ସୌରଭ ଗାଙ୍ଗୁଲିଙ୍କୁ ହୃଦଘାତ ; ଡାକ୍ତରଖାନାରେ ଭର୍ତ୍ତି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ବର୍ତ୍ତମାନର ଅଧ୍ୟକ୍ଷ ସୈରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡ଼ିଛନ୍ତି । ସେ ହୃଦଘାତର ଶିକାର ହୋଇଥିବା ନେଇ ସୂଚନା ମିଳିଛି ।
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ବର୍ତ୍ତମାନର ଅଧ୍ୟକ୍ଷ ସୈରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡ଼ିଛନ୍ତି । ସେ ହୃଦଘାତର ଶିକାର ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କୁ କୋଲକାତାର ଉଡଲାଣ୍ଡ ମଲ୍ଟିସ୍ପେଶାଲିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହୃଦଘାତର ଶିକାର ହୋଇଥିବା ଜଣାପଡ଼ିବା ପରେ ଆଜି ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯିବ ବୋଲି ସୂଚନା ମିଳିଛି ।

ଶନିବାର ସକାଳେ ସେ ଜିମ୍ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
Sad to hear that @SGanguly99 suffered a mild cardiac arrest and has been admitted to hospital.
Wishing him a speedy and full recovery. My thoughts and prayers are with him and his family!
— Mamata Banerjee (@MamataOfficial) January 2, 2021
ତାଙ୍କର ଆଶୁ ଆରୋଗ୍ୟ କାମନା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରିଛନ୍ତି । ସେ ଏକ ଟ୍ୱିଟରେ ଲେଖିଛନ୍ତି, 'ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିା ଶୁଣି ମୁଁ ଦୁଃଖିତ । ତାଙ୍ର ଆଶି ଆରୋଗ୍ୟ କାମନା କରୁଛି ।'












Click it and Unblock the Notifications