ବିଜେପିରେ ମିଶିଲେ ବିହାର ପ୍ରସିଦ୍ଧ ୟୁଟ୍ୟୁବର, ହେଲେ ଏବେ ଆଉ ଲଢିବେ ନାହିଁ ନିର୍ବାଚନ ଜାଣନ୍ତୁ କାରଣ ?
Manish Kashyap: ବିହାରର ପ୍ରସିଦ୍ଧ ୟୁଟ୍ୟୁବର୍ ମନୀଷ କଶ୍ୟପ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରି ପଶ୍ଚିମ ଚମ୍ପାରନ୍ ଆସନରୁ ପ୍ରଚାର ଆରମ୍ଭ କରିଦେଇଥିଲେ । ହେଲେ ଗୁରୁବାର ଦିନ ସେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି, ଏହା ପରେ ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସୂଚନା ରହିଛି ।
ମିଥ୍ୟା ଖବର ପ୍ରସାରଣ ମାମଲାରେ ଅଭିଯୁକ୍ତ ମନୀଷ କାଶ୍ୟପ କିଛି ଦିନ ପୂର୍ବରୁ ଜାମିନ ମିଳିଥିଲା । ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଘୋଷଣା ପରେ ବିଜେପି ସହ ତାଙ୍କର ଘନିଷ୍ଠତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା।

ମନୀଷ କଶ୍ୟପ ନିଜକୁ ସନ୍ ଅଫ ବିହାର ବୋଲି କୁହନ୍ତି । ସେ ବିଜେପିରେ ସାମିଲ ହେବା ପୂର୍ବରୁ ପଶ୍ଚିମ ଚମ୍ପାରଣ ସିଟରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ । ସେ ଉକ୍ତ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଆସୁଥିଲେ । ହେଲେ ବର୍ତ୍ତମାନ ସେ ବିଜେପିରେ ଯୋଗା ଦେବା ପରେ ଆଉ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ସୂଚନା ରହିଛି ।












Click it and Unblock the Notifications