କଂଗ୍ରେସ ଦଳ ନେତା କିଏ ହେବ? ଆଦିବାସୀ କାର୍ଡକୁ ନେଇ ଦଳରେ ଅସନ୍ତୋଷ !

କଂଗ୍ରେସ ଦଳ ନେତା କିଏ ହେବ ? ତୁଟୁନି ବିବାଦ । ଏନେଇ ଦଳ ଭିତରେ ଫାଟ ହୋଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ଆଦିବାସୀ କାର୍ଡ ଖେଳିବା ସହ ୪ ଜଣ ଆଦିବାସୀ ବିଧାୟକଙ୍କୁ ଧରି ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହେଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜୟପୁର ବିଧାୟକ ତାରା ବାହିନୀ ପତି ।

ସେ କହିଛନ୍ତି ଦଳ ଯାହାକୁ ଚାହିଁବ ସିଏ କଂଗ୍ରେସ ଦଳ ନେତା ହେବ । କିନ୍ତୁ ଦଳରେ କେବଳ ଆଦିବାସୀ ନାହାନ୍ତି । ବ୍ରାହ୍ମଣ ମଧ୍ୟ ଅଛନ୍ତି । ଶୀର୍ଷ ନେତାଙ୍କ ନିଷ୍ପତ୍ତିକୁ ମାନିବେ ବୋଲି କହିଛନ୍ତିି ତାରା ।

ରାମ କାଡାମଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ଦିଲ୍ଲୀ ଯାଇ ପାର୍ଟି ହାଇକମାଣ୍ଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଖଡଗେଙ୍କ ସହ ସାକ୍ଷାତ ପରେ ରାମ କାଡାମ କହିଛନ୍ତି ଯେ, ରାଜ୍ୟ କଂଗ୍ରେସର ମୋଟ ୧୪ ବିଧାୟକ ମଧ୍ୟରୁ ଜନଜାତି ବର୍ଗର ୯ ଜଣ ବିଧାୟକ ଜିତିଛନ୍ତି । ଏଣୁ ଜଣେ ଜନଜାତି ବର୍ଗର ବିଧାୟକଙ୍କ ମଧ୍ୟରୁ କାହାକୁ CLP କରିବାକୁ ଚର୍ଚ୍ଚା ହେଉଛି ।

Congress

ସେପଟେ ଗତ ୧୯ ଜୁନ୍‌ରେ ଭୁବନେଶ୍ୱରରେ ଦଳର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିବା ବେଳେ ଦୁଇ ଜଣଙ୍କ ନାଁ ଏଆଇସିସି ନିକଟକୁ ପଠାଯାଇଥିଲା । ଏହି ଦୁଇ ଜଣ ହେଲେ ୫ ଥରର ବିଧାୟକ ତାରା ପ୍ରସାଦ ବାହୀନିପତି ଏବଂ ୩ ଥରର ବିଧାୟକ ରାମଚନ୍ଦ୍ର କାଡାମ୍ ।

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା

ସେପଟେ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେତା ନିର୍ବାଚିତ କରାଯାଇଛି । ଏନେଇ ବିଜେଡି ବିଧାୟକ ଦଳ ବୈଠକ ପରେ ନିଜେ ଘୋଷଣା କରିଥିଲେ ନବୀନ ।

ସେହିପରି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ବିରୋଧୀ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି । ଏଆଇସିସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ସେପଟେ ଗତ ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଦଳର ଖରାପ ପ୍ରଦର୍ଶନର କାରଣ ଖୋଜିବାକୁ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଓଡ଼ିଶା ପାଇଁ ଦଳର ବରିଷ୍ଠ ନେତା ଅଜୟ ମାକନ ଓ ତାରିକ୍ ଅନୱରଙ୍କୁ ନେଇ ଅନୁସନ୍ଧାନକାରୀ ଟିମ୍ ଗଠନ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+