ମହିଳା ଭୋଟ୍ ହାତେଇବାରେ କେତେ ଦୂର ସକ୍ଷମ ହେବ ବିଜେପି ?
Elections 2024: ମୁଣ୍ଡ ଉପରେ ନିର୍ବାଚନ । ଆଉ ଦିନ କେଇଟା ପରେ ନିଜ ନିଜର ସାମ୍ବିଧାନିକ କ୍ଷମତା ଉପଯୋଗ କରି ମତଦାନ କରିବା ସହ ନିଜ ନିଜର ନେତା ବାଛିବେ ଜନତା । ଏଥିଲାଗି ସାରା ରାଜ୍ୟ ଚଳଚଞ୍ଚଳ । ରାଜନୈତିକ ଦଳମାନଙ୍କ ପ୍ରଚାର ସହ ଶାସକ-ବିରୋଧୀ ମଧ୍ୟରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ । ଏହି ସବୁ ମଧ୍ୟରେ ବେଶ୍ ରୋଚକ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା । ବିଭିନ୍ନ ରାଜନୈତିକ ଦଳ ପ୍ରତିଶ୍ରୁତିର ପେଡ଼ି ଖୋଲିବା ସହ ଭୋଟ୍ ହାତେଇବାରେ ଲାଗି ପଡ଼ିଛନ୍ତି ।

ଏଭଳି ସ୍ଥିତିରେ ଆମ ରାଜ୍ୟରେ ରାଜନୈତିକ ଦଳଙ୍କ ଖାସ୍ ନଜର ମହିଳା ଭୋଟରଙ୍କ ଉପରେ । କାରଣ କୌଣସି ବି ନିର୍ବାଚନରେ ମହିଳା ଭୋଟ୍ ହିଁ ନିର୍ଣ୍ଣାୟକ ମୋଡ଼ ଆଣିଥାଏ । ଏପରିକି ମହିଳାଙ୍କ ଭୋଟ୍ ପ୍ରତିଶତ ବେଶୀ ରହିଥାଏ । ତେଣୁ ମହିଳା ଭୋଟରଙ୍କୁ ପ୍ରଲୋଭିତ କରିବାରେ ବଳ କଷୁଛନ୍ତି ସମସ୍ତ ଦଳ ।
ଏହି ସବୁ ମଧ୍ୟରେ ରାଜ୍ୟରେ ମିଶନ ଶକ୍ତି ମହିଳାଙ୍କୁ ଫୋକସ୍ ରେ ରଖିଛି ବିଜେପି । ରାଜ୍ୟର 70 ଲକ୍ଷ ଏସ୍ଏଚଜି ସଦସ୍ୟାଙ୍କ ଭୋଟ୍ କୁ ହାତେଇବା ପାଇଁ ରଣନୀତି ପ୍ରସ୍ତୁତସ କରୁଛି । ଏପରିକି ଶାସକ ଦଳ ବିଜେଡ଼ି ପାଇଁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପ୍ରଚାର କରୁଥିବା ନେଇ ଅଭିଯୋଗ କରିବା ପରେ ତାଙ୍କ ବଦଳି କରାଯାଇଛି । ଏଭଳି ପରିସ୍ଥିତିରେ ବିଜେଡି ଏହାର ସବୁଠାରି ବଡ଼ ଭୋଟ୍ ବ୍ୟାଙ୍କକୁ ନେଇ ଶକ୍ତ ଝଟକା ପାଇଛି ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଏହି ମହିଳା ଭୋଟବ୍ୟାଙ୍କକୁ ବିଜେଡି କିଭଳି ସୁରକ୍ଷିତ ରଖିବ ଓ କାହାକୁ ମଙ୍ଗ ଧରାଇ ନିଜ ସପକ୍ଷରେ ଭୋଟ କରାଇବ ତାହା ଦଳ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଥିବା ଚର୍ଚ୍ଚା ହେଉଛି ।
ବିଜେଡ଼ି ସବୁବେଳେ ମହିଳାଙ୍କ ପାଇଁ କାମ କରିଥିବା, ମହିଳା ସଂରକ୍ଷଣ ଦାବି କରିବା ଆଦି ପ୍ରସଙ୍ଗକୁ ନେଇ ଏହି ମହିଳା ଭୋଟ୍ ନିଜ ପକ୍ଷରେ ରଖିବାକୁ ଜୋରଦାର ପ୍ରୟାସ କରିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ବିଜେପି ମହିଳାଙ୍କ ପାଇଁ କେନ୍ଦ୍ର କରିଥିବା ଯୋଜନା ଆଦିକୁ ନେଇ ନିଜ ପକ୍ଷକୁ ଟାଣିବାକୁ ଚେଷ୍ଟା କରିପାରେ । ତେବେ ରାଜ୍ୟ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ମହିଳାଙ୍କ ଭୋଟ୍ ହାତେଇବାରେ କେଉଁ ଦଳ ସକ୍ଷଣ ହେଉଛି ତାହା ଦେଖିବା ବାକି ରହିଲା ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା











Click it and Unblock the Notifications