ରାହୁଲ ନା ଆଉ କିଏ ? ବିରୋଧୀ ଦଳର ନେତା ନେଇ ଏହି ତିନି ନାଁ ଉପରେ ଚାଲିଛି ବିଚାର
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ସାରା ଦେଶରେ ଏନଡିଏକୁ ଲାଗିଛି ବଡ଼ ଝଟକା । କଡ଼ା ମୁକାବିଲା କରି ଇଣ୍ଡି ମେଣ୍ଟ ବେଶ୍ ଭଲ ପ୍ରଦର୍ଶନ କରି ସାରା ଦେଶକୁ ଚକ୍କିତ କରିଦେଇଛି । ଏହା ପରେ ଇଣ୍ଡି ମେଣ୍ଟରେ ବିରୋଧୀ ଦଳର ନେତା ନଁ କୁ ଲାଗି ରହିଛି ଚର୍ଚ୍ଚା । ଯଦିଓ ଏପର୍ଯ୍ୟନ୍ତ ବିରୋଧୀ ଦଳ ନେତା କିଏ ହେବେ ତାହା ସ୍ଥିର ହୋଇନାହିଁ, କିନ୍ତୁ ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଅପରପକ୍ଷରେ ବିରୋଧୀଦଳର ନେତା ପଦ ପାଇଁ ରାହୁଲ ଗାନ୍ଧୀ ପ୍ରସ୍ତୁତ ନଥିବା ମଧ୍ୟ କୁହାଯାଉଛି ।

ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ପଦ ପାଇଁ ପ୍ରସ୍ତୁତ ନଥିବା ପରିସ୍ଥିତିରେ ଏହି ପଦବୀ ପାଇଁ ବହୁ କଂଗ୍ରେସ ନେତାଙ୍କ ନାମ ରହିଛି । ଏଥିମଧ୍ୟରୁ କୁମାରୀ ଶେଲଜା, ଗୌରବ ଗୋଗୋଇ ଏବଂ ମନୀଷ ତିୱାରୀଙ୍କ ନାଁ ମଧ୍ୟ ଆଗରେ ରହିଛି ।
ଇଣ୍ଡି ମେଣ୍ଟ ପାଇଥିବା ୨୩୪ ଆସନରୁ କଂଗ୍ରେସ ଏକାକୀ ୯୯ ଆସନ ହାତେଇଛି । ଏହା ପରେ ଦେଶରେ ଏକ ଶକ୍ତ ବିରୋଧୀ ଦଳ ଉଭା ହେବା ସହ କଂଗ୍ରେସ ବେଶ୍ ଉତ୍ସାହୀ ରହିଛି ।
କିଏ ବିରୋଧୀ ଦଳ ନେତା ହେବେ ସେ ନେଇ କଂଗ୍ରେସ ଦଳରେ ଚିନ୍ତନମନ୍ଥନ ଚାଲିଛି । କଂଗ୍ରେସ ସୂତ୍ର ଅନୁଯାୟୀ ଦଳର ତିନିଜଣ ବରିଷ୍ଠ ନେତାଙ୍କ ନାମକୁ ବିଚାର କରାଯାଉଛି । ଏହି ତିନି ନେତା ହେଉଛନ୍ତି କୁମାରୀ ଶେଲଜା, ଗୌରବ ଗୋଗୋଇ ଏବଂ ମନୀଷ ତିୱାରୀ ।
ଲୋକସଭା ନିର୍ବାଚନରେ କଂଗ୍ରେସର ପୁନର୍ଜୀବନ ପାଇବା ସହ ଉତ୍ସାହିତ ହୋଇ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ, ବିହାର, ଓଡିଶା ସମେତ ସେହି ରାଜ୍ୟରେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ଅଭିଯାନକୁ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି । ଏହି ସମସ୍ତ ରାଜ୍ୟରେ ଦଳକୁ ଆହୁରି ମଜଭୂତ କରି ବିଜେପିକୁ ମାତ୍ ଦେବାକୁ ଯୋଜନା କରୁଛନ୍ତି । ତେଣୁ କେନ୍ଦ୍ରରେ ଏହି କାରଣରୁ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହେବାକୁ ଚାହୁଁନାହାଁନ୍ତି ବୋଲି ମଧ୍ୟ କୁହାଯାଉଛି ।












Click it and Unblock the Notifications