Asia Cup 2023 Final Match: ଆଜି ହେବ ବର୍ଷା ! କଣ କହୁଛି ପାଣିପାଗ ସୂଚନା
Asia Cup 2023 Final Match: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବ ମହା ମୁକାବିଲା । ଏସିଆ କପ୍ 2023ର ଫାଇନାଲ୍ ମ୍ୟାଚ୍ କଲୋମ୍ବୋ ସ୍ଥିତ ଆର ପ୍ରେମାଡାସା ଷ୍ଟାଡିୟମରେ ଖେଳାଯିବ । ଏହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବର୍ଷା ମ୍ୟାଚ୍ ରେ ବ୍ୟାଘାତ ସୃଷ୍ଟି କରିବାର ସମ୍ଭାବନା ରହିଛି ।

ଯଦି ଆଜି ବର୍ଷା ହୁଏ ତେବେ ରିଜର୍ଭ ଡେରେ ଖେଳାଯାଇପାରିବ ଫାଇନାଲ ମୁକାବିଲା । ତେବେ 18 ତାରିଖରେ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ଯଦି ବର୍ଷା ବାଧକ ସାଜେ ତାହେଲେ 20 ଓଭର ବିଶିଷ୍ଟ ମ୍ୟାଚ ଖେଳାଯିବ । ଯଦି 18 ତାରିଖରେ ମଧ୍ୟ ଖେଳ ନହୁଏ ତାହେଲେ ଉଭୟ ଦଳକୁ ଚାମ୍ପିୟନ ଘୋଷଣା କରାଯିବ । 2002 ମସିହାରେ ଚାମ୍ପିୟନ୍ସ ଟ୍ରଫି ସମୟରେ ମଧ୍ୟ ବର୍ଷା ବାଧକ ସାଜିଥିବାରୁ ଶ୍ରୀଲଙ୍କା ଏବଂ ଭାରତ ଟ୍ରଫି ଭାଗ ବାଣ୍ଟିଥିଲେ ।
ଅପରପକ୍ଷରେ ଗତ ପାଞ୍ଚ ବର୍ଷ ଧରି ଭାରତ ଏସିଆ କପ ଟାଇଟଲ ଜିତି ପାରି ନାହିଁ । ଶେଷ ଥର ପାଇଁ 2018 ରେ ଭାରତ ଏସିଆ କପ ଟାଇଟଲ ଜିତିଥିଲା । ତେବେ ଆଜି ଏହି ଟାଇଟେଲ ହାତେଇ ଭାରତ ଗତ 5 ବର୍ଷର ଶୂନ୍ୟସ୍ଥାନ ପୂରଣ କରିବା ଆଶାରେ ରହିଛି ।
ଭାରତୀୟ ଟିମ୍ ପ୍ରାୟତଃ ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । କିନ୍ତୁ ଚଳିତ ବର୍ଷର ବର୍ଷା କେଉଁଠି ନା କେଉଁଠି ଏସିଆ କପକୁ ବିଶେଷ ପ୍ରଭାଭିତ କରିଛି । ବର୍ଷା ହେତୁ ଅନେକ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି । ଆଜି ଫାଇନାଲ ମ୍ୟାଚରେ ବି ମଧ୍ୟ ବର୍ଷା ହେବାର ସମ୍ଭାବନା ଖୁବ ରହିଛି । ତେବେ ଆଜି ହେବାକୁ ଥିବା ଫାଇନାଲ ମ୍ୟାଚ ପୂର୍ବରୁ ବର୍ଷାକୁ ନେଇ ଏଭଳି କିଛି ପୂର୍ବାନୁମାନ କରିଛି କଲମ୍ବୋର ପାଣିପାଗ ବିଭାଗ ।
କେଉଁ ସମୟରେ କେତେ ପ୍ରତିଶତ ବର୍ଷା ସମ୍ଭାବନା-
- ଅପରାହ୍ନ 2 ଟାରେ: ବର୍ଷା ସମ୍ଭାବନା - 49 ପ୍ରତିଶତ
- ଅପରାହ୍ନ 3 ଟାରେ: ବର୍ଷା ସମ୍ଭାବନା - 49 ପ୍ରତିଶତ
- ଅପରାହ୍ନ 4 ଟାରେ: ବର୍ଷା ସମ୍ଭାବନା - 49 ପ୍ରତିଶତ
- ଅପରାହ୍ନ 5 ଟାରେ: ବର୍ଷା ସମ୍ଭାବନା - 49 ପ୍ରତିଶତ
- ସନ୍ଧ୍ୟା 6 ଟାରେ: ବର୍ଷା ସମ୍ଭାବନା - 61 ପ୍ରତିଶତ
- ସନ୍ଧ୍ୟା 7 ଟାରେ: ବର୍ଷା ସମ୍ଭାବନା - 49 ପ୍ରତିଶତ
- ରାତି 8 ଟାରେ: ବର୍ଷା ସମ୍ଭାବନା - 57 ପ୍ରତିଶତ
ଏହା ପୂର୍ବରୁ ଚଳିତ ବର୍ଷ ବର୍ଷା ଯୋଗୁଁ ଭାରତୀୟ ଦଳ ଲଗାତାର ତିନି ଦିନ ମ୍ୟାଚ୍ ଖେଳିଥିଲା । ସର୍ବପ୍ରଥମେ ସେମାନେ 10 ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲେ, ଯାହା ବର୍ଷା ହେତୁ 11 ସେପ୍ଟେମ୍ବରରେ ରିଜର୍ଭ ଦିନରେ ଶେଷ ହୋଇଥିଲା । ପରେ ସେପ୍ଟେମ୍ବର 12 ରେ ଟିମ୍ ଇଣ୍ଡିଆ ପୁଣିଥରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା । ବର୍ଷା ମଧ୍ୟ ଏହି ମ୍ୟାଚ୍ ବ୍ୟାହତ କରିଥିଲା କିନ୍ତୁ ମ୍ୟାଚ୍ ସମାପ୍ତ ହୋଇଥିଲା ।












Click it and Unblock the Notifications