Get Updates
Get notified of breaking news, exclusive insights, and must-see stories!

ବିଜେଡ଼ିକୁ ମିଳିବ କି ନୂଆ ନେତା ? ନବୀନ ନିବାସରେ ବିଜୁ ପଟ୍ଟନାୟକଙ୍କ ନାତି, ଲାଗିଛି ନେତାଙ୍କ ଭିଡ଼

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ସରିବା ପରେ ବି ସରଗରମ ରହିଛି ରାଜନୈତିକ ମାହୋଲ । 25 ବର୍ଷର ସ୍ଥିର ସରକାର କରିଥିବା ବିଜେଡ଼ିର ପରାଜୟ ପରେ ଦଳରେ ଖୋଜାଚାଲିଛି କାରଣ । କେହି କେହି 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଦାୟୀ କରୁଥିବା ବେଳେ ନବୀନଙ୍କ ନେତୃତ୍ୱକୁ ନେଇ ଲାଗି ରହିଛି ଚର୍ଚ୍ଚା । ଏହି ସବୁ ଭିତରେ ପ୍ରାୟତଃ ପ୍ରତିଦିନ ନବୀନ ନିବାସରେ ବିଜେଡ଼ି ନେତାଙ୍କ ଲାଗୁଛି ଭିଡ଼ । ଆଗାମୀ ରଣନୀତି କଣ ରହିବ, ଦଳ ବିରୋଧୀ ଆସନରେ ରହି ନୂଆ ସରକାରକୁ କିପରି ସାମ୍ନା କରିବ ତାକୁ ନେଇ ପ୍ରସ୍ତୁତ ହେଉଛି ରଣନୀତି ।

Arun patnaik

ଏଥି ସହ ଦଳର ନେତୃତ୍ୱକୁ ନେଇ ମଧ୍ୟ ରାଜନୈତିକ ମାହୋଲରେ ବେଶ୍ ଚର୍ଚ୍ଚା ଲାଗି ରହିଛି । ଏହି ସମୟରେ ଗତକାଲି ଓଡ଼ିଶା ଆସି ପହଞ୍ଚିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସହ ସେ ଦିଲ୍ଲୀରୁ ଆସି ସିଧାସଳଖ ନବୀନ ନିବାସ ଯାଇଥିଲେ ।

ଦଳର ଦୁର୍ବଳ ପ୍ରଦର୍ଶନ ସହ ପରାଜୟ ପରେ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗକୁ ଆସି ସିଧାସଳଖ ଦଳର ବିଧାୟକ ଓ ପରାଜିତ ପ୍ରାର୍ଥୀ ଓ ଅନ୍ୟମାନଙ୍କୁ ସିଧାସଳଖ ଭେଟୁଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ପାଣ୍ଡିଆନ ଉପସ୍ଥିତ ନଥିଲେ । ସେ ଦିଲ୍ଲୀ ଯାଇ ଅରୁଣଙ୍କୁ ଭୁବନେଶ୍ୱର ଆଣିଥିବା ମଧ୍ୟ କୁହାଯାଉଛି ।

ନିର୍ବାଚନ ସମୟରେ ପାଣ୍ଡିଆନ ନବୀନଙ୍କ ଉତ୍ତରାଧିକାରୀ କହିଥିବାରୁ ଏବେ ଅରୁଣ ଦଳର ମଙ୍ଗ ଧରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବିଜେଡିର ସ୍ଥାୟିତ୍ୱକୁ ବଜାୟ ରଖିବାକୁ ନବୀନ ସକ୍ରିୟ ରହିବା ସହ ଧୀରେ ଧୀରେ ଅରୁଣଙ୍କୁ ଦଳର ନେତୃତ୍ୱ ଭାର ଦେବାକୁ ଯୋଜନା ହୋଇଥାଇପାରେ ବୋଲି ବିଜେଡିର ଗୋଟିଏ ଗୋଷ୍ଠୀ ଆକଳନ କରୁଛନ୍ତି ।

ଅପରପକ୍ଷରେ 27 ବର୍ଷ ଧରି ରାଜନୀତିରେ ରହି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରହିଥିବା ନବୀନଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବାପରେ ସାନ୍ତ୍ୱନା ଦେବାକୁ ତାଙ୍କ ପରିବାର ସଦସ୍ୟ(ଅରୁଣ) ଭୁବନେଶ୍ୱର ଆସିଛନ୍ତି ବୋଲି ଅନ୍ୟ ଏକ ଗୋଷ୍ଠୀ କହୁଛି । ଅରୁଣ 2-3 ଦିନ ରହି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଅରୁଣଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ରାଜନୀତିରେ ସାମିଲ ହେବେ ନାହିଁ ବୋଲି ରୋକଠୋକ୍ ଜଣାଇଥିଲେ । ଏବେ ପରିବର୍ତ୍ତିତ ପରିସ୍ଥିତିରେ ଅରୁଣଙ୍କ ଭୂମିକା କ'ଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+