କିଏ ହେବେ ପିସିସି ସଭାପତି? ଷ୍ଟିଅରିଙ୍ଗ କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଲେ…

କିଏ ହେବେ ନୂଆ ପିସିସି ମୁଖିଆ ? ଆରମ୍ଭ ହୋଇଛି ପିସିସି ସଭାପତି ଚୟନ ନେଇ କସରତ । ଓଡ଼ିଶାରେ ପହଞ୍ଚିଛନ୍ତି ଏଆଇସିସି ପର୍ଯ୍ୟବେକ୍ଷକ ତଥା ଛତିଶଗଡ଼ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନ । ସେମାନେ କଂଗ୍ରେସ ଭବନରେ ଷ୍ଟିୟରିଂ କମିଟି ସଦସ୍ୟ, ପୂର୍ବତନ ସାଂସଦ, ବିଧାୟକ ଓ କର୍ମୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ।

ଲବିରେ ନୁହେଁ ଦକ୍ଷତା ବଳରେ ହିଁ ପିସିସି ସଭାପତି ଚୟନ ହେବ ବୋଲି ରୋକଠୋକ କହିଛନ୍ତି । ପିସିସି ସଭାପତି ରେସରେ ଅଛନ୍ତି ଅନେକ ବରିଷ୍ଠଙ୍କ ସହ ଯୁବ ନେତା । କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏଵଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ବସିଥିଲା ଏହି ବୈଠକ। ଏହି ଦୁଇ ନେତା ଏଆଇସିସି ପାଖରେ କାହା ନାଁ ରେ ମୋହରମାରିବେ ତାକୁ ନେଇ ଆଜି ଦିନ ତମାମ କଂଗ୍ରେସ କାର୍ଯ୍ୟାଳୟ ଭିତରେ ଦେଖିବାକୁ ମିଳିଥିଲା ଗହଳି ଚହଳି। ଅନ୍ୟପଟେ ମୋକିମ, ଶ୍ରୀକାନ୍ତ କିମ୍ବା ଜୟଦେବଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି।

congress bhawan

ଅନ୍ୟପଟେ ଜୟଦେବ, ଶ୍ରୀକାନ୍ତ, ନିରଞ୍ଜନ ଓ ଭକ୍ତ ଚରଣ ଦାସ କହିଛନ୍ତି ଆମେ ଜଣେ ଯୋଗ୍ୟ ଏଵଂ ଦକ୍ଷ ଲୋକଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିଛୁ। ଲବିଫବି କିଛି କାମ ଦେବନି। ସେମାନେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିବେ ବୋଲି ଆମେ ଭାବୁଛୁ। ଯିଏ ବି ହେବେ ଆମେ ସମସ୍ତେ ତାଙ୍କୁ ମାନି କାମ କରିବୁ। କଂଗ୍ରେସକୁ ଶକ୍ତିଶାଳୀ କରିବା ଆମର ଲକ୍ଷ୍ୟ। ଷ୍ଟିଅରିଙ୍ଗ କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ଦଳରେ କୌଣସି ଗୋଷ୍ଠୀ ନାହିଁ |ମୁଁ ମଧ୍ୟ ପିସିସି ସଭାପତି ରେସରେ ନାହିଁ | ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ ଦଳ ଯେତେବେଳେ ଯେଉଁ ନିର୍ଦ୍ଦେଶ ଦେବ ମୁଁ ତାକୁ ଅନୁପାଳନ କରିବି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+