Get Updates
Get notified of breaking news, exclusive insights, and must-see stories!

ଏସୀୟ ପାରା ଗେମ୍ସରେ ଭାରତର କମାଲ, 100 ପଦକ ହାସଲ କଲେଣି ଭାରତୀୟ ଖେଳାଳି

Asian para games 2023: ଏସୀୟ ପାରା ଗେମ୍ସରେ ଭାରତକୁ ମିଳିଛି ବଡ଼ ସଫଳତା । ଶନିବାର ଦିନ ଭାରତର ପାରା-ଆଥଲେଟ୍ସମାନେ ଇତିହାସ ସୃଷ୍ଟି କରିଛନ୍ତି । ହାଙ୍ଗଜୋ ପାରା ଏସୀୟ ଗେମ୍ସର 100 ପଦକ ହାସଲ କରିଛି ଭାରତ । ଦିଲୀପ ମହାଡୁ ଗାଭିଟ୍ ପୁରୁଷ 400 ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ନାଁରେ 100 ତମ ପଦକ କରିଛନ୍ତି ।

asian para games2023

ଭାରତୀୟ ପାରା କଣ୍ଟିଜେଣ୍ଟ ପ୍ରଥମ ଥର ପାଇଁ 100 ପଦକ ହାସଲ କରିଛି । ପାରା ଏସିଆନ ଗେମ୍ସ ଅଭିଯାନରେ ଏହା ଏକ ବଡ଼ ସଫଳତା । ଖବର ଲେଖାଯିବା ସୁଦ୍ଧା, ଭାରତ 26 ଟି ସ୍ୱର୍ଣ୍ଣ, 29 ଟି ସିଲଭର ଏବଂ 45 ଟି ବ୍ରୋଞ୍ଜ ପଦକ ଜିତିଛି । ଏହା ପୂର୍ବରୁ ଭାରତ 2018 72 ପଦକ ଜିତିଥିଲା । ସେଥିରେ 15 ସ୍ୱର୍ଣ୍ଣ, 24 ରୌପ୍ୟ ଏବଂ 33 ବ୍ରୋଞ୍ଜ ପଦକ ଥିଲା ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, "ଏହି ସଫଳତା ଆମର ପ୍ରତିଭା, କଠିନ ପରିଶ୍ରମ ଏବଂ ଆମର ଆଥଲେଟ୍ମାନଙ୍କର ନିଷ୍ଠାର ଫଳାଫଳ । ଏହି ଉଲ୍ଲେଖନୀୟ ସଫଳତା ଆମକୁ ଗର୍ବିତ କରୁଛି । ଆମର ଅବିଶ୍ୱସନୀୟ ଆଥଲେଟ୍, କୋଚ୍ ଏବଂ ସେମାନଙ୍କ ସହ କାର୍ଯ୍ୟ କରୁଥିବା ସମଗ୍ର ଟିମ୍ କୁ ମୋର ଗଭୀର ପ୍ରଶଂସା ଏବଂ କୃତଜ୍ଞତା ଜଣାଉଛି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+