ଓଡ଼ିଆ ପୁଅ କାନ୍ଧରେ ଗୁରୁ ଦାୟିତ୍ୱ, ଭାରତୀୟ କ୍ରିକେଟ୍ ଟିମ୍ ର ମ୍ୟାନେଜର ହେଲେ ସତବୀର
ଭୁବନେଶ୍ୱର: ଓଡ଼ିଆ ପୁଅ କାନ୍ଧରେ ଗୁରୁ ଦାୟିତ୍ୱ ବିସିସିଆଇ । ସତବୀର ସିଂ ରିୟରଙ୍କୁ ଭାରତୀୟ କ୍ରିକେଟ୍ ଟିମ୍ ର ମ୍ୟାନେଜର କରିଛି ବିସିସିଆଇ । ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ଅନେକ ଟିମ୍ ପାଇଁ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଛନ୍ତି ସତବୀର ।

ମାଲକାନଗିରିର ପୁଅ ସତବୀର ସିଂ ରିୟର । ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ 16 ବର୍ଷରୁ କମ, 19 ବର୍ଷରୁ କମ ଟିମ ସହ ଓ ରଣଜୀ ଟ୍ରଫିର ମ୍ୟାନେଜର ପଦ ସମ୍ଭାଳିଛନ୍ତି ।
ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ସତବୀର ପେଶାରେ ଜଣେ ଫାର୍ମାସି ଅଫିସର । ରାତିରେ ଡ୍ୟୁଟି କରି ଦିନରେ କ୍ରିକେଟ୍ ପାଇଁ ସମୟ ଦିଅନ୍ତି ସତବୀର । ଏଭଳି ଉପଲବ୍ଧି ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ସତବୀର ।
Congratulations 👏🎉 Mr. Satbir Singh Riar (Member, OCA) on being appointed as the Manager of #TeamIndia for the India 🇮🇳 vs 🇿🇦 South Africa Test Series!
— Odisha Cricket Association (@cricket_odisha) December 27, 2023
📍South Africa @BCCI#SAvsIND#SAvsIndia#BCCI pic.twitter.com/WzGQ1iHfrK
ଏହା ପରେ ମାଲକାନଗିରିରେ ଖୁସିର ଲହରୀ ଖେଳିଯାଇଛି । ରଞ୍ଜୀବ ବିଶ୍ୱାଳଙ୍କ ପରେ ସତୀଶ ସିଂ ରିୟର ଆଉ ଜଣେ ଓଡିଆ ଏହି ଦାୟିତ୍ୱ ମିଳିଛି ।












Click it and Unblock the Notifications