କାହିଁକି ଟୁଇଟ ଡିଲିଟ୍ କଲେ ମନମୋହନ ସାମଲ ? ପୁଣି ମେଣ୍ଟ ଆଡ଼କୁ ଢଳିଲା ବିଜେପି !
କାହିଁକି ଟୁଇଟ ଡିଲିଟ୍ କଲେ ମନମୋହନ ? ଏକ୍ସର ପୋଷ୍ଟକୁ କାହିଁକି ଡିଲିଟ୍ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ? ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବେ ବୋଲି ମନମୋହନ ସାମଲ କହିଥିଲେ ।
କିନ୍ତୁ ଏବେ ଏକ୍ସ ପୋଷ୍ଟକୁ ଡିଲିଟ୍ କରିବା ପରେ ରାଜନୀତି ମହଲରେ ଅନେକ ପ୍ରଶ୍ନ ଝଡ଼ ଭଳି ଉଠିବାରେ ଲାଗୁଛି । ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ି ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଥିଲେ ମନମୋହନ, ହେଲେ ଏହାର କିଛି ସମୟ ପରେ ସେ ପୋଷ୍ଟ କରିଛନ୍ତି ।
ତେବେ ଏସବୁ ଭିତରେ ମନମୋହନଙ୍କ ବାରମ୍ବାର ଦିଲ୍ଲୀଗସ୍ତ, ଆଉ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆରେ ମେଣ୍ଟକୁ ନେଇ ମନା କରିବା କଥା ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ବେଳେ ସେ ଟୁଇଟ ଡିଲିଟ କରିଛନ୍ତି ।

ସେପଟେ ପ୍ରଦୀପ ପୁରୋହିତ କହିଛନ୍ତି, ରାଜ୍ୟ ସଭାପତି କହିଛନ୍ତି ଭାରତୀୟ ଜନତା ପାର୍ଟି ଏକା ଳଢ଼ିବ । ଆଗାମୀ ଦିନରେ ଲୋକେ ଯାହା ଚାହୁଁଛନ୍ତି ଭାରତୀୟ ଜନତା ପାର୍ଟି ଏକାକୀ ସରକାର ଲଢ଼ିବ












Click it and Unblock the Notifications