କେନ୍ଦ୍ରମନ୍ତ୍ରୀଙ୍କ ଚ୍ୟାଲେଞ୍ଜର ଜାବାବ ରଖିଲା ବିଜେଡି଼

କେନ୍ଦ୍ର ରେଳମନ୍ତ୍ରୀଙ୍କ ଚ୍ୟାଲେଞ୍ଜର ଜାବାବ ରଖିଲା ବିଜେଡି଼ । କେନ୍ଦ୍ର ରେଳମନ୍ତ୍ରୀଙ୍କ ଏହି ବୟାନ ପରେ ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

ବରଗଡ଼: କେନ୍ଦ୍ର ରେଳମନ୍ତ୍ରୀଙ୍କ ଚ୍ୟାଲେଞ୍ଜର ଜାବାବ ରଖିଲା ବିଜେଡି଼ । କେନ୍ଦ୍ର ରେଳମନ୍ତ୍ରୀଙ୍କ ଏହି ବୟାନ ପରେ ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ପଦ୍ମପୁର ଉପନିର୍ବାଚନରେ ପ୍ରଚାର ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, କାଲି ରାଜ୍ୟ ସରକାର ଜାଗା ଦେଲେ ପହରଦିନ ବରଗଡ଼ ରୋଡ଼ ଷ୍ଟେସନ୍‌ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳ ଷ୍ଟେସନ ପ୍ରକଳ୍ପ କାମ ଆରମ୍ଭ ହେବ।

Union Minister

କେନ୍ଦ୍ର ରେଳମନ୍ତ୍ରୀଙ୍କ ଏହି ବୟାନ ପରେ ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ନିର୍ବାଚନ ଜିତିବା ପାଇଁ ଆଉ କେତେ ମିଛର ସାହାରା ନେବେ । ଲୋକଙ୍କୁ ଠକିବା ଏବଂ ମିଛ ପ୍ରତିଶୁ୍ରତି ଦେବାରେ ମାହିର ବିଜେପିର ନେତା ପୁଣିଥରେ ପଦ୍ମପୁରରେ ମିଛ କହି ଲୋକଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ କହୁଛନ୍ତି। କିନ୍ତୁ ଜନତା ବୋକା ନୁହନ୍ତି। ସେମାନେ ସବୁ ଜାଣନ୍ତି,ଆଉ ସେମାନେ ସଠିକ ସମୟରେ ମିଛୁଆ ନେତାଙ୍କୁ ସଠିକ ଜବାବ ଦେବେ ବୋଲି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ସେ ଆହୁରି କହିଛନ୍ତି, ପୂର୍ବରୁ ରାଜ୍ୟ ସରକାର ରେଳ ପ୍ରକଳ୍ପ ପାଇଁ ସ୍ଥାନ ସହ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ରେଳ ପ୍ରକଳ୍ପକୁ ଖାରଜ କରିଛନ୍ତି କେନ୍ଦ୍ର ସରକାର । ସେ କହିଛନ୍ତି ଏହି ରେଳ ପ୍ରକକଳ୍ପ ଦ୍ୱାରା କିଛି ଲାଭ ହେବ ନାହିଁ । ଏହି ପ୍ରକଳ୍ପର ସର୍ଭେ ୧୭ ପ୍ରତିଶତ ଥିବାବେଳେ ଏହାକୁ ଖାରଜ କରାଯାଇଛି । ପ୍ରକଳ୍ପ ସର୍ବାଧିକ ମତ ପ୍ରକାଶ ସ୍ୱତେ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି ।

ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଯେଉଁ କଥା ପଦମପୁରରେ ଉଲ୍ଲେଖ କଲେ ତାହା ଅସତ୍ୟ ଏବଂ ମିଥ୍ୟା । ତଥ୍ୟପୂର୍ଣ୍ଣ ନୁହେଁ କେନ୍ଦ୍ରମନ୍ତ୍ରୀଙ୍କ ବୟାନ । ପ୍ରଧାନମନ୍ତ୍ରୀ ଫସଲ ବୀମା ହେଉ କିମ୍ବା ଚାଷୀଙ୍କ ଇନପୁଟ ସବସିଡି କଥା । ପଦମପୁର ବାସୀଙ୍କୁ ବୋକା ବନେଇବା ପାଇଁ କେନ୍ଦ୍ରମନ୍ତ୍ରୀ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କିନ୍ତୁ ହକ୍ ଦେଲା ବେଳକୁ ଅବହେଳା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେଡି ନେତା ପ୍ରଶନ୍ନ ଆଚାର୍ଯ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+