Year Ender 2024: ମୋଦିଙ୍କ ହ୍ୟାଟ୍ରିକ୍ , ଅସ୍ତିତ୍ଵକୁ ଫେରିଲେ ରାହୁଲ, ଏମିତି ଥିଲା ନିର୍ବାଚନ
ରାଜନୈତିକ ସତ୍ତାର ନୂଆ ଦିଶା ଥିଲା ୨୦୨୪ । କାରଣ ହୋଇଥିଲା ଅଷ୍ଟାଦଶ ସାଧାରଣ ନିର୍ବାଚନ । କିଛି ରାଜ୍ୟରେ ହୋଇଥିଲା ବିଧାନସଭା ନିର୍ବାଚନ । ରାଜନୈତିକ ମାନଚିତ୍ର ଓ କ୍ଷମତା ସମୀକରଣର ନକ୍ସା ପରିବର୍ତ୍ତନ କଲା ଏହି ନିର୍ବାଚନ । ଏହି ନିର୍ବାଚନୀ ଫଳାଫଳ ହିଁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଭାରତର ଭାଗ୍ୟ ନିର୍ଣ୍ଣୟ କରିବାକୁ ଯାଉଛି ।
ରେକର୍ଡ କଲେ ମୋଦି ଓ ବିଜେପି:-
କେନ୍ଦ୍ରରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କ୍ରମାଗତ ତୃତୀୟ ପାଳି କ୍ଷମତା ହାସଲ କରି ଭାରତୀୟ ରାଜନୀତିରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇପାରିଛି । ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ସମକ୍ଷକ ହୋଇଛନ୍ତି । ହେଲେ ବିଜେପିର ପୂର୍ଣ୍ଣ ବହୁମତ ତଥା ୪୦୦ ପାର୍ ନାରା ଭୁଲ ପ୍ରମାଣିତ ହୋଇଥିଲା । ସଂସଦରେ ଏକାକୀ ନିରଙ୍କୁଶ ସଂଖ୍ୟା କ୍ଷମତାର ସ୍ବପ୍ନ ଦେଖୁଥିବା ବିଜେପି (BJP) ଚନ୍ଦ୍ରବାବୁ ନାଇଡୁଙ୍କ 'ତେଲଗୁ ଦେଶମ ପାର୍ଟି' (TDP ) ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ 'ସଂଯୁକ୍ତ ଜନତା ଦଳ' (JDU)ର ସମର୍ଥନରେ କେନ୍ଦ୍ରରେ ମେଣ୍ଟ ସରକାର ଗଠନ କରିଛି ।
ବିଜେପି ଭାଗ୍ୟ ନିର୍ଦ୍ଧାରକ ନୀତିଶ-ନାଇଡୁ
ବିଜେପି 240 ଓ ଜେଡିୟୁ 16 ଓ ଟିଡିପି 12 ଆସନ ସହ ଛୋଟ ସହଯୋଗୀଙ୍କୁ ମିଶାଇ 'ଏନଡିଏ' ମେଣ୍ଟର ମୋଟ ସଂଖ୍ୟା 293ରେ ପହଞ୍ଚିଛି । ଯାହା ପୂର୍ବ ନିର୍ବାଚନୀ ଫଳାଫଳ ଅନୁସାରେ ବେଶ କମ । 2019 ରେ ବିଜେପି ଏକାକୀ 303 ଆସନ ଜିତି ରେକର୍ଡ କରିଥିଲା । ତେବେ ବିଜେପି ପୂର୍ବରୁ ଯେଉଁ ଏକାଧିକ ଚର୍ଚ୍ଚିତ ତଥା ସମ୍ବିଧାନ ସଂସ୍କାରଧର୍ମୀ ବିଲ୍ (ଏକକ ନାଗରିକ ସଂହିତା ଓ ଏକକ ନିର୍ବାଚନ) ଆଣିବା ପାଇଁ ଘୋଷଣା କରିଥିଲା, ତାହା ହୁଏତ ଚଳିତ ମେଣ୍ଟ ଶାସନରେ ସମ୍ଭବ ହୋଇନପାରେ ବୋଲି ବିରୋଧୀ କହିଲେଣି ।

ଅସ୍ଥିତ୍ବକୁ ଫେରିଲେ ରାହୁଲ, ବ୍ୟାକ୍ କରୁଛି କି କଂଗ୍ରେସ ?
ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଓ ଏହାର ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଆଶା ଅନୁରୂପ ଭଲ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଏକାକୀ 99 ଆସନ ଓ ମେଣ୍ଟ 240 ଆସନରେ ବିଜୟ ଲାଭ କରିଛି । ସେହିପରି କଂଗ୍ରେସ 2019 ରେ ମାତ୍ର 52 ଆସନ ଜିତିଥିବା ବେଳେ ଏଥର ସଂଖ୍ୟା 99 ଆସନକୁ ବୃଦ୍ଧି ପାଇଛି । ଅନ୍ୟ ସହଯୋଗୀଙ୍କ 52 ଆସନ ସହ ଇଣ୍ଡିଆ ମେଣ୍ଟ ନିକଟରେ ଏ ଦୃଷ୍ଟିରୁ ପୂର୍ବାପେକ୍ଷା ବିରୋଧୀ ଗୃହରେ ଅଧିକ ସଶକ୍ତ ହୋଇଛନ୍ତି ।
ନିର୍ବାଚନୀ ସଫଳତା ସହ ରାହୁଲ ରାଜନୈତିକ କ୍ୟାରିୟରରେ ଆଉ ପାଦେ ଆଗକୁ ବଢିଛନ୍ତି । କଂଗ୍ରେସର ପ୍ରଧାନମନ୍ତ୍ରୀ ଚେହେରା ଭାବେ ଭାରତୀୟ ରାଜନୀତିରେ ଚର୍ଚ୍ଚିତ ଥିବା ରାହୁଲ ଚଳିତଥର ନିର୍ବାଚନୀ ସଫଳତା ସହ ସାମ୍ବିଧାନିକ ପଦବୀ ମଧ୍ୟ ଗ୍ରହଣ କରିଛନ୍ତି । ସଂସଦର ନିମ୍ନ ସଦନ ଲୋକସଭାରେ ବିରୋଧୀ ଦଳ ନେତା ହୋଇଛନ୍ତି ରାହୁଲ ।
ଗାନ୍ଧୀ ପରିବାରରୁ ୩ ସାଂସଦ:-
କଂଗ୍ରେସର ଭେଟେରାନ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ରାଜ୍ୟସଭାକୁ ଯାଇଥିଲେ । ସେପଟେ ପୁଅ ରାହୁଲଙ୍କ ଇସ୍ତଫା ପରେ ଓ୍ବାୟନାଡରେ ହୋଇଥିବା ସଂସଦୀୟ ଉପ-ନିର୍ବାଚନରେ ଉଭଣୀ ପ୍ରିୟଙ୍କା ପ୍ରାୟ 4 ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପ୍ରଥମ ବିଜୟ ହାସଲ କରିଛନ୍ତି । ଏବେ ସଂସଦରେ ଗାନ୍ଧୀ ପରିବାରର ୩ ସଦସ୍ୟ ତଥା ମା' ସୋନିଆ, ପୁଅ ରାହୁଲ ଓ ଝିଅ ପ୍ରିୟଙ୍କାକୁ ଦଖିବାକୁ ମିଳୁଛି ।
2024 ସାଧାରଣ ନିର୍ବାଚନ ତଥ୍ୟ:-
ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଗଣତନ୍ତ୍ରର ଜନନୀ କୁହାଯାଉଥିବା ସର୍ବବୃହତ୍ତ ଗାଣତାନ୍ତ୍ରିକ ଦେଶ ଭାରତ ଏଥର ଭୋଟ ଦେଇଛି । ମୋଟ ଜନସଂଖ୍ୟାର 96.8 କୋଟି (968 ନିୟୁତ) ମତଦାତାଙ୍କ ମଧ୍ୟରୁ 64.2 କୋଟି ଏହି ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ଅର୍ଥାତ 312 ନିୟୁତ ମହିଳା ରହିଛନ୍ତି । 1951-52 ମସିହାରେ ଦେଶରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନ ପ୍ରକ୍ରିୟା ପ୍ରାୟ ଦୁଇମାସ ଚାଲିଥିଲା । ସେହିପରି ଚଳିତବର୍ଷ 44 ଦିନିଆ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରି ଭାରତୀୟ ନିର୍ବାଚନୀ ବ୍ୟବସ୍ଥା ଓ ନିର୍ବାଚନ ଆୟୋଗ ସମଗ୍ର ବିଶ୍ବରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଚଳିତବର୍ଷ ଏପ୍ରିଲ 19 ତାରିଖରୁ ଆରମ୍ଭ ହୋଇ ଜୁନ୍ ପହିଲା ପର୍ଯ୍ୟନ୍ତ ମୋଟ ସାତୋଟି ପର୍ଯ୍ୟାୟରେ ଏହି ନିର୍ବାଚନ ଶେଷ କରାଯାଇଥିଲା । ଫଳାଫଳ ଜୁନ୍ 4 ତାରିଖରେ ଘୋଷଣା କରାଯାଇଥିଲା ।
୭ ରାଜ୍ୟରେ ବିଧାନସଭା ନିର୍ବାଚନ :-
୨୦୨୪ ମସିହାରେ 7ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଇଥିଲା । ଏଥିରେ ଏକାଧିକ ରାଜ୍ୟରେ କ୍ଷମତା ପରିବର୍ତ୍ତନ ଓ କିଛି ରାଜ୍ୟରେ କ୍ଷମତାର ପୁନରାବୃତ୍ତି ଦେଖିବାକୁ ମିଳିଛି । ୨୦୨୪ ମସିହାରେ ଲୋକସଭା ସାଧାରଣ ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରେ ହରିୟାଣା, ଜାମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, ଝାଡଖଣ୍ଡରେ ମଧ୍ୟ ନିର୍ବାଚନ ହୋଇଥିଲା ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications