Cricket World Cup 2023: ଭାରତର ପ୍ଲେଇଙ୍ଗ୍ 11, ଏହି ଖେଳାଳି ନେବେ ଶୁବମନ୍ ଙ୍କ ସ୍ଥାନ
ବିଶ୍ୱକପ୍ 2023 ରେ କାଲି ରହିଛି ହାଇ ଭୋଲ୍ଚେଜ୍ ମ୍ୟାଚ୍ । ଆୟୋଜକ ଭାରତ ଏହାର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳକୁ ଭେଟିବ । କିନ୍ତୁ ଏହା ପୂର୍ବରୁ ଭାରତର ଓପନର୍ ଶୁବମନ୍ ଗିଲ୍ ଙ୍କ ଅସୁସ୍ଥତା ଦଳ ପାଇଁ ଚିନ୍ତା ବଢାଇ ଦେଇଛି । ଗତ ମ୍ୟାଚ୍ ଗୁଡ଼ିକରେ ଭଲ ପ୍ରଦର୍ଶ କରିବା ସହ ପର୍ମରେ ଥିବା ଏହି ବ୍ୟାଟ୍ସମ୍ୟାନଙ୍କ ଅନୁପସ୍ଥିତି କ୍ରିକେଟ୍ ପ୍ରେମୀଙ୍କୁ ବ୍ୟଥିତ କରିଛି ।
ତଥାପି ରୋହିତ୍ ବାହିନୀ କଙ୍ଗାରୁ ଦଳକୁ ସାମ୍ନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପରିଚାଳନା ପାଇଁ ଗିଲଙ୍କ ଅନୁପସ୍ଥିତି ନିରାଶାଜନକ ହେବ ।

ତେବେ ଚେନ୍ନାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ରେ କିଏ କାହା ଉପରେ ଭାରୀ ପଡ଼ିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଭାରତୀୟ ଦଳର ସମସ୍ତ ଖେଳାଳି ଏବେ ଦମଦାର ଫର୍ମରେ ରହିଥିବାବେଳେ କାହାକୁ ପ୍ଲେଇଙ୍ଗ୍ 11 ରେ ସ୍ଥାନ ମିଳିବ ସେ ନେଇ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି । ଓପନର ଶୁଭମନ ଗିଲ ଡେଙ୍ଗୁ ଚିହ୍ନଟ ହେବା ପରେ ଦଳର ଚିନ୍ତା ବଢ଼ିଯାଇଛି । ତେବେ ମହମ୍ମଦ ସାମି ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଦଳରେ ସ୍ଥାନ ମିଳିବାର ଆଶା ବହୁତ କମ ରହିଥିବା କୁହାଯାଉଛି । 3 ଜଣ ସ୍ପିନରଙ୍କୁ ଦଳରେ ସୁଯୋଗ ମିଳିପାରେ ।
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ସହ ଇଶାନ କିଶନ ଓପନିଂ କରିପାରନ୍ତି । ଏହା ପରେ ବିରାଟ କୋହଲିଙ୍କ ସ୍ଥାନ ନିଶ୍ଚିତ ରହିଛି । ସେହିପରି 4 ନମ୍ବରରେ ଶ୍ରେୟସ୍ ଆୟର ନମ୍ବର ଏବଂ କେ.ଏଲ୍ ରାହୁଲ -5 ରେ ଖେଳିପାରନ୍ତି ।
ସେପଟେ 3 ଜଣ ସ୍ପିନରଙ୍କୁ କଙ୍ଗାରୁ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିପାରେ । ଏଭଳି ପରିସ୍ଥିତିରେ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ସୁଯୋଗ ମିଳିବ ନାହିଁ । ସୂର୍ଯ୍ୟକୁମାର ଯାଦବ ପ୍ଲେଇଙ୍ଗ 11 ରୁ ବାଦ ପଡ଼ି ପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ ଅଲରାଉଣ୍ଡର ଭାବରେ ଖେଳି ପାରନ୍ତି । ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ ବ୍ୟତୀତ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଦ୍ରୁତ ବୋଲର ଭାବରେ ଖେଳିବେ ବୋଲି ନିଶ୍ଚିତ ହୋଇଛି ।
ଭାରତର ସାମ୍ଭାବ୍ୟ ପ୍ଲେଇଙ୍ଗ୍ 11
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା












Click it and Unblock the Notifications