ଝାରସୁଗୁଡା ଉପନିର୍ବାଚନ: କିଏ ମାରିବ ବାଜି ? ତିନି ଦଳ ଅଛନ୍ତି ଆଶାବାଦୀ...
ଝାରସୁଗୁଡ଼ା: କିଏ ଜିତିବ ଝାରସୁଗୁଡ଼ା ବାଜି ? କାହା ମୁଣ୍ଡରେ କାଲି ସୁନାକଳସ ଢାଳିଛନ୍ତି ଝାରୁସୁଗୁଡ଼ାବାସୀ ? କିଏ ପିନ୍ଧିବ ଝାରସୁଗୁଡ଼ା ମୁକୁଟ ? ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ । ଶନିବାର ଆସିବ ଫଳାଫଳ । ଏହା ଭିତରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇ ଯାଇଛି ବୟାନବାଜି ।
ଗତକାଲି (ବୁଧବାର) ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟିଂ ସକାଳ ୭ ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିଥିଲା । ପୂର୍ବାହ୍ନ ୧୧ ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିଲା ବେଳେ ଦିନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ, ୩ ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ଅପରାହ୍ନ ୫ ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଥିଲା । ତେବେ ସନ୍ଧ୍ୟା ୭ଟା ସୁଦ୍ଧା ମତଦାନ ହାର ୭୫.୬୦% ରହିଛି । ମୋଟ ୨୫୩ଟି ବୁଥ୍ ମଧ୍ୟରୁ ୫ଟି ବୁଥରେ ମତଦାନ ସନ୍ଧ୍ୟା ୭ଟା ପରେ ମଧ୍ୟ ଜାରି ରହିଥିଲା ।

ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଭୋଟ ସଂଖ୍ୟା ଅଧିକ ରହିଥିଲା । ମହିଳାଙ୍କ ଭୋଟ ସଂଖ୍ୟା ୭୭,୦୨୦ ଥିବା ବେଳେ ପୁରୁଷଙ୍କ ଭୋଟ ସଂଖ୍ୟା ୭୪,୦୦୮ । ମୋଟ ୧ ଲକ୍ଷ ୫୦ ହଜାର ୦୩୫ ଭୋଟ ଗ୍ରହଣ କରାଯାଇଛି । ୩ଟି ପୋଲିଂ ବୁଥ ରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲେ ବି ମତଦାନରେ କୌଣସି ସମସ୍ୟା ଉପୁଜି ନାହିଁ । ଭୋଟିଂ ପରେ କଡ଼ା ସୁରକ୍ଷାରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ବାହାରେ ପଇଁତରା ମାରୁଛି ସୁରକ୍ଷା ବାହିନୀ ।
ଉଲ୍ଲେଖଥାଉ କି, ଝାରସୁଗୁଡା ନିର୍ବାଚନ ମୈଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବା ବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି । ଆସନ୍ତା ୧୩ତାରିଖରେ ଏହି ଭୋଟ ଗଣତି ହେବ ।

ରାଜନୈତିକ ବୟାନବାଜି: ରେଜଲ୍ଟ ଆସିବା ପୂର୍ବରୁ ନାନା ଆକଳନ କରିଛନ୍ତି ରାଜନୈତିକ ଦଳ ଓ ସମୀକ୍ଷକ। ରେକର୍ଡ ଭୋଟରେ ବିଜୟୀ ହେବା ନେଇ ବିଜେଡି ଦୃଢୋକ୍ତି ପ୍ରକାଶ କରିଛି। ପୂର୍ବ ଉପନିର୍ବାଚନ ଅପେକ୍ଷା ଏଥର ଅଧିକ ବ୍ୟବଧାନରେ ଦଳ ଜିତିବ ବୋଲି ଦମ୍ଭୋକ୍ତି କରିଛି । ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି ।
ବିଜେଡି କଣ କହୁଛି ? ଶାସକ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ବୋଲି ଦୃଢୋକ୍ତି ବାଢିଛି । ଜନାଦେଶ ବିଜେଡି ସପକ୍ଷରେ ଯିବ ଏବଂ ଅଧିକ ଭୋଟ୍ ସହାୟକ ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି ଓ ସେ ବିଜୟୀ ହେବେ ବୋଲି ଦେବୀ ମିଶ୍ର କହିଛନ୍ତି ।
ସେହିପରି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ଦୀପାଳି ଦାସ। ସେ ଆହୁରି କହିଛନ୍ତି, ଦୀପାଳି ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି। ମତଦାନ ପାଇଁ ଲୋକଙ୍କକ ଆଗ୍ରହ ବଢ଼ିଛି। ମତଦାନ ପ୍ରତିଶତ ବଢ଼ିବା ବିଜେଡିକୁ ସୁହାଇବ। ଲୋକ ୫ ଥର ବିଜେଡି ସରକାରଙ୍କୁ ଭରସା କରିଛନ୍ତି। ସାଧାରଣ ନିର୍ବାଚନରେ ବିଜେଡି ଭଲ ବ୍ୟବଧାନରେ ଜିତିବ।
କଂଗ୍ରେସ କଣ କହୁଛି ? ଝାରସୁଗୁଡା ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ହୋଇଛି । ବିଜୟ ପାଇଁ ଭୋଟ ବ୍ୟବଧାନ ଖୁବ୍ କମ ରହିବ । କଂଗ୍ରେସ ନିଶ୍ଚିତ ଜିତିବ ଓ ଦଳ ଫୁଲ୍ ଫାଇଟ ଦେଇଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଶରତ କହିଛନ୍ତି, ଝାରସୁଗୁଡାରେ ଲଢେଇ ଜୋରଦାର ହୋଇଛି । ଆମେ ସମସ୍ତେ ମିଳିତ ଭାବେ ଲଢେଇ କରିଛୁ । ଗୋଟିଏ ଡାକରାରେ ବିଭିନ୍ନ ଅଞ୍ଚଳରୁ କର୍ମୀ ଆସି ଝାରସୁଗୁଡାରେ ଏକାଠି ହୋଇଥିଲେ । ସୁର ଭାଇଙ୍କ ଭଳି ଲୋକ ବୟସ୍କ ଲୋକ ଆସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ଦଳ ନିଶ୍ଚୟ ଭଲ ପ୍ରଦର୍ଶନ କରିବ ।
ବିଜେପି କଣ କହୁଛି ? ସେହିପରି ଭୋଟ୍ ପ୍ରତିଶତ ଅଧିକ ହୋଇଛି । ଏବଂ ଇତିହାସ କହୁଛି ଭୋଟ୍ ପ୍ରତିଶତ ଅଧିକ ହେଲେ ସରକାର ବିରୋଧରେ ଯାଏ ବୋଲି ବିଜେପି କହିଛି । ଧାମନଗର ଭଳି ଝାରସୁଗୁଡାରେ ଭୋଟର ନୀରବ ଥିଲେ । ବିଜେପିକୁ ଅକୁଣ୍ଠ ସମର୍ଥନ ମିଳିଛି ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications