Asia Cup 2023: ନେପାଳକୁ ହରାଇ ସୁପର 4 ରେ ଭାରତ, ଏହି ଦିନ ପାକିସ୍ତାନ ସହ ମୁକାବିଲା

ପାଲ୍ଲିକଲ୍‌ : ବର୍ଷା ବାଧାପ୍ରାପ୍ତ ଶେଷ ଲିଗ୍ ମ୍ୟାଚ୍‌ରେ ନେପାଳକୁ ହରାଇଲା ଭାରତ । ଡକ ଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ 10 ଓ୍ଵିକେଟ୍‌ରେ ନେପାଳକୁ ପରାସ୍ତ କରିଛି । ମ୍ୟାଚ୍ ଜିତିବା ସହ ଗ୍ରୁପ ଏରୁ ପାକିସ୍ତାନ ପରେ ଭାରତ ସୁପର-4ରେ ପ୍ରବେଶ କରିଛି । ନେପାଳ ପ୍ରଥମ ଦଳ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ଡିଏଲଏସ ଅନୁସାରେ ଧାର୍ଯ୍ୟ 145 ରନର ବିଜୟ ଲକ୍ଷ୍ୟକୁ ଭାରତ 20.1 ଓଭରରେ ବିନା ଓ୍ଵିକେଟ୍ ହରାଇ ହାସଲ କରି ନେଇଛି ।

india

ମ୍ୟାଚ୍‌ରେ ନେପାଳ ପକ୍ଷରୁ ଧାର୍ଯ୍ୟ 231 ରନ୍‌କୁ ପିଛା କରି ରୋହିତ ରକ୍ଷଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଗିଲ୍‌ ଆକ୍ରମଣାତ୍ମକ ଖେଳିଥିଲେ । 2.1 ଓଭର ବେଳକୁ ଦଳ 17 ରନ୍‌ରେ ପହଞ୍ଚିଥିବା ସମୟରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ମ୍ୟାଚ୍‌ ବନ୍ଦ ରହିବା ପରେ ରାତି 10 ଟା ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା । ଡିଏଲ୍‌ଏସ୍‌ ହିସାବ ଅନୁସାରେ ଭାରତ ସମ୍ମୁଖରେ 23 ଓଭରରେ 145 ରନ୍‌ ଧାର୍ଯ୍ୟ କରାଯାଇଥିଲା । ରୋହିତ 59 ବଲ୍‌ରୁ 74 (ନଟ୍ ଆଉଟ୍) ଓ ଶୁବମନ ଗିଲ୍‌ 62 ବଲ୍‌ରୁ 67(ନଟ୍ ଆଉଟ୍) ଭାଗୀଦାରି ବଳରେ ଭାରତ 17 ବଲ୍‌ ବଳକା ଥାଇ 10 ୱିକେଟ୍‌ରେ ବିଜୟୀ ହୋଇଥିଲା ।

ମ୍ୟାଚ ଆରମ୍ଭରୁ ଭାରତ ଟସ୍‌ ଜିତି ନେପାଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମ ଥର ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତକୁ ସାମ୍ନା କରୁଥିଲେ ମଧ୍ୟ ଦୁଇ ପ୍ରାରମ୍ଭିକ ବ୍ୟାଟର କୁଶାଲ ଭୁର୍ତେଲ ଓ ଆସିଫ୍‌ ଶେଖ ଅର୍ଦ୍ଧଶତକୀୟ ଭାଗୀଦାରି (65) କରିଥିଲେ । ପ୍ରଥମେ ବ୍ୟାଟିଂ କରି ନେପାଳ 48.2 ଓଭରରେ 230 ରନରେ ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଆସିଫ ଶେଖ ସର୍ବାଧିକ 58 ରନର ଇନିଂସ ଖେଳିଥିବା ବେଳେ ସୋମପାଲ୍ କମି 48 ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା 40 ରନ ଦେଇ 3 ଟି ୱିକେଟ୍ ପାଇଥିଲେ । ମହମ୍ମଦ ସିରାଜ 3 ଟି ଓ୍ଵିକେଟ୍ ପାଇଥିଲେ । ଏବେ ସୁପର-4ରେ ସେପ୍ଟେମ୍ବର 10 ତାରିଖର ହମ୍ଵନଟୋଟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+