁରୋଧ କରାଯାଇଥିଲା । ତେବେ ମେଟ୍ରୋ ସିଟିରେ ମ୍ୟାଚ୍ କରାଇବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ନିଜସ୍ୱ ପଡ଼ିଆ ନଥିବା ଚର୍ଚ୍ଚାକୁ ଓସିଏ ସମ୍ପାଦକ ଖଣ୍ଡନ କରିଛନ୍ତି । ଆଉ ଏକ ନୂଆ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ପାଇଁ ଯୋଜନା ଥିବା ସେ ଦୋହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+