ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ଦେଖିବାକୁ ଇଚ୍ଛା କରୁଛନ୍ତି କି ? ଟିକେଟ୍ ଦର ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ୍...

IND vs PAK WC Match Tickets: ଆସନ୍ତା ଅକ୍ଟୋବର 5 ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ 2023 । ତେବେ ଚଳିତଥର ବିଶ୍ୱକପର ସମସ୍ତ ମ୍ୟାଚ ଭାରତରେ ଖେଳାଯିବ । କାରଣ ଚଳିତ ଦିନିକିଆ ବିଶ୍ୱକପର ଆୟୋଜକ ସାଜିଛି ଭାରତ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ଆକର୍ଷଣ ସାଜିଛି ଭାରତ-ପାକିସ୍ତାନ ବିଶ୍ୱକପ ଲିଗ୍ ପର୍ଯ୍ୟାୟ ମ୍ୟାଚ ।

ଯାହା ଆସନ୍ତା 14 ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡି଼ୟମରେ ଖେଳାଯିବ । ତେବେ ଏହି ମ୍ୟାଚ ପାଇଁ ଅହମ୍ମଦାବାଦରେ ପୂର୍ବରୁ ହୋଟେଲ ମୂଲ୍ୟ ରାତାରାତି ବୃଦ୍ଧି ପାଇଥିବା ବେଳେ ଏବେ ଟିକେଟ୍ ବିକ୍ରି ହେବା ଆରମ୍ଭ ପରେ ଟିକେଟ୍ ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି । ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ପାଇଁ ଅଗଷ୍ଟ 29 ଏବଂ ସେପ୍ଟେମ୍ବର 3ରେ ପ୍ରାଥମିକ ପର୍ଯ୍ୟାୟରେ ଟିକେଟ ବିକ୍ରି ସରିଛି । କାଉଣ୍ଟର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଛି ସବୁ ଟିକେଟ୍ । ମାତ୍ର ଏକ ୱେବସାଇଟରେ କିଛି ଟିକେଟ୍ ଉପଲବ୍ଧ ଅଛି । ତେବେ ଏହି ୱେବସାଇଟରେ ଯେଉଁ ଟିକେଟ୍ ମୂଲ୍ୟ ପ୍ରର୍ଦିଶତ ହୋଉଛି, ତାକୁ ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯାଇ ପାରେ ।

IND vs PAK WC Match Tickets

ଭାୟାଗୋଗୋ ନାମକ ଏକ ଟିକେଟ୍ ୱେବସାଇଟରେ ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଟିକେଟ ବିକ୍ରି ହେଉଛି । ୱେବସାଇଟରେ ଅପର୍ ଟିୟର୍ ସେକ୍ସନ୍ ପାଇଁ ଟିକେଟ୍ ମୂଲ୍ୟ 57 ଲକ୍ଷରୁ ଅଧିକ ରହିଛି । ସେହିପରି N6 ସେକ୍ସନ ପାଇଁ ମଧ୍ୟ ଟିକେଟ୍ ମୂଲ୍ୟ 57 ଲକ୍ଷରୁ ଅଧିକ ରହିଥିବା ବେଳେ ସର୍ବନିମ୍ନ ଟିକେଟ ମୂଲ୍ୟ ୮୦ ହଜାର ଟଙ୍କା ରହିଛି । କହିରଖୁ କି, ଭାରତ ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବୁକ୍ ମାଇ ସୋ ନାମକ ଟିକେଟ୍ ବୁକିଂ ୱେବସାଇଟରେ ବିକ୍ରି ହୋଇ ସାରିଛି ।

ସୂଚନାଯୋଗ୍ୟ ଯେ, ବିଶ୍ୱକପ 2023ରେ ଭାରତର ପ୍ରଥମ ମ୍ୟାଚ୍ 8 ଅକ୍ଟୋବରରେ ଖେଳାଯବି । ଏହି ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ପରେ ଟିମ୍ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ୍ 11 ଅକ୍ଟୋବରରେ ଆଫଗାନିସ୍ତାନ ବିପକ୍ଷରେ ରହିଛି। ଭାରତ-ପାକିସ୍ତାନ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ 19 ଅକ୍ଟୋବରରେ ଖେଳାଯିବ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ 22 ଅକ୍ଟୋବରରେ ଖେଳାଯିବ । ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆର ଶେଷ ମ୍ୟାଚ୍ ନେଦରଲ୍ୟାଣ୍ଡ ବିପକ୍ଷରେ ରହିଛି, ଯାହା 12 ନଭେମ୍ବରରେ ଖେଳାଯିବ ।

ଚଳିତ ବର୍ଷ ଭାରତରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିକେଟ ବୋର୍ଡ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜକ ସାଜିଛି । 2011 ପରେ ପୁଣିଥରେ ଭାରତରେ କ୍ରିକେଟ୍ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟରେ ମୋଟ 10ଟି ଦଳ ପ୍ରବେଶ କରୁଛନ୍ତି । ମୋଟ୍ 46 ଦିନରେ 48ଟି ମ୍ୟାଚ୍ ଅନୁଷ୍ଠିତ ହେବ । ବିଶ୍ବକପର ସମସ୍ତ ମ୍ୟାଚ ଭାରତର ମୋଟ 12ଟି ପଡ଼ିଆରେ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର 19 ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

ଏହା ବ୍ୟତୀତ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି । ସେହିପରି ଅହମ୍ମଦାବାଦ ବ୍ୟତୀତ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ, ପୁଣେ, ତ୍ରିଭେନ୍ଦ୍ରମ ଏବଂ ଗୌହାଟୀରେ ବିଶ୍ବକପର ମ୍ୟାଚ୍ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+