ଟି-20 ବିଶ୍ୱକପ : ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଆଫଗାନିସ୍ତାନ, ମ୍ୟାଚ ଉପରେ ଭାରତର ଭାଗ୍ୟ ପରୀକ୍ଷା

ଏହି ମ୍ୟାଚରେ ଭାରତ ଖେଳୁନଥିଲେ ବି ପ୍ରତିଟି ଭାରତୀୟଙ୍କ ନଜର ଏହି ମ୍ୟାଚ ଉପରେ ରହିଛି । ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳ ଭାରତ ସେମିଫାଇନାଲ ଯିବାର ଭାଗ୍ୟ ନିରୂପଣ କରିବ ।

ଦୁବାଇ : ଆବୁଧାବିରେ ରବିବାର ଖେଳାଯାଉଥିବା ଆଇସିସି ଟ୍ବେଣ୍ଟି- 20 ବିଶ୍ୱକପ୍‌ର ଗ୍ରୁପ୍‌-2ର ଦୁଇଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ମୁକାବିଲା ହେଉଛି । ଆଫଗାନିସ୍ତ‌ାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଆଫାଗାନିସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ସରାଫୁଦ୍ଦିନ୍‌ ଅସ୍ରଫଙ୍କ ବଦଳରେ ସ୍ପିନର ମୁଜୀବ ଉର୍ ରହମାନଙ୍କୁ ଦଳରେ ସାମିଲ୍ କରାଯାଇଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ପୂର୍ବ ଥର ଭଳି ସମାନ ରହିଛି ।

t 20

ଏହି ମ୍ୟାଚରେ ଭାରତ ଖେଳୁନଥିଲେ ବି ପ୍ରତିଟି ଭାରତୀୟଙ୍କ ନଜର ଏହି ମ୍ୟାଚ ଉପରେ ରହିଛି । ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳ ଭାରତ ସେମିଫାଇନାଲ ଯିବାର ଭାଗ୍ୟ ନିରୂପଣ କରିବ । ଯଦି ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନ ହରାଉଛି ତେବେ ଭାରତର ସେମିଫାଇନାଲ ଖେଳିବା ବାଟ ସଫା ହେବ । ଏହାସହ ଶେଷ ମ୍ୟାଚରେ ଭାରତ ନାମିବ୍ୟାଠୁ ଜିତିବା ଆବଶ୍ୟକ ।

ତେବେ ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ପାଇଁ ମଧ୍ୟ ସେମିଫାଇନାଲ ଖେଳିବାର ସୁଯୋଗ ରହିଛି । ଯଦି ନ୍ୟୁଜିଲାଣ୍ଡ ବିଜୟ ହାସଲ କରୁଛି ତେବେ 5ଟି ମ୍ୟାଚରୁ 4ଟି ବିଜୟ ସହ 8 ପଏଣ୍ଟ ପାଇ ଗ୍ରୁପ 2ରୁ ସିଧାସଳକ ସେମିରେ ପହଞ୍ଚି ଯିବ । ସେପଟେ ଆଫଗାନିସ୍ତାନ ମଧ୍ୟ ବଡ଼ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ହରେଇ ସେମିଫାଇନାଲକୁ ଯିବ ପାଇଁ ଚେଷ୍ଟା କରିବ ।
ଅନ୍ୟପକ୍ଷରେ ସାରଜାରେ ରାତିରେ ଖେଳାଯିବାକୁ ଥିବା ପାକିସ୍ତାନ-ସ୍କଟ୍‌ଲାଣ୍ଡ୍ ମୁକାବିଲା ଗୁରୁତ୍ବହୀନ ‌ହୋଇପଡ଼ିଛି । ପାକିସ୍ତାନ ଏହି ମ୍ୟାଚ୍‌ ଜିତି ଅପରାଜେୟ ପ୍ରଦର୍ଶନ ସହ ସେମିଫାଇନାଲ୍ ଯିବାକୁ ଲକ୍ଷ୍ୟ ରଖିଛି। ସ୍କଟଲାଣ୍ଡ୍ କିନ୍ତୁ ସାନ୍ତ୍ୱନାମୂଳକ ବିଜୟ ଆଶାରେ ରହିବ। ପାକିସ୍ତାନ ସେମିଫାଇନାଲ୍ ସୁଯୋଗ ହାତେଇ ସାରିଥିବାରୁ ଏହ‌ି ମ୍ୟାଚ୍‌ରେ ପରୀକ୍ଷା ନିରୀକ୍ଷା କଲେ ସ୍କଟ୍‌ଲାଣ୍ଡ୍‌ ଏହାର ଫାଇଦା ଉଠାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+