କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଅଲମ୍ପିକ୍ସରେ ସାମିଲ ହେବ କ୍ରିକେଟ୍ !
ଦିନିକିଆ ବିଶ୍ୱକପ୍, ଟି-20 ବିଶ୍ୱକପ୍, ଆଇପିଏଲ୍ ପରେ ଏବେ ଅଲମ୍ପିକ୍ସରେ ବି ଦେଖିବାକୁ ମିଳିପାରେ କ୍ରିକେଟ୍ ଖେଳ । ଖେଳ ପ୍ରେମୀ ଅଲମ୍ପିକ୍ସରେ କ୍ରିକେଟ୍ ର ମଜା ନେଇପାରିବେ । 128 ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ କୁ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି ।

2028 ରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଯୋଜନା କରାଯାଉଛି । କ୍ରିକେଟ୍ ସହିତ ଫ୍ଲାଗ୍ ଫୁଟବଲ୍, ବେସବଲ୍ ଏବଂ ସଫ୍ଟବଲ୍ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଉଛି । ଅକ୍ଟୋବର 15 ରୁ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି)ର 141 ତମ ଅଧିବେଶନରେ କ୍ରିକେଟ୍ କୁ ଅନ୍ତର୍ଭୁକ୍ତ କରିବା ଉପରେ ମୋହର ବାଜିପାରେ । ଏହି ଖେଳଗୁଡିକରେ ଲାକ୍ରିକ୍ସ ଏବଂ ସ୍କ୍ୱାସ୍କୁ ଅତିରିକ୍ତ ଭାବେ ଖେଳାଯିବ ।
ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର କ୍ରୀଡା ନିର୍ଦ୍ଦେଶକ କିଟ୍ ମ୍ୟାକକନେଲ ଗୁରୁବାର କହିଛନ୍ତି ଯେ ଲସ୍ ଆଞ୍ଜେଲସ୍ କମିଟି ପାଞ୍ଚଟି କ୍ରୀଡା ପ୍ରସ୍ତାବ ଦେଇଛି ଯାହା ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସର ଅଂଶ ହୋଇପାରେ । କ୍ରିକେଟ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।
ଏହା ପୂର୍ବରୁ 1900 ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯାଇଥିଲା । ଏଥିରେ ଇଂଲଣ୍ଡ ଏବଂ ଫ୍ରାନ୍ସ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହୋଇଥିଲେ । ଯଦିଓ, ଦୀର୍ଘ ଦିନ ଧରି ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ ଚାଲିଛି, କିନ୍ତୁ ଏପରି ସମ୍ଭାବନା ନଥିଲା । ବାସ୍ତବରେ, କ୍ରିକେଟ୍ର ଲୋକପ୍ରିୟତାକୁ ଧ୍ୟାନରେ ରଖି ଆଇଓସି ଭାରତୀୟ ବଜାରରେ ପୁଞ୍ଜି ଲଗାଇବାକୁ ଚେଷ୍ଟା କରିବ ।
ଏଥିପାଇଁ ପୁରୁଷ ଓ ମହିଳା ଟି -20 କ୍ରିକେଟ୍ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ ହେବ । ରିପୋର୍ଟ ଅନୁଯାୟୀ, କ୍ରିକେଟ୍ ଅନ୍ତର୍ଭୂକ୍ତ କରି 2024 ପ୍ୟାରିସ୍ ଅଲିମ୍ପିକ୍ ପାଇଁ ପ୍ରସାରଣ ଅଧିକାର 158 କୋଟି ଟଙ୍କା 2028 ମସିହାରେ 1525 କୋଟିରେ ପହଞ୍ଚିପାରେ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications