Get Updates
Get notified of breaking news, exclusive insights, and must-see stories!

ସକାଳେ ଟମାଟୋ, ଅପରାହ୍ନରେ ସମ୍ବିତ ପାତ୍ରଙ୍କ ଗାଡି ଉପରକୁ କାଳି ମାଡ

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର ଗାଡ଼ିକୁ ଟମାଟୋ ଓ କାଳିମାଡ଼ ହୋଇଛି । ସକାଳେ ଟମାଟୋ ମାଡ଼ ହୋଇଥିବା ବେଳେ ଅପରାହ୍ଣରେ କାଳିମାଡ଼ ହୋଇଛି ।

ପୁରୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର ଗାଡ଼ିକୁ ଟମାଟୋ ଓ କାଳିମାଡ଼ ହୋଇଛି । ସକାଳେ ଟମାଟୋ ମାଡ଼ ହୋଇଥିବା ବେଳେ ଅପରାହ୍ଣରେ କାଳିମାଡ଼ ହୋଇଛି । ଟମାଟୋ ଓ କାଳି ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ପୁରୀ ବଳଗଣ୍ଡି ଛକରେ ଟମାଟୋ ଓ ଝାଡେଶ୍ୱରୀ କ୍ଲବ ଛକରେ କାଳି ମାଡ଼ ହୋଇଛି । ରନ୍ଧନ ଗ୍ୟାସ୍ ଓ ତୈଳ ଦରବୃଦ୍ଧି ପ୍ରତିବାଦରେ ସମ୍ବିତ ପାତ୍ରଙ୍କୁ ଛାତ୍ର କଂଗ୍ରେସ କର୍ମୀ କଳା ପତାକା ଦେଖାଇ କାଳି ମାଡ଼ କରିଥିଲେ ।

sambit patra

ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ସମ୍ୱିତ ପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ରାଜ୍ୟ ସରକାର ଜିଦଖୋର ମନୋବୃତ୍ତିର ବୋଲି ସେ କହିଥିଲେ । ମହାପ୍ରଭୁ ରାଜ୍ୟ ସରକାରଙ୍କୁ ଓ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+