ଆରମ୍ଭ ହେଲା ଟୋକିଓ ପାରାଅଲିମ୍ପିକ୍ସ, ତ୍ରିରଙ୍ଗା ଧରିଲେ ଏହି ଖେଳାଳି

ଆଜିଠୁ ଟୋକିଓରେ ଆରମ୍ଭ ହୋଇଛି ପାରାଅଲମ୍ପିକ୍ସ ୨୦୨୦ । ମଙ୍ଗଳବାର ଜାତୀୟ ଅଲିମ୍ପିକ୍‌ସ ଷ୍ଟାଡିୟମରେ ନିରାଡ଼ମ୍ବର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଜାପାନ ସମ୍ରାଟ୍‌ ନାରୁହିତୋ କ୍ରୀଡ଼ାର ଉଦ୍‌ଘାଟନ କରିଛନ୍ତି ।

ଟୋକିଓ: ଆଜିଠୁ ଟୋକିଓରେ ଆରମ୍ଭ ହୋଇଛି ପାରାଅଲମ୍ପିକ୍ସ ୨୦୨୦ । ମଙ୍ଗଳବାର ଜାତୀୟ ଅଲିମ୍ପିକ୍‌ସ ଷ୍ଟାଡିୟମରେ ନିରାଡ଼ମ୍ବର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଜାପାନ ସମ୍ରାଟ୍‌ ନାରୁହିତୋ କ୍ରୀଡ଼ାର ଉଦ୍‌ଘାଟନ କରିଛନ୍ତି ।

Tokyo Paralympics Opening Ceremony

ତେବେ ଟୋକିଓ ପାରାଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଜାଭେଲିନ୍ ଥ୍ରୋଭର ଟେକ୍ ଚାନ୍ଦ ଭାରତୀୟ କଣ୍ଟିଜେଣ୍ଟ୍ର ପାଇଁ ଜାତୀୟ ପତାକା ଧରିଛନ୍ତି । ପୂର୍ବରୁ ରିଓ ପାରାଲିମ୍ପିକ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ମାରିଆପାନ୍ ଥାଙ୍ଗାଭେଲୁଙ୍କୁ ପ୍ରଥମେ ଭାରତୀୟ ଦଳର ପତାକା ଉତ୍ତୋଳନକାରୀ ଭାବରେ ନିଯୁକ୍ତ କରାଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ତାଙ୍କଠାରେ କରୋନା ଭାଇରସର ଲକ୍ଷଣ ଦେଖା ଦେବାରୁ ତାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିଛି । ମାତ୍ର ସେ ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବେ ।

ପ୍ରାୟ ୯ଟି ପ୍ରତିଯୋଗିତାରେ ୫୪ ଜଣ ପାରା ଆଥଲେଟ ଭାରତକୁ ପ୍ରତିନିଧିତ୍ୱ କରିବେ । ପାରାଅଲମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବଡ ଭାରତୀୟ ଦଳ । ୨୨ଟି କ୍ରୀଡାରେ ୫୯୩ଟି ଇଭେଣ୍ଟ ଆୟୋଜନ କରାଯିବ ।

ପାରାଲିମ୍ପିକ୍ସ ପାଇଁ ଭାରତର ପୂର୍ବ ସର୍ବବୃହତ କଣ୍ଟିଜେଣ୍ଟ ରିଓ ୨୦୧୬ରେ ଥିଲା । ସେଠାରେ ୧୯ ଜଣ ଆଥଲେଟ୍ସ ଦେଶକୁ ପାଞ୍ଚଟି କ୍ରୀଡ଼ାରେ ପ୍ରତିନିଧିତ୍ୱ କରିଥିଲେ । ଅପରପକ୍ଷେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବରେ ମୋଟ ଚାରିଟି ପଦକ ଜିତିଥିଲା । ତନ୍ମଧ୍ୟରେ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ରହିଥିଲା। ଏଥର ମଧ୍ୟ ଅଧିକ ପଦକ ଜିତିବା ଆଶାରେ ଅଛି ଭାରତ। ସେହିପରି ଓଡ଼ିଶାରୁ ପ୍ରମୋଦ ଭାଗବତ୍ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କଠାରୁ ପଦକ ଆଶା ରଖିଛି ଭାରତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+