ଧାମନଗର ଯାଇ ନଥିଲେ, ପଦ୍ମପୁର କାହିଁକି ଗଲେ ? କାରଣ କହିଲେ ନବୀନ....

କାହିଁକି ପଦ୍ମପୁର ପ୍ରଚାରରେ ଗଲେ ? କାହିଁକି ବର୍ଷାଙ୍କ ପାଇଁ କ୍ୟାମ୍ପେନ କଲେ ସେ ନେଇ ଉତ୍ତର ରଖିଛନ୍ତି ନବୀନ ।

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଶାଳ ବିଜୟ ପରେ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହା ସହ ସେ କାହିଁକି ପଦ୍ମପୁର ପ୍ରଚାରରେ ଗଲେ ? କାହିଁକି ବର୍ଷାଙ୍କ ପାଇଁ କ୍ୟାମ୍ପେନ କଲେ ସେ ନେଇ ଉତ୍ତର ରଖିଛନ୍ତି ନବୀନ ।

Padmapur Bypoll Result

ନବୀନ କହିଛନ୍ତି, "କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ଇଲେକ୍‌ସନରେ ଯାଇ ନ ଥିଲେ, ବିଭିନ୍ନ ବାଇ-ଇଲେକ୍‌ସନରେ ବି ଯାଇ ନ ଥିଲେ, ଏବେ ପଦ୍ମପୁର ଇଲେକ୍‌ସନରେ କାହିଁକି ଗଲେ ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା । ଏହା କେବଳ ମୋ ପାଇଁ ଦୁଃଖ ନୁହେଁ, ଓଡିଶାର ସବୁ ମହିଳାମାନଙ୍କ ପାଇଁ ଏହା ଦୁଃଖର କଥା । ରାଜନୀତିରେ ନିର୍ବାଚନ ଲଢିବା ଏବଂ ଜିତିବା ଅଲଗା କଥା । ହେଲେ ଜଣେ ମହିଳାଙ୍କୁ ଏଭଳି ଭାବେ ଅସମ୍ମାନ କରିବା ନିନ୍ଦନୀୟ । ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷାଙ୍କ ପାଖରେ ଠିଆ ହେବି ।"

ଖାଲି ସେତିକି ନୁହେଁ, ବିଜେଡି ସୁପ୍ରିମୋ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ବାପା ଭଳି, ଜଣେ ଭାଇ ଭଳି ସେ ବର୍ଷାଙ୍କ ପାଖରେ ଠିଆ ହେବାକୁ ନିଷ୍ପତ୍ତି ନେଇଥିଲେ । ଏହି କାରଣରୁ ସେ ପଦ୍ମପୁର ଯାଇ ବର୍ଷାଙ୍କ ପାଇଁ ପ୍ରଚାର କରିଥିଲେ ।

ଅନ୍ୟପଟେ ପଦ୍ମପୁରରେ ବିଜୟ ପରେ ବିରୋଧୀଙ୍କୁ ନବୀନ କଡ଼ା ଜବାବ ଦେଇ କହିଛନ୍ତି ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ତେବେ ଏହାକୁ ଓଡିଶାବାସୀ ସମର୍ଥନ କରିବେ ନାହିଁ । ରାଜ୍ୟବାସୀ ଉଚିତ୍ ଜବାବ୍ ଦେବେ ।

ସେ କହିଛନ୍ତି ଯେ, ମୁଁ ବିରୋଧୀ ଦଳରେ ଥିବା ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳା ମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ । ଆଜି ନୁହେଁ ସଦା ବେଳେ ।

ବିରୋଧୀ ନେତାଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ତା ସହିତ କେନ୍ଦ୍ରମନ୍ତ୍ରୀମାନେ ଓଡିଶାବାସୀ ଏବଂ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ଯାହାକି ଠିକ୍ ନୁହେଁ । ମିଶିକି ଲୋକଙ୍କ କାମ କରିବାକୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ଶେଷରେ ପଦ୍ମପୁରବାସୀଙ୍କ ପାଖରେ ଋଣୀ ରହିବା ସହିତ ଏହି ବିଜୟ ପଦ୍ମପୁରବାସୀଙ୍କ ବିଜୟ, ଏହି ବିଜୟ ପାଇଁ ଲକ୍ଷ ଲକ୍ଷ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ସୂଚନାଥାଉ କି, ପଦ୍ମପୁର ଉପନିର୍ବାଚନରେ ବିଶାଳ ବିଜୟ ହାସଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ପରୀକ୍ଷାରେ ବର୍ଷାଙ୍କ ମୁଣ୍ଡରେ ହୋଇଛି ଆଶୀର୍ବାଦର ବର୍ଷା । ୪୨ ହଜାର ୬୭୯ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ମୋଟ ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ପାଇଛନ୍ତି ବର୍ଷା । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମିଳିଛି ୭୮ ହାଜର ୧୨୮ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଛି ମାତ୍ର ୩୫୯୪ ଖଣ୍ଡ ଭୋଟ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+