ମାଥ୍ୟୁସ୍ ଶ୍ରୀଲଙ୍କା ଆସିଲେ ହେବ ପଥର ମାଡ଼, ଏହି ଖେଳାଳିଙ୍କ ଭାଇ ଦେଲେ ଧମକ
World Cup 2023: ଚଳତି ବିଶ୍ୱକପ୍ ରେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଟାଇମ୍ ଆଉଟ୍ ହୋଇଥିଲେ ଶ୍ରୀଲଙ୍କା ଖେଳାଳି ଆଞ୍ଜେଲୋ ମାଥ୍ୟୁସ୍ । ଏହା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । କେହି କେହି ଏହାକୁ କ୍ରିକେଟ୍ ଖେଳରେ ଅନ ପ୍ରଫେସନାଲ୍ କହୁଥିବା ବେଳେ କିଛି ଏହା ସପକ୍ଷରେ ବାହାରିଛନ୍ତି । ନିୟମ ଅନୁସାରେ ସେ ଆଉଟ୍ ହୋଇଥିବା ନେଇ ଯୁକ୍ତି ବାଢିଛନ୍ତି କିଛି ଲୋକ ।

ବିଶ୍ୱକପ୍ ମୁକାବିଲାରେ ବାଂଲାଦେଶ କ୍ୟାପ୍ଟେନ୍ ଶାଖିବ ଅଲ୍ ହସନଙ୍କ ଅପିଲ୍ରେ ଆଞ୍ଜିଲୋ ମାଥ୍ୟୁସ୍ ଟାଇମ୍ ଆଉଟ୍ ହୋଇଥିଲେ । ଏହା ପରେ ଅନେକ ମତଦାତା ଶାକିବଙ୍କୁ ନାନା ସମାଲୋଚନା କରୁଛନ୍ତି । ଶାକିବଙ୍କୁ ନିନ୍ଦା କରିଛନ୍ତି । ଏଥି ମଧ୍ୟରେ ଏବେ ଆଞ୍ଜେଲୋ ମାଥ୍ୟୁସ୍ଙ୍କ ଭାଇ ଟ୍ରେଭିନ୍ ମାଥ୍ୟୁସ୍ ଶାକିବଙ୍କୁ କଡ଼ା ନିନ୍ଦା କରିଛନ୍ତି । ଯଦି ସେ ଶ୍ରୀଲଙ୍କା ମ୍ୟାଚ୍ ଖେଳିବାକୁ ଆସନ୍ତି ତେବେ ତାଙ୍କୁ ପଥର ଫିଙ୍ଗିବି ବୋଲି ଟ୍ରିଭେନ୍ କହିଛନ୍ତି ।
ସେ ଦିନ ମ୍ୟାଚ୍ ପରେ ସ୍ଥିତି ଏମିତି ହୋଇଥିଲା ଯେ ଶ୍ରୀଲଙ୍କା ଖେଳାଳିମାନେ ବାଂଲାଦେଶ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ । ମାଥ୍ୟୁସ ବାରମ୍ବାର ଶାକିବଙ୍କୁ ବୁଝାଇଥିଲେ ତାଙ୍କ ହ୍ୟାଲ୍ମେଟରେ ସମସ୍ୟା ଥିଲା, ହେଲେ ଶାକିବ କିନ୍ତୁ ତାଙ୍କ ଅପିଲ ପ୍ରତ୍ୟାହାର କରିନଥିଲେ । ଫଳରେ ତାଙ୍କୁ ବିନା କୌଣସି ବଲ୍ ଖେଳି ଆଉଟ୍ ହେବାକୁ ପଡ଼ିଥିଲା ।
