Get Updates
Get notified of breaking news, exclusive insights, and must-see stories!

ପଦ୍ମପୁର ପରୀକ୍ଷା ଫଳରେ କାହିଁକି ଫେଲ୍ ମାରିଲା ବିଜେପି ?

ଧାମନଗର ଆତ୍ମବିଶ୍ୱସ, ଚାଷୀ ପ୍ରସଙ୍ଗ, ତୃଣମୂଳ ସ୍ତରରେ ସଂଗଠନ, ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ସତ୍ତ୍ୱେ ମଧ୍ୟ ବିଜେପିର ପରାଜୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭୁବନେଶ୍ୱର: ପଦ୍ମପୁର ବିଜେଡିର ବଡ ବିଜୟ । ବର୍ଷାଙ୍କ ଉପରେ ଆଶୀର୍ବାଦର ବର୍ଷା କଲେ ପଦ୍ମପୁରବାସୀ । ତେବେ ପଦ୍ମପୁରରେ ବିଜେପି କାହିଁକି ହାରିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଧାମନଗର ଆତ୍ମବିଶ୍ୱସ, ଚାଷୀ ପ୍ରସଙ୍ଗ, ତୃଣମୂଳ ସ୍ତରରେ ସଂଗଠନ, ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ସତ୍ତ୍ୱେ ମଧ୍ୟ ବିଜେପିର ପରାଜୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Padmapur Bypoll Result

ତେବେ ପଦ୍ମପୁର ପରିଣାମ ଏଭଳି କିଛି ସଂଖ୍ୟା ସାମ୍ନାକୁ ଆଣିଛି, ଯେଉଁ ସଂଖ୍ୟାକୁ ନା' ଶାସକ ବିଜେଡି ଦଳ ଆକଳନ କରିଥିଲା, ନା' ବିରୋଧୀ ବିଜେପି ଦଳ ଆଶା କରିଥିଲା । ଫଳାଫଳ ପୂର୍ବରୁ କୁହାଯାଉଥିଲା ବିଜେଡି-ବିଜେପି ଭିତରେ ଟକ୍କର ହେବ । କିନ୍ତୁ ପଦ୍ମପୁରରେ ରେକର୍ଡ ବ୍ୟବଧାନରେ ବିଜେଡି ବିଜୟୀ ହୋଇଛି । ତେବେ ବିଜେଡିର ବିଜୟ ପଛରେ ଟଙ୍କା ବଣ୍ଟା ଓ କଂଗ୍ରେସର ଭୋଟ ମ୍ୟାନେଜମେଣ୍ଟ ବୋଲି କହିଛନ୍ତି ବିରୋଧୀ ।

କଂଗ୍ରେସ ଭୋଟ ବଦଳିବା ବିଜେପିକୁ କଲା ଅଡୁଆ ?

ତେବେ ବିଜେପିର ଭୋଟ ପରିମାଣ କମ୍ ହୋଇ ନଥିଲେ ବି ବିଜେଡିର ଭୋଟ ପରିମାଣ ଯଥେଷ୍ଟ ବଢ଼ି ଯାଇଛି । କାରଣ କଂଗ୍ରେସ ର ଭୋଟ ବିଜେଡିକୁ ଚାଲିଯିବାରୁ ଭୋଟ ବ୍ୟବଧାନ ବଢ଼ି ଯାଇଥିବା କୁହାଯାଉଛି । ଗଣିତକୁ ଦେଖିଲେ
୨୦୨୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂହ ବରିହା ପାଇଥିଲେ ୮୩, ୨୯୯ ଖଣ୍ଡ ଭୋଟ। ଏଥିର ତାଙ୍କ ଅବର୍ତ୍ତମାନରେ ତାଙ୍କ ଝିଅ ବର୍ଷା ସିଂହ ବରିହା ପାଇଛନ୍ତି ୧,୨୦,୮୦୭ ଖଣ୍ଡ ଭୋଟ ।

ସେପଟେ ବର୍ଷାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଛନ୍ତି ୭୮,୧୨୮ ଖଣ୍ଡ ଭୋଟ୍‌ । ୨୦୧୯ ନିର୍ବାଚନରେ ସେ ପାଇଥିଲେ ୭୭,୫୬୫ ଖଣ୍ଡ ଭୋଟ୍‌ । ଅର୍ଥାତ ଗତ ନିର୍ବାଚନ ତୁଳନାରେ ଏହି ଦଳର ଭୋଟ ମାତ୍ର ୫୬୩ ଖଣ୍ଡ ବଢ଼ିଛି । ମୋଟ ଉପରେ ବିଜେପି ଭୋଟ୍‌ ଏଠାରେ ଅକ୍ଷୁର୍ଣ୍ଣ ରହିଛି ।

ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପାଇଥିଲେ ୩୨, ୭୮୭ ଖଣ୍ଡ ଭୋଟ୍‌ । ମାତ୍ର ଏଥର ସେ ପାଇଛନ୍ତି ମାତ୍ର ୩,୫୯୪ ଖଣ୍ଡ ଭୋଟ୍‌ । ୨୦୧୯ ନିର୍ବାଚନ ତୁଳନାରେ ମଧ୍ୟ କଂଗ୍ରେସ ହରେଇଛି ୨୯ ହଜାର ଭୋଟ । ତେଣୁ ବିଜେପିର ଭୋଟ କମିନଥିଲେ ବି ବିଜେଡିର ଭୋଟ ଯଥେଷ୍ଟ ବଢ଼ି ଯାଇଛି । ଯାହା ବିଜୟର ବ୍ୟବଧାନକୁ ବଢ଼ାଇ ଦେଇଛି ।

କାମ ଦେଲାନି କି କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ?

ଚାଷୀଙ୍କ କଥା କହିବାକୁ କେନ୍ଦ୍ରକୃଷି ମନ୍ତ୍ରୀ ପ୍ରଚାର କଲେ । ବରଗଡ଼-ନୂଆପଡ଼ା ରେଳ ଲାଇନ୍ କଥା କହିବାକୁ କେନ୍ଦ୍ର ରେଳମନ୍ତ୍ରୀ ପ୍ରଚାର କଲେ । ଏମିତି କି ବିଶେଶ୍ୱର ଟୁଡୁ ଏବଂ ଧର୍ମେନ୍ଦ୍ର ପ୍ରଧାନ, ପଦ୍ମପୁର ଯାଇ ଘନଘନ ପ୍ରଚାର କରି ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିଥିଲେ । ହେଲେ ଏହି ପ୍ରଚାର ହୁଏତ ଭୋଟରଙ୍କୁ ପ୍ରଭାବିତ କରି ପାରିଲାନି ।

ମହିଳା ପ୍ରାର୍ଥୀଙ୍କୁ ଅସମ୍ମାନ ପଡିଲା କି ମହଙ୍ଗା ?

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜେପିର ବିଦେଶିନୀ ଆକ୍ଷେପ, ବିଜେପିକୁ ଲାଭ ଦେବା ବଦଳରେ କ୍ଷତି ପହଞ୍ଚାଇଛି । ଭୋଟର ଏହାକୁ ଗ୍ରହଣ କରିବା ବଦଳରେ ବର୍ଷାଙ୍କ ପ୍ରତି ଥିବା ସହାନୁଭୁତିକୁ ଦ୍ୱି-ଗୁଣିତ କରିଦେଇଛି । ଯାହାର ପରିଣାମ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+