Get Updates
Get notified of breaking news, exclusive insights, and must-see stories!

CWC 2023: ଶୁବମନ୍ ଅସୁସ୍ଥ ପରେ ଟିମ୍ ଇଣ୍ଡିଆର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ରେ ଏହି ଖେଳାଳି ହେବେ ରୋହିତଙ୍କ ଓପନିଂ ପାର୍ଟନର

Cricket World Cup 2023: ବିଶ୍ୱକପ୍ ଖେଳିବାକୁ ରୋହିତ୍ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟକା । ଆଉ ଦିନକ ପରେ କଙ୍ଗାରୁ ଦଳ ବିପକ୍ଷରେ ଭାରତ ଏହାର ପ୍ରଥମ ମ୍ୟାଚ୍ ଖେଳିବ । ଏହା ପୂର୍ବରୁ ଦଳର ଓପନର୍ ଶୁବମନ୍ ଅସୁସ୍ଥ ହୋଇପଡ଼ିଛନ୍ତି । ଭଲ ଫର୍ମରେ ଥିବା ଶୁବମନ୍ ଡେଙ୍ଗୁ ଆକ୍ରାନ୍ତ ହେବା ଦଳର ଚିନ୍ତା ବଢାଇଦେଇଛି ।

rohit- shubman

ଏଭଳି ପରିସ୍ଥିତିରେ ଏବେ ଏହି ବ୍ୟାଟ୍ସମ୍ୟାନ୍ ରବିବାରର ମ୍ୟାଚ୍‌ରେ ଖେଳିବେ କି ନାହିଁ ତାହା ସନ୍ଦେହରେ ରହିଛି । ଯଦି କୌଣସି କାରଣରୁ ଗିଲ୍ ପଡ଼ିଆକୁ ଓହ୍ଲାଇ ନ ପାରନ୍ତି, ତେବେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ କିଏ ଓପନିଂ କରିବେ ତାହା ଏବେ ବଡ଼ ପ୍ରଶ୍ନ ।

ODI ରେ ଭାରତର ବ୍ୟାଟ୍ସମ୍ୟାନ୍ ଗିଲ୍ ଜ୍ୱରରେ ପୀଡିତ ଥିବା ଏବଂ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ଶୁକ୍ରବାର ଦିନ ଡେଙ୍ଗୁ ପରୀକ୍ଷା କରାଯିବ ବୋଲି ଜଣାଯାଇଛି ।

ତେବେ ଗିଲ୍ ଯଦି ଖେଳିବାକୁ ଅସମର୍ଥ ହୁଏନ୍ତି, ତାହେଲେ ଇଶାନ୍ କିଶାନ୍ କିମ୍ବା କେ.ଏଲ୍ ରାହୁଲ ଓପନିଂ କରିପାରନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମାଙ୍କ ସହ ପଡ଼ିଆକୁ ଓହ୍ଲାଇ ପାରନ୍ତି । କେଏଲ ରାହୁଲ ଏସିଆ କପରେ ପ୍ରତ୍ୟାବର୍ତ୍ତନ ପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ତେଣୁ ସେ ଦାବିଦାର ଅଛନ୍ତି ।

ଭଲ ଫର୍ମରେ ଥିଲେ ଗିଲ୍...

ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗିଲ ଏକ ଚମତ୍କାର ଦ୍ୱିଶତକ ହାସଲ କରିଥିଲେ । ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 ରେ 890 ରନ୍ ସହ ଅଗ୍ରଣୀ ରନ୍ ସ୍କୋରର ହୋଇଥିଲେ । ନିକଟରେ ହୋଇଥିବା ଏସିଆ କପରେ 302 ରନ୍ ସହ ବ୍ୟାଟିଂ ଚାର୍ଟରେ ଶୀର୍ଷରେ ରହିଥିଲେ । ଗତ କିଛି ଇନିଂସରେ ତାଙ୍କର ସ୍କୋର 104, 74, 27 *, 121, 19, 58 ଏବଂ 67 * ରହିଛି । ଏଭଳି ପରିସ୍ଥିତିରେ ଓପନିଂ ମ୍ୟାଚରୁ ଗିଲଙ୍କ ବହିଷ୍କାର ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଝଟକା ହୋଇପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+