Asian Games 2023: ବଢୁଛି ଭାରତର ପଦକ ଆଶା, ଟି-ଟ୍ୱେଣ୍ଟି ଫାଇନାଲରେ ଭାରତ
Asian Games 2023: ଭାରତକୁ ଆଉ ଏକ ସଫଳତା । ଏସୀୟ କ୍ରୀଡ଼ା ଟି ଟ୍ୱେଣ୍ଟି ଫାଇନାଲରେ ପାଦ ରଖିଲା ଭାରତ । ବାଂଲାଦେଶକୁ 9 ୱିକେଟରେ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଭାରତ ।

97 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 9.2 ଓଭରରେ ହାସଲ କରିଛି । ତିଳକ ବର୍ମା ମାତ୍ର 25 ବଲ୍ରୁ ବିସ୍ଫୋରକ ଅର୍ଦ୍ଧଶତକ କରିଛନ୍ତି ।
ଏହା ପରେ ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବ ଭାରତୀୟ ଟିମ୍ । ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରୁ ବିଜୟୀ ଟିମ୍ ସହ ହେବ ଫାଇନାଲ ମ୍ୟାଚ୍ ।
ଅପରପକ୍ଷରେ ଆଉ ଏକ ସ୍ୱର୍ଣ୍ଣ ଆଶାରେ ଭାରତ । ସ୍ୱର୍ଣ୍ଣ ପଦକ ଆଶାରେ ଆଜି ଜାପାନକୁ ଭେଟିବ ଭାରତୀୟ ପୁରୁଷ ହକି ଦଳ । ହରମନ୍ ପ୍ରୀତ ସିଂହଙ୍କ ନେତୃରେ ପୁରୁଷ ଦଳ ଗତ ଥରର ବିଜେତା ଜାପାନକୁ ଫାଇନାଲ୍ରେ ହରାଇ ସ୍ୱର୍ଣ୍ଣ ସହ ଅଲିମ୍ପିକ୍ ଟିକେଟ୍ ଲକ୍ଷ୍ୟରେ ରହିଛି । ଭାରତ ପୂର୍ବରୁ 3ଥର (2014,1997,1966)ରେ ଏସିଆଡ୍ ବିଜେତା ହୋଇଥିଲା । ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା ।












Click it and Unblock the Notifications