ଏହି ଘଟଣାରେ ଆଞ୍ଜେଲୋ ମାଥ୍ୟୁସଙ୍କ ଭାଇ ଶ୍ରୀଲଙ୍କାର ଫାଷ୍ଟ କ୍ଲାସ୍ କ୍ରିକେଟର ଟ୍ରିଭିନ ମାଥ୍ୟୁସ୍ କ୍ଷ୍ୟୁବ୍ଧ ହୋଇ ଶାକିବ ଶ୍ରୀଲଙ୍କା ଆସିଲେ ତାଙ୍କୁ ପଥର ଫିଙ୍ଗିବି ବୋଲି ସେ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ଖୁବ୍ ନିରାଶ । ବାଂଲାଦେଶ କ୍ୟାପ୍ଟେନଙ୍କର ଖେଳୁଆଡ଼ ମନୋବୃତ୍ତି ନାହିଁ ଓ ସଭ୍ୟତାର ଏହି ଖେଳରେ ତାଙ୍କର କୌଣସି ମାନବିକତା ନାହିଁ ବୋଲି ଟ୍ରିଭିନ କହିଛନ୍ତି । ସେ ଆହୁରି କହିଛନ୍ତି ' ଶାକିବଙ୍କୁ ଶ୍ରୀଲଙ୍କାରେ ସ୍ୱାଗତ କରାଯିବ ନାହିଁ ।ଯଦି ସେ କୌଣସି ଅନ୍ତର୍ଜତାୟୀ କିମ୍ବା ଏଲ୍ପିଏଲ୍ ମ୍ୟାଚ୍ ଖେଳିବାକୁ ଆସନ୍ତି ତେବେ ତାଙ୍କ ଉପରେ ପଥର ମାଡ଼ କରାଯିବ। ସେ ଫ୍ୟାନ୍ଙ୍କ କ୍ରୋଧର ଶିକାର ହେବେ ।' ଡେକନା କ୍ରୋନିକାଲ୍କୁ ସାକ୍ଷାତକାର ଦେଇ ସେ ଏପରି ଧମକ ଦେଇଛନ୍ତି ।
ସେହିପରି ଟାଇମ୍ ଆଉଟ୍ ହୋଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି । ଏପରିକି ଆପିଲ୍ କରିଥିବା ସାକିବ୍ ଏବଂ ବାଂଲାଦେଶ ପ୍ରତି ଆଉ ସମ୍ମାନ ରହିବ ନାହିଁ ବୋଲି କହିଛନ୍ତି ମାଥ୍ୟୁସ୍ । ବାଂଲାଦେଶ ଉପରେ ମଧ୍ୟ ବର୍ଷିଥିଲେ ମାଥ୍ୟୁସ୍ । ସେ କହିଛନ୍ତି, ସାକିବ ଓ ବାଂଲାଦେଶର ଏଭଳି କାର୍ଯ୍ୟ ଅତ୍ୟନ୍ତ ଲଜ୍ଜାଜନକ । ଏଭଳି କାମ ଅନ୍ୟ କୌଣସି ଟିମ୍ କରିବେନି । ପୂର୍ବରୁ ସାକିବ ଓ ବାଂଲାଦେଶ ପ୍ରତି ଯେଉଁ ସମ୍ମାନ ଥିଲା ତାହା ଆଉ ନାହିଁ । ମୁଁ ମ୍ୟାଚରେ ଜାଣିଶୁଣି କୌଣସି ସମୟ ନଷ୍ଟ କରୁନଥିଲି । ନିର୍ଦ୍ଧାରିତ ସମୟର 5 ସେକେଣ୍ଡ ପୂର୍ବରୁ କ୍ରିଜରେ ପହଞ୍ଚିଥିଲି । କିନ୍ତୁ ବଲ୍ ଖେଳିବା ପୂର୍ବରୁ ହେଲମେଟର ଫିତା ଛିଡି ଯାଇଥିଲା । ବଲ୍ ଖେଳିବା ପୂର୍ବରୁ ଯଦି ହେଲମେଟରେ ସମସ୍ୟା ଦେଖାଦେବ ତେବେ ମୁଁ ବା କଣ କରିପାରିବି? ଏହା ଖେଳାଳୀଙ୍କର ସୁରକ୍ଷାର ପ୍ରଶ୍ନ । ଯଦି ୱିକେଟକିପର ସ୍ପିନରଙ୍କ ବିପକ୍ଷରେ ବିନା ହେଲମେଟରେ କିପିଂ କରିପାରିବେନି ତେବେ ବିନା ହେଲମେଟରେ ଦ୍ରୁତ ବୋଲରଙ୍କୁ ମୁଁ କେମିତି ସାମ୍ନା କରିପାରିବି?
