Year Ender 2024: ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ହୋଇଥିଲା ବିଧାନସଭା ନିର୍ବାଚନ
ଲୋକସଭା ସହ ଏହି ସବୁ ରାଜ୍ୟରେ ହୋଇଥିଲା ବିଧାନସଭା ନିର୍ବାଚନ । ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ହୋଇଥିଲା ନିର୍ବାଚନ ।
ବିଧାନସଭା ନିର୍ବାଚନ ୨୦୨୪:
୧. ଓଡ଼ିଶା :
ସର୍ବାଧିକ ଚର୍ଚ୍ଚାରେ ଥିଲା ଓଡ଼ିଶା ବିଧାନସଭା ନିର୍ବାଚନ । ଦୀର୍ଘ 24 ବର୍ଷ ପରେ ବର୍ଷ 2024ରେ ଓଡିଶା କ୍ଷମତା ପରିବର୍ତ୍ତନ ଦେଖିଛି । ଏକଦା ଅତ୍ୟନ୍ତ ଲୋକପ୍ରିୟ ଓ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ପରିଗଣିତ ହେଉଥିବା ନବୀନ ପଟ୍ଟାନାୟକ ପରାଜିତ ହେବା ସହ ଦଳ 'ବିଜେଡି' ମଧ୍ୟ କ୍ଷମତାକୁ ହଟିଛି । ଚାରିଟି ପର୍ଯ୍ୟାୟରେ ତଥା ମେ' ୧୩, ୨୦, ୨୫ ଏବଂ ଜୁନ ୧ ତାରିଖରେ ଅନୁଷ୍ଠିତ ହୋଇଥିଲା । 2000 ରୁ 2009 ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସହଯୋଗୀ ଥିବା ଭାରତୀୟ ଜନତା ପାର୍ଟି ଏଥର ରାଜ୍ୟରେ ପ୍ରଥମ ଥର ଏକକ ସଂଖ୍ୟା ଗରିଷ୍ଠତାରେ ସରକାର ଗଠନ କରିଛି । ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବିଜେପି କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ସରପ୍ରାଇଜ ସିଏମ କାର୍ଡ ଖେଳିଛନ୍ତି । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP) 78 ଟି ଆସନରେ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । 24 ବର୍ଷ ଧରି କ୍ଷମତାରେ ଥିବା ବିଜେଡି 51 ଆସନ ଓ କଂଗ୍ରେସ 14 ଆସନରେ ବିଜୟୀ ହୋଇଛନ୍ତି । ସେହପରି CPI(M) ଗୋଟିଏ ଆସନ ଓ 3 ସ୍ବାଧୀନ ବିଧାୟକ ବିଜୟୀ ହୋଇଛନ୍ତି ।

2. ଜମ୍ମୁ ଓ କାଶ୍ମୀର:
କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୁନର୍ଗଠନ ପରେ ପ୍ରଥମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଥିଲା ଘାଟି । ଜାତୀୟ କାନ୍ଫରେନ୍ସ ଓ କଂଗ୍ରେସ ମିଳିତ ଭାବେ କ୍ଷମତା ହାସଲ କରିଛନ୍ତି । ନ୍ୟାସନାଲ କନଫରେନ୍ସ (NC) ଓ କଂଗ୍ରେସ ମେଣ୍ଟ ୪୯ଟି ଆସନରେ ବିଜୟ ହୋଇଥିଲା । ଏଥିରେ NC ୪୨ଟି ଆସନ ଓ କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ରାଜ୍ୟରେ ଏନସି ସରକାର ଗଠନ କରିଥିବା ବେଳେ କଂଗ୍ରେସ ଏକ ସହଯୋଗୀ ଭୂମିକାରେ ରହିଛି ।
3. ହରିୟାଣା:
ହରିୟାଣାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । 2014 ରୁ ଦୀର୍ଘ 10 ବର୍ଷ ଧରି କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ସତ୍ତା ବିରୋଧୀ ହାଓ୍ବାର ସମ୍ମୁଖୀନ ହୋଇ କ୍ଷମତା ହରାଇବା ଚର୍ଚ୍ଚା ମଧ୍ୟରେ ଫଳାଫଳ କିନ୍ତୁ ବିପରୀତ ହୋଇଥିଲା । ବିଜେପି ୪୮ ଆସନରେ ବିଜୟୀ ହେଇ ସରକାର ଗଠନ କରିଛି । କଂଗ୍ରେସ ୩୭ ଆସନରେ ବିଜୟୀ ହୋଇଛି । ସ୍ୱାଧୀନ ପ୍ରାର୍ଥୀମାନେ ୩ ଆସନ ହାତେଇଛନ୍ତି । ପୂର୍ବଥର ମୁଖ୍ୟମନ୍ତ୍ରୀ ଥିବା ଯୁବ ଚେହେରା ନାଏବ ସିଂ ସୈନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ କେନ୍ଦ୍ରରେ ସ୍ଥାନ ମିଳିଛି ।
4. ମହାରାଷ୍ଟ୍ର:
ତ୍ରିକୋଣୀୟ ମେଣ୍ଟ ଶାସନରେ ଥିବା ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ତେବେ ଏଠାରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ପୁଣି ଶାସନ କ୍ଷମତା ହାସଲ କରିଛି । ମେଣ୍ଟରେ ବିଜେପି ଶୀର୍ଷ ସ୍ଥାନ ସହ ୧୩୨ ଆସନ ଜିତିଛି । ଶିବସେନା (ସିନ୍ଦେ ଗୋଷ୍ଠୀ) ୫୭ଟି ଆସନ ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ୪୧ ଟି ଆସନରେ ବିଜୟୀ ହୋଇଛନ୍ତି । ବିରୋଧୀ ମେଣ୍ଟ 'ମହାବିକାଶ ଅଗାଡି'ର ନେତୃତ୍ବକାରୀ ଦଳ କଂଗ୍ରେସ ମାତ୍ର 16ଟି ଆସନରେ ଜିତିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ସିନ୍ଦେ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ ଏଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
5. ଝାଡ଼ଖଣ୍ଡ:
ଆଦିବାସୀବହୁଳ ଝାଡ଼ଖଣ୍ଡରେ ଏଥର ନାଟକୀୟ ଢଙ୍ଗରେ ପୁଣି ଥରେ ସୋରେନ ପରିବାର ନେତୃତ୍ବାଧୀନ 'ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) କ୍ଷମତା ବଦଜାୟ ରଖିଛି । ଜମି ଘୋଟାଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଗିରଫ ହୋଇ ଜେଲରୁ ବେଲରେ ଫେରି ପୁଣି ଥରେ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ହେମନ୍ତ ସୋରେନ ବାଜିମାତ କରିଛନ୍ତି । ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଦୂରରେ ରହିବାକୁ ବାଧ୍ୟ ହୋଇଛି । 'ଜେଏମଏମ' ୩୪ ଆସନରେ ଜିତି ସରକାର ଗଠନ କରିଥିବା ବେଳେ ବିଜେପି ୨୧ ଆସନ ସହ ବିରୋଧୀ ଭୂମିକାରେ ରହିବାକୁ ବାଧ୍ୟ ହୋଇଛି ।
6. ଆନ୍ଧ୍ର ପ୍ରଦେଶ
ଏଥର କ୍ଷମତା ପରିବର୍ତ୍ତନ ଦେଖିଛି ଦକ୍ଷିଣ-ଭାରତର ଦ୍ବାର ରାଜ୍ୟ ଆନ୍ଧ୍ର ପ୍ରଦେଶ । ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ଓ୍ବାଏସଆର କଂଗ୍ରେସ କ୍ଷମତାରୁ ହଟିବା ସହ ଜେଲରୁ ଫେରିଥିବା ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନାଇଡୁଙ୍କ ଟିଡିପି, ବିଜେପି ଓ ଜନସେନା ପାର୍ଟି ମିଳିତ ଭାବେ ସରକାର ଗଠନ କରିଛନ୍ତି । ମୋଟ 175 ଆସନ ମଧ୍ୟରୁ ଏନଡିଏ ମୋଟ 164 ଆସନରେ ବିଜୟ ଲାଭ କରିଛି । 'ଟିଡିପି' ସବୁଠୁ ବଡ ଦଳ ଭାବେ 135 ଆସନ, ପବନ କଲ୍ୟାଣଙ୍କ 'ଜନସେନା ପାର୍ଟି 21' ଓ ବିଜେପି ମାତ୍ର 8 ଟି ଆସନରେ ବିଜୟ ଲାଭ କରିଛି । କ୍ଷମତାରେ ଥିବା ଜଗନ ରେଡ୍ଡୀଙ୍କ 'ଓ୍ବାଇଏସଆର-କଂଗ୍ରେସ' ମାତ୍ର 11 ଆସନ ଜିତି ବିରୋଧୀ ଆସନରେ ସୀମିତ ହୋଇ ରହିଯାଇଛି ।
7. ଅରୁଣାଚଳ ପ୍ରଦେଶ:
ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଚଳିତଥର ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଛି । ଭାରତୀୟ ଜନତା ପାର୍ଟି (BJP) ମୋଟ 60 ଆସନ ମଧ୍ୟରୁ 46ଟି ଆସନରେ ଜିତିବାରେ ସଫଳ ହୋଇଛି । ଏହା ସହ, ପେମା ଖାଣ୍ଡୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ଗ୍ରହଣ କରିଛନ୍ତି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications