ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଅଜିତ ଅଗରକର
ମୁମ୍ବାଇ : ଭାରତୀୟ କ୍ରିକେଟ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଅଜିତ ଅଗରକର । ଅଗରକର ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ କରାଯାଇଛି । ସେହିପରି ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରତଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି । ପୂର୍ବରୁ ଚୟନ କମିଟିରେ ଥିବା ଶିବସୁନ୍ଦର ଦାସ ଓ ସୁବ୍ରତ ବାନାର୍ଜୀ ନିଜର ପଦ ବଜାୟ ରଖିଛନ୍ତି ।

ଏହି ଦୌଡ଼ରେ ଅଗରକର ଏକମାତ୍ର ଦାବିଦାର ଥିଲେ । ସାକ୍ଷାତକାର ବେଳେ ସେ ହିଁ ଏକମାତ୍ର ଉପସ୍ଥିତ (ଭର୍ଚୁଆଲ ମୋଡରେ) ହୋଇଥିଲେ ।
ସୁଲକ୍ଷଣା ନାଏକ, ଅଶୋକ ମାଲହୋତ୍ରା ଏବଂ ଜତିନ ପରଞ୍ଜପେଙ୍କୁ ନେଇ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି (ସିଏସି) ପୁରୁଷ ଚୟନ କମିଟିରେ ଜଣେ ଚୟନକର୍ତ୍ତା ପଦ ପାଇଁ ଆବେଦନକାରୀଙ୍କ ସାକ୍ଷାତକାର ନେଇଥିଲେ । ତିନି ଜଣିଆ ସିଏସି ସର୍ବସମ୍ମତି କ୍ରମେ ଅଜିତ ଅଗରକରଙ୍କୁ ଏହି ପଦବୀ ପାଇଁ ସୁପାରିସ କରିଛି ।
ଏହି ପୂର୍ବତନ ଭାରତୀୟ ଅଲରାଉଣ୍ଡର 26ଟି ଟେଷ୍ଟ, 191 ଟି ଦିନିକିଆ ଏବଂ ଚାରିଟି ଟି-20 ମ୍ୟାଚ୍ ଖେଳିବା ସହିତ 100 ଟି ପ୍ରଥମ ଶ୍ରେଣୀ, 270 ଲିଷ୍ଟ ଏ ଏବଂ 62 ଟି-20 ମ୍ୟାଚ୍ ଖେଳିଛନ୍ତି ।












Click it and Unblock the Notifications