ଅମ୍ପାୟାର ମୋତେ ଆଉଟ ଦେବା ପୂର୍ବରୁ ଏହାର ତର୍ଜମା କରିବାର ଆବଶ୍ୟକତା ଥିଲା । ଯଦି ଆମ ପାଖରେ ସବୁ ଯାଞ୍ଚ କରିବାର ଜ୍ଞାନକୌଶଳ ଅଛି ତେବେ ଏହାର ବ୍ୟବହାର ହେବା ଉଚିତ୍ । ଏହି ଘଟଣାର ପୂରା ଭିଡ଼ିଓ ଆମ ପାଖରେ ଅଛି ଯେ, ମୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ କ୍ରିଜରେ ପହଞ୍ଚିଥିଲି ।
ଏହା ସହ ମାଥ୍ୟୁସ୍ କହିଛନ୍ତି, ଯଦି ଏଭଳି ଭାବେ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି ତେବେ ଏହା ଲଜ୍ଜାଜନକ । ଅନ୍ୟ କୌଣସି ଟିମ୍ ଏଭଳି ଲଜ୍ଜାଜନକ କାମ କରିନଥାନ୍ତେ । ସାକିବଙ୍କୁ ଅପିଲ ପ୍ରତ୍ୟାହାର କରିନେବାକୁ କହିଥିଲେ ମଧ୍ୟ ସେ ଏହାକୁ ଶୁଣିନଥିଲେ । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ସାକିବଙ୍କ ଉପରେ ବର୍ଷିଛନ୍ତି ୟୁଜର୍ସ । କେବଳ ଏତିକି ନୁହେଁ ମ୍ୟାଚ୍ ଉଭୟ ଟିମର ଖେଳାଳୀ ହାତ ମିଳାଇନଥିଲେ । ଯାହାକୁ ନେଇ ମାଥ୍ୟୁଜ୍ କହିଛନ୍ତି,ଯଦି କୌଣସି ଟିମ ଆମର ସମ୍ମାନ କରୁନାହିଁ ତେବେ ଆମେ ମଧ୍ୟ ସେମାନଙ୍କର ସମ୍ମାନ କରିବାର ଆବଶ୍ୟକତା ନାହିଁ ।
ଅନ୍ୟପଟେ ଏହି ଘଟଣାକୁ ନେଇ ସାକିବ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ଏଭଳି ନିଷ୍ପତ୍ତି ଉପରେ ସେ ଆଦୌ ଅନୁତପ୍ତ ନୁହେଁ କାରଣ ଏହା ନିୟମ ଭିତରେ ଆସୁଛି । ଯେତେବେଳେ ଖେଳରେ ବିଳମ୍ବ ହୋଇଥିଲା ସେତେବେଳେ ମୋ ସାଥୀ ଖେଳାଳୀ ଏହି ନିୟମ ବାବଦରେ କହିଥିଲେ । ମୁଁ ଅପିଲ କରିବାରୁ ଅମ୍ପାୟାର ଆଉଟ ଦେଇଥିଲେ । ମାଥ୍ୟୁଜ୍ ମୋତେ ଅପିଲ ଫେରାଇନେବାକୁ କହିଥିଲେ କିନ୍ତୁ ନିୟମ ଅନୁସାରେ ମାଥ୍ୟୁସ୍ ଆଉଟ ହୋଇଛନ୍ତି ।
ଆଇସିସିର ନିୟମ ଅନୁଯାୟୀ, ଜଣେ ଖେଳାଳୀ ଆଉଟ ହେବାର 2 ମିନିଟ୍ ମଧ୍ୟରେ ଅନ୍ୟ ଜଣେ ଖେଳାଳୀ କ୍ରିଜରେ ପହଞ୍ଚି ଖେଳିବାକୁ ପ୍ରସ୍ତୁତ ହେବା କଥା । ମାଥ୍ୟୁସ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିଲେ ମଧ୍ୟ ବ୍ୟାଟିଂ କରିବା ପୂର୍ବରୁ ହେଲମେଟରେ ସମସ୍ୟା ଦେଖାଦେବାରୁ ଏହାକୁ ବଦଳାଇବାକୁ କ୍ରିଜ୍ ଛାଡିଥିଲେ । ହେଲମେଟ ବଦଳାଇ ପୁଣିଥରେ କ୍ରିଜକୁ ଫେରିବା ପୂର୍ବରୁ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲା । ଯାହାକୁ ନେଇ ବାଂଲାଦେଶ ଅଧିନାୟକ ମାଥ୍ୟୁସଙ୍କୁ ଆଉଟ କରିବାକୁ ଅପିଲ କରିଥିଲେ ଏବଂ ନିୟମ ଅନୁସାରେ ଅମ୍ପାୟାର ମାଥ୍ୟୁଜଙ୍କୁ ଆଉଟ ଘୋଷିତ କରିଥିଲେ ।
ଆପଣଙ୍କୁ କହି ରଖୁଛୁ କ୍ରିକେଟର 146 ବର୍ଷର ଇତିହାସରେ ଆଞ୍ଜେଲୋ ମାଥ୍ୟୁସ୍ ପ୍ରଥମ ଥର TIMED OUT ହୋଇଥିଲେ । ଆଇସିସି ନିୟମର ଧାରା 40.1.1 ଅନୁଯାୟୀ, ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୁଏ କିମ୍ବା ରିଟାୟର ହୁଏ, ତେବେ ନୂତନ ବ୍ୟାଟର ଦୁଇ ମିନିଟ୍ ମଧ୍ୟରେ ଖେଳିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ । ଯଦି ଏହା ନହୁଏ ତେବେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବେ। ବିଶେଷ କଥା ହେଉଛି ଯେ ଏହିପରି ଆଉଟ୍ ହେବା ପରେ ବୋଲରଙ୍କ ଆକାଉଣ୍ଟରେ ୱିକେଟ୍ ଯୋଡାଯାଏ ନାହିଁ ।
ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପ୍ରଥମ ଥର 1877 ରେ ଖେଳାଯାଇଥିଲା ଏବଂ ସେବେଠାରୁ ଏହିପରି ଆଉଟ୍ କେହି ହୋଇ ନାହାଁନ୍ତି । 2000 ରୁ ଅଧିକ ଟେଷ୍ଟ ମ୍ୟାଚ୍, 4600 ରୁ ଅଧିକ ODI ମ୍ୟାଚ୍, 1000 ରୁ ଅଧିକ T20I ମ୍ୟାଚ ପରେ ପ୍ରଥମେ ଏହି ଆଉଟ୍ ପ୍ରଥମ ଥର ହୋଇଛନ୍ତି ।
ଏହି ଘଟଣା ପରେ ଖେଳର ସ୍ପିରିଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ଲୋକ ସାକିବଙ୍କ ଅପିଲକୁ ଅନସ୍ପୋର୍ଟସ ମ୍ୟାନ ବୋଲି ଯୁକ୍ତି ବାଢିଥିଲେ। ତେବେ ସାକିବ୍ ନିଜ କାମକୁ ସମର୍ଥନ କରି କହିଥିଲେ ଯେ ସେ କେବଳ ଖେଳର ନିୟମକୁ ପାଳନ କରୁଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications