କେଉଁ ରାଷ୍ଟ୍ରପତି କେତେ ବ୍ୟବଧାନରେ ଜିତିଛନ୍ତି, ଜାଣନ୍ତୁ
ତେବେ ଏନଡିଏ ସମର୍ଥୀତ ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ବିଜୟ ଲାଭ କରିଛନ୍ତି । ସେ ୟୁପିଏ ସମର୍ଥୀତ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଠାରୁ 5.7 ଲକ୍ଷ ଭୋଟରେ ଆଗରେ ରହି ବିଜୟୀ ହୋଇଛନ୍ତି ।
ନୂଆଦିଲ୍ଲୀ : ଭାରତ ନିଜର 75 ତମ ସ୍ବାଧୀନତା ବର୍ଷ ପାଳନ କରୁଛି । ତେବେ ଏହି ସମୟରେ ଜଣେ ଆଦିବାସୀ ଭାରତର ରାଷ୍ଟ୍ରମୁଖ୍ୟ ପଦବୀକୁ ନିର୍ବାଚିତ ହୋଇଥିବାରୁ ଏହା ସାରା ବିଶ୍ବକୁ ଚକିତ କରିଛି । ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ରାଇସିନା ହିଲର ରେସକୁ ବିଜୟ ଲାଭ କରି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ କଂଗ୍ରେସର ୟୁପିଏ ଓ ବିଜେପିର ଏନଡିଏ ନିଜ ନିଜ ଦଳ ପକ୍ଷରୁ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ତେବେ ଏନଡିଏ ସମର୍ଥୀତ ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ବିଜୟ ଲାଭ କରିଛନ୍ତି । ସେ ୟୁପିଏ ସମର୍ଥୀତ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଠାରୁ 5.7 ଲକ୍ଷ ଭୋଟରେ ଆଗରେ ରହି ବିଜୟୀ ହୋଇଛନ୍ତି ।

ସେହିପରି ଭାବରେ ଭାରତରେ ଏହା ପୂର୍ବରୁ 14 ଥର ରାଷ୍ଟ୍ରପତି ନିର୍ବାଚନ ହୋଇ ସାରିଛି । ସର୍ବ ପ୍ରଥମେ 1950 ମସିହାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ରାଜେନ୍ଦ୍ର ପ୍ରସାଦ ଅପ୍ରତିଦ୍ବନ୍ଦି ଭାବରେ ନିର୍ଦ୍ବନ୍ଦରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ସେହିପରି 1962ମସିହାରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ 5.53 ବ୍ୟବଧାନରେ , 1967 ମସିହା ଜାକୀର ହୁସେନ 4.71, 1969 ମସିହାରେ ଭି.ଭି ଗିରି 4.20 ବ୍ୟବଧାନରେ , 1974 ମସିହାରେ ଫଖରୁଦ୍ଦିନ ଅଲ୍ଲି ମହମ୍ମଦ 7.54 ବ୍ୟବଧାନରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ 1977 ମସିହାରେ ନିଲମ ସଂଜୀବ ରେଡ୍ଡୀ ରାଷ୍ଟ୍ରପତି ଭାବରେ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି 1982 ମସିହାରେ ଜ୍ଞାନୀ ଜୈଏଲ ସିଂ 7.54, 1987 ମସିହାରେ ଆର. ଭେଙ୍କଟ ରମଣ 7.40, 1992 ମସିହାରେ ଶଙ୍କର ଦୟାଲ ଶର୍ମା 6.76 ଅନୁପାତରେ ବିଜୟୀ ଲାଭ କରିଥିଲେ ।
ଭାରତର ଦଶମ ରାଷ୍ଟ୍ରପତି ଭାବରେ 1997 ମସିହାରେ କେ.ଆର୍ ନାରାୟଣନ 9.56, 2002 ମସିହାରେ ଏ.ପି.ଜେ ଅବଦୁଲ କଲାମ 9.23, 2007 ମସିହାରେ ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ପ୍ରତିଭା ପାଟିଲ 6.38 ଭୋଟ ଅନୁପାତ ବ୍ୟବଧାନରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ପ୍ରଣବ ମୁଖାର୍ଜୀ 2012 ମସିହାରେ 7.14 ଓ 2017 ମସିହାରେ ରାମନାଥ କୋବିନ୍ଦ 7.02 ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ଷଷ୍ଠ ରାଷ୍ଟ୍ରପତି ନିଲମ ସଂଜୀବ ରେଡ୍ଡୀ କୌଣସି ପ୍ରତିଦ୍ବନ୍ଦୀ ନଥିବାରୁ ନିର୍ଦ୍ବନ୍ଦରେ ରାଷ୍ଟ୍ରପତି ହୋଇଥିଲେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications