Commonwealth Games 2022 : ଭାରୋତ୍ତୋଳନରେ ଭାରତକୁ ବ୍ରୋଞ୍ଜ, ଦୁଇରେ ପହଞ୍ଚିଲା ପଦକ ସଂଖ୍ୟା
କମନୱେଲଥର ଗେମ୍ସର 22 ତମ ସଂସ୍କରଣର ଦ୍ୱିତୀୟ ଦିନ ଇଭେଣ୍ଟରେ ଭାରତକୁ ମିଳିଛି ପଦକ । ଭାରତୀୟ ଭାରତ୍ତୋଳନକାରୀ ସଙ୍କେତ ମହାଦେବ ସରଗର ରୌପ୍ୟ ପଦକ ହାସଲ କରଇଛନ୍ତି
ବର୍ମିଂହାମ : କମନୱେଲ୍ଥ ଗେମ୍ସ ଭାରୋତ୍ତଳନ ପ୍ରତିଯୋଗିତାରେ ଭାରତକୁ ଗୋଟିଏ ପରେ ଗୋଟିଏ ସଫଳତା । ସଙ୍କେତ ସାଗରଙ୍କ ରୌପ୍ୟ ଜିତିବା ପରେ କାଂସ୍ୟ ହାସଲ କଲେ ଗୁରୁରାଜା ପୂଜାରୀ । ପୁରୁଷ 61 କେଜି ବର୍ଗ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ହାସଲ କରିଛନ୍ତି ଗୁରୁରାଜା । ସେ 269 କେଜି ଓଜନ ଉଠାଇ ଏହି ସଫଳତା ହାସଲ କରିଛନ୍ତି ।
ଭାରତୀୟ ଭାରତ୍ତୋଳନକାରୀ ସଙ୍କେତ ମହାଦେବ ସରଗର ରୌପ୍ୟ ପଦକ ହାସଲ କରଇଛନ୍ତି । ପୁରୁଷ 55 କିଲୋଗ୍ରାମ ବର୍ଗରେ ସଙ୍କେତ ସରଗର ରୌପ୍ୟ ପଦକ ହାସଲ କରି ପଦକ ତାଲିକାରେ ଭାରତର ନାମ ସାମିଲ କରିଛନ୍ତି । ଏହା କମନୱେଲ୍ଥ ଗେମ୍ସ 2022 ରେ ଭାରତର ପ୍ରଥମ ପଦକ ।

ଏହି ଇବେଣ୍ଟରେ ମାଲେସିଆର ମହମ୍ମଦ ଅନୀଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହାରାଷ୍ଟ୍ରର ସାଙ୍ଗଲୀର ବାସିନ୍ଦା ସଙ୍କେତ ମହାଦେବ ସରଗର ଗତ ବର୍ଷ ଡିସେମ୍ବରରେ କମନୱେଲ୍ଥ ଚାମ୍ପିୟନସିପରେ ନ୍ୟାସନାଲ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ସଙ୍କେତ ଏହି ଇଭେଣ୍ଟରେ ପ୍ରଥମ ପ୍ରୟାସରେ 107 କିଲୋଗ୍ରାମ, ଦ୍ୱିତୀୟ ପ୍ରୟାସରେ 111 କିଲୋଗ୍ରାମ ଏବଂ ତୃତୀୟ ପ୍ରୟାସରେ 113 କିଲୋଗ୍ରାମ ଉଠାଇଥିଲେ । ସେହିପରି କ୍ଲିନ୍ ଏଣ୍ଡ ଜର୍କର ପ୍ରଥମ ପ୍ରୟାସରେ 135 କିଲୋଗ୍ରାମ ଉଠାଇଥିଲେ । କିନ୍ତୁ ସେ ଦ୍ୱିତୀୟ ଏବଂ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ । ସେ ସମୁଦାୟ 248 କିଲୋଗ୍ରାମ ଓଜନ ଉଠାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହି ସମୟରେ, ମାଲେସିଆର ମୋହମ୍ମଦ ସମୁଦାୟ 249 କିଲୋଗ୍ରାମର ଓଜନ ଉଠାଉଥିଲେ । କେବଳ 1 କିଲୋଗ୍ରାମ ଅନ୍ତରରେ ସଙ୍କେତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।












Click it and Unblock the Notifications