Asian Games 2023: ସ୍ୱର୍ଣ୍ଣ ଆଶାରେ ପଡ଼ିଆରେ ଜାପାନକୁ ଭେଟିବ ଭାରତୀୟ ପୁରୁଷ ହକି ଦଳ
Asian Games 2023: ଆଉ ଏକ ସ୍ୱର୍ଣ୍ଣ ଆଶାରେ ଭାରତ । ସ୍ୱର୍ଣ୍ଣ ପଦକ ଆଶାରେ ଆଜି ଜାପାନକୁ ଭେଟିବ ଭାରତୀୟ ପୁରୁଷ ହକି ଦଳ । ହର୍ମନପ୍ରୀତ ସିଂହଙ୍କ ନେତୃରେ ପୁରୁଷ ଦଳ ଗତ ଥରର ବିଜେତା ଜାପାନକୁ ଫାଇନାଲ୍ରେ ହରାଇ ସ୍ୱର୍ଣ୍ଣ ସହ ଅଲିମ୍ପିକ୍ ଟିକେଟ୍ ଲକ୍ଷ୍ୟରେ ରହିଛି । ଭାରତ ପୂର୍ବରୁ 3ଥର (2014,1997,1966)ରେ ଏସିଆଡ୍ ବିଜେତା ହୋଇଥିଲା । ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା ।

ଏପରପକ୍ଷରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍ରେ ହାରି ସ୍ୱର୍ଣ୍ଣ ଦୌଡ଼ରୁ ବାଦ୍ ପଡ଼ିଛି । ଗୁରୁବାର ସେମିଫାଇନାଲ୍ରେ ଗତ ଥରର ରୌପ୍ୟ ବିଜେତା ଭାରତ 0-4 ଗୋଲ୍ରେ ଆୟୋଜକ ଚୀନ୍ଠୁ ପରାଜିତ ହୋଇଛି । ମ୍ୟାଚ୍ର ପ୍ରଥମ କ୍ୱାର୍ଟର ଗୋଲ୍ ଶୂନ୍ୟରେ ସରିଥିଲା । ହେଲେ ଦ୍ବିତୀୟ କ୍ବାର୍ଟରରେ ଜିଆକି ଝୋଙ୍ଗଙ୍କ ଗୋଲ୍ରେ ଚୀନ୍ ଅଗୁଆ ହୋଇଯାଇଥିଲା । 40ତମ ମିନିଟ୍ରେ ମେଇରୋଙ୍ଗ ଜୌଙ୍କ ଗୋଲ୍ରେ ଭାରତ 0-2 ରେ ପଛରେ ପଡ଼ିଯାଇଥିଲା । ଏହାପରେ ଭାରତ ସମାନ ସ୍ତରକୁ ଆଣିବାକୁ ଆକ୍ରମଣାତ୍ମକ ଖେଳ ଖେଳି ଲଗାତାର ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇ ପଛରେ ରହିଥିଲା । ପରାଜୟ ପରେ ଭାରତ ଶନିବାର କାଂସ୍ୟ ପଦକ ଲାଗି ଦକ୍ଷିଣ କୋରିଆକୁ ଭେଟିବ ।












Click it and Unblock the Notifications