କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ଆଜି ସଂଧ୍ୟାରେ ବସିବ ବିଧାୟକ ଦଳ ବୈଠକ
କର୍ଣ୍ଣାଟକ: କର୍ଣ୍ଣାଟକରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସରକାର ଗଠନ କରିବାକୁ କଂଗ୍ରେସ ପ୍ରସ୍ତୁତ ଅଛି । ଏହି ସମୟରେ ଅନେକ ପ୍ରଶ୍ନ ରହିଛି ଯେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ମୁଖ୍ୟମନ୍ତ୍ରୀ ଦୌଡ଼ରେ ଦୁଇ ବଡ଼ ଚେହେରା ଥିବା ନେଇ କିଛି ବିଦ୍ରୋହ ହୋଇ ପାରେ କି ?
ସୂଚନାଥାଉ ଯେ, କଂଗ୍ରେସ ୧୩୫ ବିଧାନସଭା ଆସନରେ ବାଜିମାତ କରି ସରକାର ଗଠନ କରିବା ପାଇଁ ଯାଉଛି । କର୍ଣ୍ଣାଟକରେ ମୋଟ 224 ବିଧାନସଭା ଆସନ ଅଛି, ଯେଉଁଠାରେ କଂଗ୍ରେସ 135ଟି ଆସନ ପାଇଥିବାବେଳେ ବିଜେପି 66ଟି ଆସନ ହାତେଇଛି ସେହିପରି JDS 19ଟି ସିଟ୍ ସହିତ ତୃତୀୟ ସ୍ଥାନରେ ରହିଛି ।

ଆଜି ସକାଳେ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ସମର୍ଥକମାନେ ବେଙ୍ଗାଲୁରୁରେ ତାଙ୍କ ଘର ବାହାରେ ଏକ ବିରାଟ ପୋଷ୍ଟର ଲଗାଇ ତାଙ୍କୁ 'କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ' ବୋଲି କହିଲେ ସେପଟେ ଡି.କେ ଶିବକୁମାରଙ୍କ ଘର ବାହାରେ ମଧ୍ୟ ପୋଷ୍ଟର ଲଗାଇ ତାଙ୍କୁ ସିଏମ କରିବାକୁ ଦାବି କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ଯେ, କିଏ ପିନ୍ଧିବେ କର୍ଣ୍ଣାଟକ କ୍ରାଉନ ।
ତେବେ ଆଜି ସଂଧ୍ୟାରେ ବସିବା ପାଇଁ ଯାଉଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ଼ ନିଷ୍ପତ୍ତି
ନିଆଯାଇପାରେ । ତେବେ ଆଜି ସଂଧ୍ୟା ୬ଟାରେ ବେଙ୍ଗାଲୁରୁର ଶଙ୍ଗରୀ ଲା ହୋଟେଲରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଶିବକୁମାର ।












Click it and Unblock the Notifications