ବିଧାନସଭାର ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦ, ଅନିର୍ଦିଷ୍ଟ ପାଇଁ ମୁଲତବି ଘୋଷିତ
ଭୁବନେଶ୍ବର : ବିଧାନସଭାର ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦ ହେଲା। ଅଧିବେଶନର ଆଜି ନବମ ଦିବସ ଥିଲା, ସବୁ ଦିନ ଭଳି ଆଜି ମଧ୍ୟ ବିରୋଧୀଙ୍କ ହୋ ହଲ୍ଲାରେ କମ୍ପିଥିଲା ବିଧାନସଭା। ଆଜି ଗୃହରେ ସରକାରୀ ଦଳର ମୁଖ୍ୟ ସଚେତକ ମୁଲତବି ପ୍ରସ୍ତାବ ଆଣିଥିଲେ। ହରେ କୌଣସି ବିଜ୍ନେସ୍ ନଥିବାରୁ ସେ ମୁଲତବି ପ୍ରସ୍ତାବ ଆଣିଥିଲେ । ଆଉ ତା'ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ଶୀତକାଳୀନ ଅଧିବେଶନରେ ପ୍ରଥମ କାର୍ଯ୍ୟ ଦିବସରୁ ଅଚଳ ହୋଇପଡିଥିଲା ଗୃହ କାର୍ଯ୍ୟ। ଫଳରେ ୨୦ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ ।

ଆଜି ଗୃହରେ ପୁଣି ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ ଦଳ ସଦସ୍ୟ ମାନେ। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ଦିନ ସାଢ଼େ ୧୧ ଓ ପରେ ଦିନ ୧୨ ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ଏହି ପରିସ୍ଥିତିରେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ପୁଣି ସର୍ବ ଦଳୀୟ ବୈଠକ ଡ଼ାକିଥିଲେ ବାଚସ୍ପତି। ତେବେ ସର୍ବଦଳୀୟ ବୈଠକରେ କୌଣସି ଫଳପ୍ରସୂ ନିଷ୍କର୍ଷ ବାହାରି ନଥିଲା। ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ୨୦ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ ।












Click it and Unblock the Notifications