Get Updates
Get notified of breaking news, exclusive insights, and must-see stories!

Asian Games 2023: ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ, ପୁରୁଷ କ୍ରିକେଟ୍ ଟିମ୍ କୁ ସଫଳତା

Asian Games 2023: ଏସୀୟ ଗେମ୍ସରେ ଜବରଦସ୍ତ ପ୍ରଦର୍ଶନ କରୁଛି ଭାରତ । ଶେଷ ଦିନରେ ଭାରତ ଖାତାରେ ଯୋଡ଼ି ହେବାରେ ଲାଗିଛି ସ୍ୱର୍ଣ୍ଣ ପଦକ । ଟି-20 କ୍ରିକେଟ୍ ରେ ଭାରତର ପୁରୁଷ ଟିମ୍ କୁ ମିଳିଛି ସ୍ୱର୍ଣ୍ଣ ପଦକ । ଆଫଗାନିସ୍ତାନକୁ ହରାଇ ପଦକ ହାତେଇଛି ମେନ୍ ଇନ୍ ବ୍ଲୁ ଦଳ ।

mens cricket team

ମ୍ୟାଚ ଅଧାରୁ ବର୍ଷା ବାଧକ ସାଜିଥିଲା । ଏହା ପରେ ମ୍ୟାଚ ବାତିଲ ହୋଇଥିଲା । କିନ୍ତୁ ଆଫଗାନିସ୍ତାନ ଅପେକ୍ଷା ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାରୁ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା 102 ରେ ପହଞ୍ଚିଛି । ସେଥିମଧ୍ୟରେ ରହିଛ 27 ସ୍ୱର୍ଣ୍ଣ, 35 ଟି ରୌପ୍ୟ ଓ 40 ଟି ବ୍ରୋଞ୍ଜ ।

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ 18.2 ଓଭରରେ 5 ୱିକେଟରେ 112 ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ହୋଇଥିଲା । ଆଫଗାନିସ୍ତାନ ପକ୍ଷରୁ ଶାହିଦୁଲ୍ଲା ସର୍ବାଧିକ 49 ରନ ଓ ଅଧିନାୟକ ଗୁଲବଦିନ 27 ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଶିବମ ଦୁବେ, ଶାହବାଜ ଅହମଦ, ରବି ବିଷ୍ଣୋୟୀ ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+