ଟି-20 ବିଶ୍ୱକପ୍ 2024: କିଏ ହେବେ ୱିକେଟ୍ କିପର୍, ଅଙ୍କ କଷୁଛି ବିସିସିଆଇ
ଟି-20 ବିଶ୍ୱକପ୍ 2024: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପରେ ଏବେ 2024 ରେ ହେବ ଟି-20 ବିଶ୍ୱକପ୍ । ଏଥିଲାଗି ବିସିସିଆଇ ଟିମ୍ ଚୟନ ଉପର ଧ୍ୟାନ ଦେଉଛି । ପ୍ଲେଇଙ୍ଗ୍ ଇଲେଭେନ୍ କୁ ନେଇ ଅଙ୍କ କଷିବା ଆରମ୍ଭ କରିଦେଇଛି ବିସିସିଆଇ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଗାମୀ ବିଶ୍ୱକପ୍ ପାଇଁ କାହାକୁ ୱିକେଟ୍ କିପର୍ ସ୍ଥାନ ମିଳିବ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା ।

ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରେ କିଛି ଯୁବ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ଙ୍କୁ ନେଇ ଟ୍ରାଏଲ୍ କରିଥିଲା ବିସିସିଆଇ । ଏଥିରେ ସମସ୍ତ ଖେଳାଳି ସଫଳ ହୋଇଛନ୍ତି । ସମସ୍ତ ଖେଳାଳି ବି ଦମ୍ଦାର ପ୍ରଦର୍ଶନ କରିଛନ୍ତି ।
ଏହା ପରେ 2024 ରେ ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍ରେ ଖେଳାଯିବ ଟି-20 ବିଶ୍ୱକପ୍ । ଜୁନ୍ 4 ରୁ ଆରମ୍ଭ ହୋଇ 30 ଯାଏଁ ଚାଲିବ । ହେଲେ ଏହାପୂର୍ବରୁ ଭାରତୀୟ ଟିମ୍ ଚୟନକୁ ନେଇ ଦ୍ୱନ୍ଦରେ ପଡିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ।
ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜ୍ରେ ଇଷାନ୍ କିଷାନଙ୍କୁ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ଭାବେ ସୁଯୋଗ ଦିଆଯାଇଥିଲା । ସେ ଏହି ସିରିଜ୍ରେ ଯଥାକ୍ରମେ 58,52,0 ରନ୍ କରିଥିଲେ । ଏହାପରେ ବାକି 2ଟି ମ୍ୟାଚ୍ ଲାଗି ଯୁବ ଜିତେଶ ଶର୍ମାଙ୍କୁ ସୁଯୋଗ ମିଳିଥିଲା । ସେ ମଧ୍ୟ ସୁଯୋଗର ଭଲ ଫାଇଦା ଉଠାଇ ଦୁଇଟି ମ୍ୟାଚ୍ରେ ଯଥାକ୍ରମେ 35, 24 ରନ୍ କରିଥିଲେ । ଯାହାଫଳରେ ତାଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜ୍ରେ ମଧ୍ୟ ସୁଯୋଗ ଦିଆଯାଇଥିଲା । କିନ୍ତୁ ତିନୋଟି ମ୍ୟାଚ୍ରେ ବର୍ଷା ଲାଗି ଗୋଟିଏ ବାତିଲ ହୋଇଥିଲା । ବାକି ଦୁଇଟି ମ୍ୟାଚ୍ରେ ସେ ମାତ୍ର 1 ଓ 4 ରନ୍ କରିଥିଲେ ।
ସେପଟେ ଦିନିକିଆ ବିଶ୍ୱକପ୍ ପରେ କେଏଲ୍ ରାହୁଲ୍ଙ୍କୁ ବିଶ୍ରାମ ଦିଆଯାଇଥିଲା । ସେ ବି ଟି-20 ଦଳକୁ ଫେରିବାର ପୁରା ସୁଯୋଗ ରହିଛି । ଏହାବ୍ୟତୀତ ଦୀର୍ଘ ଦିନର ବିରତି ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିପାରନ୍ତି ରିଷଭ ପନ୍ଥ । ଯଦି ରିଷଭ ପନ୍ଥ ଆଇପିଏଲ୍ରେ ଭଲ ପ୍ରଦର୍ଶନ କରନ୍ତି । ତେବେ ସେ ଜଣେ ଓ୍ୱିକେଟ୍ କିପର ବ୍ୟାଟର ଭାବେ ଟିମ୍କୁ ଫେରିବାର ସମ୍ଭାବନା ରହିଛି । ଏହାବାଦ୍ ସଞ୍ଜୁ ସାମ୍ସନ୍ ବି ଅଛନ୍ତି । ଓ୍ୱିକେଟ୍ କିପରି ବ୍ୟାଟସମ୍ୟାନ୍ ଟି-20ରେ ସଞ୍ଜୁଙ୍କ ଫର୍ମ ବି ଜବରଦସ୍ତ ରହିଛି । ତେଣୁ ଆଗାମୀ ଟି-20 ବିଶ୍ୱକପ୍ରେ ଟିମ୍ ଇଣ୍ଡିଆ କିଏ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ଭାବେ ଚୟନ ହେବେ । ତାକୁ ନେଇ ଏବେଠୁ ଚାଲିଛି ଅଙ୍କକଷା ।












Click it and Unblock the Notifications