Get Updates
Get notified of breaking news, exclusive insights, and must-see stories!

Cricket World Cup 2023: ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା, ପ୍ରଥମ ବିଜୟ ପାଇଁ କରିବେ ଲଢେଇ

Cricket World Cup 2023: ଦିନିକିଆ ବିଶ୍ୱକପ୍‌ 2023 ର 14ତମ ମ୍ୟାଚ୍ ଆଜି ଖେଳାଯିବ । ଆଜିର ମ୍ୟାଚର୍ ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ । ଲକ୍ଷ୍ନୌରେ ଖେଳାଯିବ ଏହି ମ୍ୟାଚ୍ ।

ଚଳିତ ବିଶ୍ୱକପ୍ ରେ ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ବିଜୟର ସ୍ୱାଦ ପାଇ ପାରିନାହାଁନ୍ତି । ସୋମବାର ଏକନା ଷ୍ଟାଡିୟମରେ ଉଭୟ ଦଳ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ ।

aus vs sl

ଗୋଟିଏ ପଟେ ଅଷ୍ଟ୍ରେଲିଆର ପ୍ରଦର୍ଶନ ବିଶ୍ୱକପ୍‌ ରେ ଭଲ ରହିନି । କଙ୍ଗାରୁ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ଠାରୁ ହାରି -1.846 ରନ୍‌ ରେଟ୍‌ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ସେହିପରି ଅନ୍ୟପକ୍ଷରେ ଶ୍ରୀଲଙ୍କାର ମଧ୍ୟ ଏହି ସମାନ ଦଶା । ସିଂହଳୀ ଦଳ ନିଜର ପ୍ରଥମ ଦୁଇ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନଠୁ ହାରିଛି । ଏହା ସହ -1.161 ରନ୍‌ ରେଟ୍‌ ସହ ଦଳ ଟେବୁଲର ସପ୍ତମ ସ୍ଥାନରେ ରହିଛି ।

ସେମି ଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଶେଷ 7 ଟି ଲିଗ୍‌ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆକୁ ଅତି କମ୍‌ରେ 6ଟି ମ୍ୟାଚ୍‌ ଜିତିବାକୁପଡ଼ିବ । ସେପେଟ ଆହତ ଜର୍ଜରିତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ 5ଥର ଚାମ୍ପିଅନ୍‌ ହୋଇସାରିଥିବା ଅଷ୍ଟ୍ରେଲିଆ ପାଇଁ ବଡ଼ ସୁଯୋଗ ନେଇ ଆସିଛି ।

ଶ୍ରୀଲଙ୍କା ମଧ୍ୟ ପ୍ରଥମ 2 ଟି ମ୍ୟାଚ୍‌ ପରାଜିତ ହୋଇଛି । ମାତ୍ର ଉଭୟ ମ୍ୟାଚ୍‌ରେ ଦଳ କଡ଼ା ଟକ୍କର ଦେଇଛି । ଅଷ୍ଟ୍ରେଲିଆକୁ ସହଜରେ ଜିତିବାକୁ ଶ୍ରୀଲଙ୍କା ସୁଯୋଗ ଦେବ ନାହିଁ । ଦଳର ବ୍ୟାଟିଂ ବିଭାଗ ସୁଦୃଢ ରହିଛି । କୁଶଲ ମେଣ୍ଡିସ ଓ ସଦିରା ସମରବିକ୍ରମା ପାକିସ୍ତାନ ବିପକ୍ଷରେ ଶତକ ଅର୍ଜନ କରିଛନ୍ତି । ସେହିପରି ପଥୁମ ନିଶଙ୍କା ଓ ଚରିଥ ଆଶାଲଙ୍କା ଚମତ୍କାର ଫର୍ମରେ ରହିଛନ୍ତି । ବୋଲିଂ ବିଭାଗକୁ ନେଇ ସମସ୍ୟା ରହିଛି । ୱାନିଣ୍ଡୁ ହସରଙ୍ଗା, ଦୁଷ୍ମନ୍ତ ଚାମିରାଙ୍କ ଭଳି ଷ୍ଟାର ବୋଲରମାନେ ଆହତ ଥିବାରୁ ଶ୍ରୀଲଙ୍କାର ବୋଲିଂ ବିଭାଗ ଦୁର୍ବଳ ରହିଛି ।

କିନ୍ତୁ, ଅଷ୍ଟ୍ରେଲିଆର ବ୍ୟାଟରମାନେ ଏପର୍ଯ୍ୟନ୍ତ ବ୍ୟାଟିଂ ଚମକ ଦେଖାଇ ନାହାଁନ୍ତି । କେବଳ ଡେଭିଡ୍‌ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅର୍ଦ୍ଧଶତକ ଅର୍ଜନ କରିପାରି ନାହାଁନ୍ତି । ଉଭୟ ମ୍ୟାଚ୍‌ରେ ଦଳ 200 ଅତିକ୍ରମ କରିବାରେ ବିଫଳ ହୋଇଛି । ଅଷ୍ଟ୍ରେଲିଆ ଆଜି ଏକାଦଶ ଅପରିବର୍ତ୍ତିତ ରଖିବା ନିଶ୍ଚିତ । ଜୋସ୍‌ ଇଂଲିଶ ୱିକେଟ କିପର ଦାୟିତ୍ୱ ତୁଲାଇବେ । ମାର୍କସ ଷ୍ଟଇନିସ୍‌ ମଧ୍ୟ ଏକାଦଶରେ ସ୍ଥାନ ବଜାୟ ରଖିବେ ।

1996 ବିଶ୍ୱକପ୍‌ ଫାଇନାଲ୍‌ରେ ଶ୍ରୀଲଙ୍କା ଶେଷ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହାପରେ ଉଭୟ ଦଳ ବିଶ୍ୱକପ୍‌ରେ ପରସ୍ପରକୁ 7 ଥର ଭେଟି ସାରିଛନ୍ତି । ପ୍ରତ୍ୟେକ ଥର ଅଷ୍ଟ୍ରେଲିଆ ବିଜୟୀ ହୋଇଛି ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ସ, ଷ୍ଟିଭ୍‌ ସ୍ମିଥ୍‌, ମାର୍ନସ ଲବୁସାନ, ଜୋସ ଇଙ୍ଗଲିସ (ୱିକେଟ୍‌ ରକ୍ଷକ), ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ‌‌ଷ୍ଟୋଇନିସ, ମିଚେଲ ଷ୍ଟାର୍କ, ପାଟ କମିନ୍ସ (ଅଧିନାୟକ), ଆଦାମ ଜାମ୍ପା, ‌ଜୋସ ହାଜେଲଉଡ୍‌।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ପଥୁମ ନିଶଙ୍କ, କୁଶଲ ପେରେରା, କୁଶଲ ମେଣ୍ଡିସ (ଅଧିନାୟକ, ୱିକେଟ୍‌ ରକ୍ଷକ), ସଦୀରା ସମରବିକ୍ରମା, ଚରିତ ଅଶଲଙ୍କା, ଧନଞ୍ଜୟ ଡି'ସିଲ୍‌ଭା, ଦୁନିଥ କରୁଣାରତ୍ନେ, ମହେଶ ଥୀକ୍ଷଣା, କସୁନ ରଜିଥା, ଦିଲସାନ ମଧୁସଣକା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+