Get Updates
Get notified of breaking news, exclusive insights, and must-see stories!

World Cup 2023: ଆଜି ମୁହାଁମୁହିଁ ହେବେ ଏହି ଦୁଇ ଦଳ, ଜାଣନ୍ତୁ କଣ ରହିଛି ପିଚ୍ ରିପୋର୍ଟ

World Cup 2023: ବିଶ୍ୱକପ୍ 2023 ର ଦଶମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ । ଦୁଇ ଦଳ ମଧ୍ୟରେ ଏକ ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିପାରେ । ଏହି ମ୍ୟାଚ୍ ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡିୟମରେ ଅପରାହ୍ନ 2 ଟାରୁ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଏକ ସହଜ ବିଜୟ ହାସଲ କରିଛି । ଅପରପକ୍ଷରେ ଅଷ୍ଟ୍ରେଲିଆକୁ ନିଜ ଓପନିଂ ମ୍ୟାଚରେ ଭାରତ ସାମ୍ନାରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

world cup 2023

ଟେମ୍ବା ବାବୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଧାରା ଜାରି ରଖିବାକୁ ଆଶା କରିବ । ସେହିପରି ଭାରତ ବିପକ୍ଷରେ ପ୍ରଥମ ପରାଜୟ ପରେ ଅଷ୍ଟ୍ରେଲିଆ ନିଜ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିବ । ଏଭଳି ପରିସ୍ଥିତିରେ ଅଧିନାୟକ କମିନ୍ସଙ୍କ ଦଳ ପ୍ରଥମ ବିଜୟର ଆଶା ନେଇ ପଡ଼ିଆକୁ ଓହ୍ଲାଇବ ।

ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡିୟମର ପିଚ୍ ବୋଲିଂ ପାଇଁ ବହୁତ ସାହାଯ୍ୟକାରୀ । ବିଶେଷ କରି ଏହି ପିଚ୍ ବୋଲରମାନଙ୍କୁ ଭଲ ସୁହାଇବ । ବ୍ୟାଟ୍ସମ୍ୟାନ୍ ମ୍ୟାଚ୍ ଆରମ୍ଭରୁ ଧର୍ଯ୍ୟର ସହ ଖେଳିଲେ ପରବର୍ତ୍ତୀ ଓଭରରେ ନିଜର ଭଲ ପ୍ରଦର୍ଶନ କରିପାରନ୍ତି । ତେଣୁ, ଏହି ସ୍ଥାନରେ ଟସ୍ ଜିତିଥିବା ଅଧିନାୟକଙ୍କ ପାଇଁ ପ୍ରଥମେ ବୋଲିଂ ଏକ ଯଥାର୍ଥ ନିଷ୍ପତ୍ତି ହୋଇପାରେ ।

ଅଷ୍ଟ୍ରେଲିଆ ସାମ୍ଭାବ୍ୟ ଏକାଦଶ

ଡେଭିଡ ୱାର୍ଣ୍ଣର, ମାଇକେଲ୍ ମାର୍ଶ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁସେନ୍, ଗ୍ଲେନ୍ ମ୍ୟାକ୍ସୱେଲ, ଆଲେକ୍ସ କେରି, ମାର୍କସ୍ ଷ୍ଟୋଇନିସ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ମାଇକେଲ୍ ଷ୍ଟାର୍କ, ଆଦାମ ଜାମ୍ପା, ଜୋଶ ହାଜଲେଉଡ

ଦକ୍ଷିଣ ଆଫ୍ରିକା ସାମ୍ଭାବ୍ୟ ଏକାଦଶ

କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ଟେମ୍ବା ବାଭୁମା (ଅଧିନାୟକ), ରସି ଭାନ୍ ଡେର୍ ଡୁସେନ୍, ଆଡେନ ମାର୍କ୍ରାମ, ହେନ୍ରିଚ୍ କ୍ଲାସେନ୍, ଡେଭିଡ ମିଲର, ମାର୍କୋ ଜେନସେନ୍, ଗେରାଲ୍ଡ କୋଟତଜୀ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନଗିଡ଼ି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+