Get Updates
Get notified of breaking news, exclusive insights, and must-see stories!

ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ୍

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ବଡ଼ ଝଟକା । ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ୍ । ବିଶ୍ବକପରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଅନେକ ସମାଲୋଚନାର ଶିକାର ହୋଇଥିଲେ । ଏହା ପରେ ସେ ଆଜି କ୍ରିକେଟ୍ ର ସମସ୍ତ ତିନୋଟି ଫର୍ମାଟର ଅଧିନାୟର ପଦରୁ ଇସ୍ତଫା ଦେଇଛନ୍ତି ।

babar azam

ଭାରତରେ ଚାଲିଥିବା ଆଇସିସି ODI ବିଶ୍ୱକପ 2023 ରେ ପାକିସ୍ତାନ କ୍ରିକେଟ୍ ଦଳର ଖରାପ ପ୍ରଦର୍ଶନ ପରେ ଅଧିନାୟକ ବାବର ଆଜାମ ସମସ୍ତ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ବାବର ବୁଧବାର ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ପାକିସ୍ତାନ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା । ବାବରଙ୍କ ଅଧିନାୟକତ୍ୱରେ ଦଳ 9 ଟି ମ୍ୟାଚ ମଧ୍ୟରୁ ମାତ୍ର 4 ଟି ଜିତିଥିଲା । ବାବର ଟ୍ୱିଟରରେ ପାକିସ୍ତାନୀ ଦଳର ଅଧିନାୟକତ୍ୱରୁ ଇସ୍ତଫା ଘୋଷଣା କରିଛନ୍ତି ।

ବାବର ଏକ ବିବୃତ୍ତିରେ କହିଛନ୍ତି, "ମୋର ମନେ ଅଛି, ଯେତେବେଳେ ମୁଁ 2019 ରେ ପାକିସ୍ତାନର ନେତୃତ୍ୱ ନେବାକୁ PCB ରୁ କଲ ପାଇଥିଲି । ବିଗତ ଚାରି ବର୍ଷ ମଧ୍ୟରେ, ମୁଁ ପଡ଼ିଆରେ ଏବଂ ବାହାରେ ଅନେକ ଉତ୍ଥାନ-ପତନ ଅନୁଭବ କରିଛି । କିନ୍ତୁ କ୍ରିକେଟ୍ ଦୁନିଆରେ ପାକିସ୍ତାନର ଗର୍ବ ଓ ସମ୍ମାନ ବଜାୟ ରଖିବା ପାଇଁ ମୁଁ ମୋର ହୃଦୟରୁ ଚେଷ୍ଟା କରିଥିଲି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+