Cricket World Cup 2023: ଆଜି ନ୍ୟୁଜିଲାଣ଼୍ଡକୁ ସାମ୍ନା କରିବ ଏହି ଦଳ
Cricket World Cup 2023: କ୍ରିକେଟ ବିଶ୍ୱକପରେ ଆଜି ଖେଳାଯିବ 11ତମ ମ୍ୟାଚ୍ । ଏହି ମ୍ୟାଚ୍ ରେ ସାମ୍ନାସାମ୍ନି ହେବେ ନ୍ୟୁଜିଲାଣ୍ଡ - ବାଂଲାଦେଶ । ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଅପରାହ୍ନ 2 ଟାରେ ଆରମ୍ଭ ହେବ ଖେଳ ।

ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ ଜିତି 4 ପଏଣ୍ଟ ପାଇ ସାରିଥିବାବେଳେ ବାଂଲାଦେଶ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ 9 ୱିକେଟରେ ହରାଇଥିବେଳେ ଷଷ୍ଠ ମ୍ୟାଚରେ ନେଦରଲ୍ୟାଣ୍ଡସକୁ 99 ରନରେ ପରାସ୍ତ କରିଥିଲା ।
ଅପରପକ୍ଷରେ ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ 6 ୱିକେଟରେ ହରାଇଛି ବାଂଲାଦେଶ । ତେବେ ସପ୍ତମ ମ୍ୟାଚରେ ଇଂଲଣ୍ଡ ଠାରୁ 137 ରନରେ ହାରିଥିଲା ଦଳ । ଏହା ପରେ ଆଜିର ମ୍ୟାଚ୍ ହାତେଇବାକୁ ଚେଷ୍ଟା କରିବ ବାଂଲାଦେଶ ।
ସେପଟେ ଗତକାଲି ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ । ଲକ୍ଷ୍ମୌରେ ଖେଳାଯାଇଥିବା 10ତମ ମ୍ୟାଚରେ କଙ୍ଗାରୁ ଦଳକୁ 134 ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳ ଭାରତ ଠାରୁ ହାରିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକା ଠାରୁ ମଧ୍ୟ ହାରିବା ପରେ ଅଷ୍ଟ୍ରେଲିଆ ପାଇଁ ଅଡୁଆ ବଢିଛି ।












Click it and Unblock the Notifications