Asian Games 2023: ପଦକ ସେଞ୍ଜୁରୀ ପାର୍ କଲା ଭାରତ, ଦେଖନ୍ତୁ ପଦକ ତାଲିକା
Asian Games 2023: ଇତିହାସ ରଚୁଛି ଭାରତ । ଏସୀୟ ଗେମ୍ସରେ ଭାରତର ପଦକ ତାଲିକା ବଢିବାରେ ଲାଗିଛି । ବିଭିନ୍ନ କ୍ରୀଡ଼ାରେ ଭାରତ 100 ଟି ପଦକ ପାଇସାରିଲାଣି । କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା 100 ଛୁଇଁଛି ।

ଚାଇନିଜ୍ ତାଇପେଇ ଟିମକୁ ହରାଇ ଭାରତୀୟ ମହିଳା କବାଡି ଦଳ ଦେଶକୁ ଶତକୀୟ ପଦକ ଭେଟି ଦେବା ସହ ଗର୍ବିତ କରାଇଛି । ସେହିପରି ଉଭୟ ପୁରୁଷ ମହିଳା ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ମିଳିଛି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ କମ୍ପାଉଣ୍ଡ୍ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଏବଂ ଅଭିଷେକ ରୌପ୍ୟ ପଦକ ଜିତିଛନ୍ତି ।
ଏପରପକ୍ଷରେ ଏସିଆନ ଗେମ୍ସରେ ଆଜି ମେଡାଲ ପାଇଁ ଟକ୍କରର ଶେଷ ଦିନ । ଚାମ୍ପିଆନସିପର 14 ଦିନରେ ଭାରତ ଆହୁରି ସ୍ୱର୍ଣ୍ଣ ପଦକ ପାଇଁ ସଂଘର୍ଷ କରିବ । କିଛି ସମୟ ପରେ ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ । ରବିବାର ଏସିଆନ ଗେମ୍ସର ଶେଷ ଦିନ ହୋଇଥିବା ବେଳେ ଶନିବାର ମେଡାଲ ପାଇଁ ଟକ୍କରର ଶେଷ ଦିନ ।
ଭାରତର ପଦକ ତାଲିକା-
ଭାରତ ଏଯାବତ 25 ସ୍ୱର୍ଣ୍ଣ ପଦ, 35 ଟି ରୌପ୍ୟ ଏବଂ 40 ଟି ବ୍ରୋଞ୍ଜ ପଦକ ଜିତି ସାରିଛି । ସେପଟେ କ୍ରିକେଟରେ ପୁରୁଷ ଦଳ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ପଦକ ଜିତିବା ଏକପ୍ରକାର ସ୍ପଷ୍ଠ ହୋଇସାରିଛି । ଭାରତ 100 ପଦକ ପାଇଥିବାବେଳେ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।
ଆଗକୁ ମଧ୍ୟ ମେଡାଲ୍ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ଆଜି ପୁରୁଷ କବାଡି, ବାଡମିଣ୍ଟନ ଏବଂ ପୁରୁଷ କ୍ରିକେଟ ମ୍ୟାଚ୍ ରହିଛି । ଏଥିରେ ନିଶ୍ଚିତ ରୂପେ ପଦକ ଆସିବା ନେଇ ଆଶା କରାଯାଉଛି ।
1951 ରୁ ଆରମ୍ଭ ହୋଇଥିବା ଏସିଆନ୍ ଗେମ୍ସ ପ୍ରତିଯୋଗିତାରେ ପ୍ରଥମ କରି ଭାରତୀୟ ପ୍ରତିଯୋଗୀମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । କେବଳ 2018 ରେ ଜାକାର୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତକୁ 70 ଟି ପଦକ ମିଳିଥିଲା । ଏଥିରେ 16 ସ୍ୱର୍ଣ୍ଣ ରହିଥିଲା ।












Click it and Unblock the Notifications