Get Updates
Get notified of breaking news, exclusive insights, and must-see stories!

SA vs NED: ବିଶ୍ୱକପ୍ ରେ ଆଉ ଏକ ବିପର୍ଯ୍ୟୟ, ଦକ୍ଷିଣ ଆଫ୍ରିକା କୁ ହରାଇଲା ନେଦରଲ୍ୟାଣ୍ଡ

SA vs NED: ବିଶ୍ୱକପ୍ ରେ ଦେଖିବାକୁ ମିଳିଛି ଆଉ ଏକ ବଡ଼ ବିପର୍ଯ୍ୟୟ । ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦେଶକୁ ପରାସ୍ତ କରିଛି ନେଦରଲାଣ୍ଡ । ପ୍ରଥମେ ୱେଷ୍ଟଇଣ୍ଡିଜ୍ ଏବଂ ଗତକାଲି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ନେଦରଲ୍ୟାଣ୍ଡ ।

ଏଥିସହ ଦିନିକିଆ କ୍ରିକେଟରେ ଡଚ୍‌ ଟିମ ଇତିହାସ ରଚିଛି । କାରଣ ଆଜି ଯାଏ ନେଦରଲ୍ୟାଣ୍ଡ୍ସ କେବେ ବି ଦକ୍ଷିଣ ଆଫ୍ରିକାକୁ ଦିନିକିଆରେ ହରାଇ ନଥିଲା । ଏହାପୂର୍ବରୁ ଦୁଇ ଦଳ 7 ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ଦକ୍ଷିଣ ଆଫ୍ରିକା ବିଜୟ ହୋଇଥିଲା । କିନ୍ତୁ 2023 ରେ ଇତିହାସ ବଦଳିଛି । ଖାଲି ସେତିକି ନୁହେଁ, ସମସ୍ତଙ୍କର 2022 ଟି-20 ବିଶ୍ୱକପ କଥା ମଧ୍ୟ ମନେପଡ଼ି ଯାଇଛି ।

sa vs ned

ଟି-20 ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଡଚ୍‌ ଟିମ 13 ରନରେ ହରାଇଥିଲା । ଏହି ପରାଜୟ ସହ ବିଶ୍ୱକପରୁ ଦକ୍ଷିଣ ଆଫ୍ରିକା ବାଦ ପଡ଼ିଥିଲା । ଆଜି ପୁଣି ଡଚ୍‌ ଟିମ 38 ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।

246 ରନର ବିଜୟ ଲକ୍ଷ୍ୟକୁ ପିଛା କରି 207 ରନରେ ଅଲଆଉଟ ହୋଇଗଲା ଦକ୍ଷିଣ ଆଫ୍ରିକା । ଫଳରେ ମ୍ୟାଚକୁ 38 ରନରେ ଜିତି ନେଇଛି । ଦକ୍ଷିଣ ଆଫ୍ରିକାକୁ ପରାଜିତ କରିବା ସହ ବିଶ୍ବକପରେ ପ୍ରଥମ ବିଜୟ ସ୍ୱାଦ ଚାଖିଛି ନେଦରଲ୍ୟାଣ୍ଡସ ।

ବର୍ଷା ବାଧିତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଓଭରକୁ 43 କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡସ୍ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବୋଲିଂର ସାମନା କରିପାରିନଥିଲେ । ଏପରିକି ଦଳ 82 ରନରେ 4ଟି ଓ୍ବିକେଟ ଓ 140 ରନରେ 7ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା ।

ତେବେ ସ୍କଟ୍ ଏଡଓ୍ବାଡସ ଅଧିନାୟକ ଇନିଂସ ଖେଳି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ 69 ଟି ବଲ ଖେଳି ଅପରାଜିତ 78 ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ 43 ଓଭରରେ 8 ଓ୍ବିକେଟ ହରାଇ 245 ରନ କରିଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାସିଗୋ ରାବାଡା, ଲୁଙ୍ଗି ଏନଗିଡି ଓ ମାର୍କୋ ଜାନସେନ 2 ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେପଟେ 246 ରନ ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ସ୍ଥିତି ଏପରି ହୋଇଥିଲା ଯେ ଦଳର କୌଣସି ଖେଳାଳି ଅର୍ଦ୍ଧଶତକ ମଧ୍ୟ କରିପାରିନଥିଲେ । ଶେଷରେ ଗୋଟିଏ ବଲ ପୂର୍ବରୁ ଦକ୍ଷିଣ ଆଫ୍ରିକା 207 ରନରେ ଅଲଆଉଟ ହୋଇଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+